ହାଇଦ୍ରାବାଦ:2024 ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ପାଇଁ ଏକ ଭଲ ବର୍ଷ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ହେଉ ଅବା ଟି 20 ବିଶ୍ବକପରେ ଫିଲ୍ଡରେ ଚାଲିଥିଲା ବୁମରାଙ୍କ ଯାଦୁ । ବୁମ ବୁମ ବୁମରାଙ୍କ ଆଟାକ୍କରେ ଲୟ ହରାଇଥିଲେ ବିପକ୍ଷ ଦଳର ବ୍ୟାଟର । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ମାତ୍ର 4ଟି ମ୍ୟାଚରେ ସେ 30 ଟି ଓ୍ବିକେଟ ନେଇସାରିଛନ୍ତି । ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ସେ ସର୍ବ ଶ୍ରେଷ୍ଠ ବୋଲର । ଆସନ୍ତୁ ନଜର ପକାଇବା ବୁମରାଙ୍କ 2024ରେ ଅନ୍ତର୍ଜାତୀୟ ମ୍ୟାଚ ପ୍ରଦର୍ଶନ ଉପରେ ।
2024ରେ ବୁମରାଙ୍କ ପ୍ରଦର୍ଶନ:
ଡାହାଣହାତୀ ଦ୍ରୁତ ବୋଲର ବୁମ୍-ବୁମ୍ ବୁମରାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ବେଶ ଭଲ ପ୍ରଦର୍ଶନ ରହିଛି । ସେ ସମସ୍ତ ତିନୋଟି ଫର୍ମାଟ୍, ଟେଷ୍ଟ, ଟି-୨୦ ଏବଂ ODI ରେ ମୋଟ 386.4 ଓଭର ବୋଲିଂ କରିଛନ୍ତି। ଏହାରି ମଧ୍ୟରେ 87 ମେଡେନ ଓଭର ବୋଲିଂ କରି 1184 ରନ ଦେଇ ହାରାହାରି 13.76ରେ ମୋଟ 86 ୱିକେଟ୍ ନେଇଛନ୍ତି।
ଏହା ମଧ୍ୟ ପଢନ୍ତୁ-ଏହି ଦିନ ଟେଷ୍ଟରୁ ଅବସର ଘୋଷଣା କରିପାରନ୍ତି ରୋହିତ - ROHIT SHARMA RETIREMENT
ଟି 20 ବିଶ୍ବକପରେ 15ଟି ଓ୍ବିକେଟ ନେଇଥିଲେ:
ଚଳିତ ବର୍ଷ ଦୀର୍ଘ 17 ବର୍ଷ ପରେ ଟିମ୍ ଇଣ୍ଡିଆକୁ ଟି -20 ବିଶ୍ୱକପ୍ ହାତେଇଥିଲା । ଏଥିରେ ବୁମରାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପୁରା ଟୁର୍ଣ୍ଣାମେଣ୍ଟରେ 8 ଟି ମ୍ୟାଚରେ ମୋଟ 15 ୱିକେଟ୍ ନେଇଥିଲେ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ସେ 4 ଓଭରରେ ମାତ୍ର 18 ରନ୍ ଦେଇ 2 ୱିକେଟ୍ ନେଇଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଘାତକ ବୋଲିଂ କରି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଓ୍ବିକେଟ ନେଇଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ 4ଟି ଟେଷ୍ଟ ମ୍ୟାଚରେ 30 ଓ୍ବିକେଟ ନେଲେ ବୁମରା:
2024 ରେ ଟେଷ୍ଟ କ୍ରିକେଟ୍ ରେ ବୁମରାଙ୍କ ପ୍ରଦର୍ଶନ ବେଶ ଭଲ ରହିଥିଲା । 13 ଟି ମ୍ୟାଚରେ ହାରାହାରି 14.92 ଏବଂ ଷ୍ଟ୍ରାଇକ୍ ରେଟ୍ 30.16 ରେ ସେ 71 ୱିକେଟ୍ ନେଇଛନ୍ତି, ଯାହାକି ବୋଲରଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ । ସେ ବର୍ତ୍ତମାନ ଟେଷ୍ଟ ରାଙ୍କିଂରେ ଏକ ନମ୍ବର ବୋଲର ଅଟନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସେ ଏପର୍ଯ୍ୟନ୍ତ 4 ଟି ମ୍ୟାଚରେ 30 ୱିକେଟ୍ ନେଇଛନ୍ତି। ଏହି ସିରିଜର ଆଉ ଗୋଟିଏ ମ୍ୟାଚ୍ ଖେଳାଯିବାକୁ ବାକି ରହିଛି । ଶେଷ ମ୍ୟାଚରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବା ନେଇ ଦଳ ଆଶାବାଦୀ ।