ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିଅର ଲିଗ (ଆଇପିଏଲ) ଆରମ୍ଭ ଅପେକ୍ଷାରେ ଫ୍ୟାନ୍ସ । ଗତ ନଭେମ୍ବରରେ ଆଇପିଏଲ 2025 ମେଗା ଅକ୍ସନ ଆୟୋଜିତ ହୋଇଥିଲା । 10ଟି ଫ୍ରାଞ୍ଚାଇଜି ନିଜ ନିଜର ଖେଳାଳୀଙ୍କ ନାଁ ବି ଫାଇନାଲ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଆଗାମୀ ସିରିଜର ତାରିଖ ଘୋଷଣା ହୋଇନାହିଁ । ଆଇପିଏଲ ଆୟୋଜିତ କରୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବର୍ତ୍ତମାନ ସୁଦ୍ଧା ଆଇପିଏଲ 2025ର ସିଡ୍ୟୁଲ ଅଧିକାରିକ ଭାବେ ଘୋଷଣା କରି ନାହାନ୍ତି । କିନ୍ତୁ କ୍ରିକବଜ ରିପୋର୍ଟ ଅନୁସାରେ ବିସିସିଆଇ ମୁଖ୍ୟ ମ୍ୟାଚର ତାରିଖ ଫ୍ରାଞ୍ଚାଇଜି ସହ ସେୟାର କରିଛନ୍ତି ।
- ମାର୍ଚ୍ଚ 22ରୁ ଆଇପିଏଲ 2025
ଆସନ୍ତା ମାର୍ଚ୍ଚ 22ରେ ଆଇପିଏଲ 2025 ଆରମ୍ଭ ହେବ । ଆଇପିଏଲ 2025ର 18ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ 22 ରେ କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଆଇପିଏଲ 2025ର ଓପନିଂ ମ୍ୟାଚରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ସେହିପରି ଆଇପିଏଲ 2025ରେ ଆଇପିଏଲ 2024 ରନର୍ସଅପ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ନିଜର ଅଭିଯାନ ଘରୋଇ ମଇଦାନ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରୁ କରିବ । ମାର୍ଚ୍ଚ 23ରେ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସ (ଆରଆର)କୁ ଟକ୍କର ଦେବ । ଏହି ମୁକାବିଲା ଚଳିତ ସିଜିନରେ ଏସଆରଏଚର ପ୍ରଥମ ହୋମ୍ ମ୍ୟାଚ୍ ହେବ ।
- ଏଥର ବି ଆରଆର ର ହୋମ ଗ୍ରାଉଣ୍ଡ ଗୌହ୍ବାଟୀ
ସେପଟେ ଗତ ସିଜିନ ଭଳି ଆଇପିଏଲ 2025ରେ ରାଜସ୍ଥାନ ରୟାଲ୍ସ ପାଇଁ ଦ୍ବିତୀୟ ହୋମ ଗ୍ରାଉଣ୍ଡ ହେବ ଗୌହ୍ବାଟି । ରୟାଲ୍ସ ସେଠାରେ ଦୁଇଟି ମ୍ୟାଚ ଖେଳିବ । 26 ମାର୍ଚ୍ଚରେ କୋଲକତା ନାଇଟ ରାଇଡର୍ସ ଓ ମାର୍ଚ୍ଚ 30କୁ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ରାଜସ୍ଥାନ ରୟାଲ୍ସ । ହାଇଦ୍ରାବାଦ ଓ କୋଲକତାରେ ହେବ ପ୍ଲେଅଫ୍ ମ୍ୟାଚ । ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ରେ କ୍ବାଲିଫାୟାର 1 ଓ ଏଲିମିନେଟର ମଧ୍ୟରେ ମ୍ୟାଚ ଖେଳାଯିବ । ସେହିପରି କ୍ବାଲିଫାୟାର 2 ଓ ଫାଇନାଲ ଟିମ ମଧ୍ୟରେ କୋଲକତାର ଇଡେନ ଗାର୍ଡେନରେ ମ୍ୟାଚ ଖେଳାଯିବ । ଆସନ୍ତା ମେ 25ରେ ଫାଇନାଲ ମୁକାବିଲା ଖେଳାଯିବ । ରିପୋର୍ଟ ଅନୁସାରେ କୋଲକତାର ଇଡେନ ଗାର୍ଡନରେ ଫାଇନାଲ ମ୍ୟାଚ ଖେଳାଯିବ ।