ଓଡିଶା

odisha

ETV Bharat / sports

ଲକ୍ଷ୍ନୌର ପ୍ରଥମ ବିଜୟ, 21 ରନରେ ହାରିଲା ପଞ୍ଜାବ - IPL 2024 - IPL 2024

IPL 2024: ଆଇପିଏଲର ଦଶମ ମୁକାବିଲାରେ ଏଲଏସଜିର ବିଜୟ । 21 ରନରେ ହାରିଲା ପଞ୍ଜାବ । ଅଧିକ ପଢନ୍ତୁ

IPL 2024
IPL 2024

By ETV Bharat Odisha Team

Published : Mar 31, 2024, 7:03 AM IST

Updated : Mar 31, 2024, 11:14 AM IST

ଲକ୍ଷ୍ନୌ:ଆଇପିଏଲର 17 ତମ ସଂସ୍କରଣରେ ପ୍ରଥମ ବିଜୟ ହାସଲ କଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । 21 ରନରେ ପଞ୍ଜାବକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ଖାତା ଖୋଲିଲା ଏଲଏସଜି । ବିଫଳ ହେଲା ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶେଖର ଧାଓ୍ବନଙ୍କ ବିସ୍ଫୋରକ ବ୍ୟାଟିଂ । ଚଳିତ ସିଜିନରେ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛନ୍ତି ପଞ୍ଜାବ । ଘାତକ ବୋଲିଂ କରି ପ୍ଲେୟାର ଅଫ ଦ ମ୍ୟାଚ ଭାବେ ବିବେଚିତ ହେଲେ ମୟଙ୍କ ଯାଦବ । 4 ଓଭର ବୋଲିଂ କରି 27 ରନ ଦେଇ 3 ଓ୍ବିକେଟ ନେଇଥିଲେ ସେ ।

ଏହା ମଧ୍ୟ ପଢନ୍ତୁ -ବୃଥା ଗଲା ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ, KKRର ଦ୍ବିତୀୟ ବିଜୟ - IPL 2024

ଶନିବାର ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏଲଏସଜି । 20 ଓଭରରେ ଦଳ 8 ଓ୍ବିକେଟ ହରାଇ 199 ରନ କରିଥିଲା । ଡେ କକ ସର୍ବାଧିକ 54 ରନ କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟା 43 ଓ ନିକୋଲାସ ପୁରନ 42 ରନ କରିଥିଲେ । କେଏଲ ରାହୁଲ ଗତକାଲି ଇମ୍ପାକ୍ଟ ପ୍ଲେୟାର ଭାବେ ଦଳରେ ସାମିଲ ହୋଇଥିବା ବେଳେ ଅଧିନାୟକ ହୋଇଥିଲେ ପୁରନ । ସାମ କୁରେନ 3ଟି ଓ୍ବିକେଟ ନେଇଥିବା ବେଳେ ଅର୍ଶଦୀପ 2ଟି ଓ ରାବଡା ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ-ପଞ୍ଜାବ, ପ୍ରଥମ ବିଜୟ ଲକ୍ଷ୍ୟରେ LSG - IPL 2024

200 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ କିଙ୍ଗ୍ସ । ମୟଙ୍କ ଯାଦବ ସର୍ବାଧିକ 3ଟି ଓ୍ବିକେଟ ନେଇଥିବା ବେଳେ ମୋସିନ ଖାନ 2ଟି ଓ୍ବିକେଟ ନେଇଥିଲେ । ବିଜୟ ଲକ୍ଷ୍ୟ ରନର ପିଛା କରି ଦଳ 20 ଓଭରରେ 5 ଓ୍ବିକେଟ ହରାଇ 175 ରନ କରିବାକୁ ସକ୍ଷମ ହୋଇଥିଲା । ଓପନିଂ ଯୋଡି ଭାବେ ଶେଖର ଧାଓ୍ବନ ଓ ବେୟାରଷ୍ଟୋ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ଯୋଡିକୁ ଭାଙ୍ଗିବା ଲକ୍ଷ୍ନୌ ପକ୍ଷରେ ସହଜ ହୋଇନଥିଲା । ଦଳୀୟ ସ୍କୋର 102 ରନ ହୋଇଥିବା ବେଳେ 40 ରନ କରି ପାଭିଲିୟନକୁ ଫେରିଥିଲେ ବେୟାରଷ୍ଟୋ । କିନ୍ତୁ ଧାଓ୍ବନଙ୍କ ବ୍ୟାଟକୁ ଅଟକାଇବା ମୁସକିଲ ହୋଇପଡିଥିଲା । ଧୁଆଁଧାର ବ୍ୟାଟିଂ କରି 50 ବଲରୁ ସେ 70 ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲିଭିଙ୍ଗଷ୍ଟୋନ 28 ଓ ପ୍ରଭସିମରନ19 ରନ କରିଥିଲେ ।

Last Updated : Mar 31, 2024, 11:14 AM IST

ABOUT THE AUTHOR

...view details