ଓଡିଶା

odisha

ETV Bharat / sports

କେଉଁ ଚାକିରି କରିଛନ୍ତି ଭାରତୀୟ ଖେଳାଳି ? - INDIAN CRICKETER POLICE

ପୋଲିସ ଓ ସେନାରେ ନିଯୁକ୍ତ ଅଛନ୍ତି ଭାରତୀୟ ଖେଳାଳି । ଖେଳରେ ଭଲ ପ୍ରଦର୍ଶନ ଯୋଗୁଁ ମିଳିଛି ସରକାରୀ ଚାକିରି ।

indian cricketers
indian cricketers (IANS Photo)

By ETV Bharat Odisha Team

Published : Dec 10, 2024, 10:59 AM IST

ହାଇଦ୍ରାବାଦ:ଖେଳରେ ଭଲ ପ୍ରଦର୍ଶନ କଲେ ଖେଳାଳି ମାନଙ୍କୁ ସରକାରୀ ସ୍ତରରେ ଚାକିରି ପ୍ରଦାନ କରାଯାଇଥାଏ । କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କ ଖେଳପ୍ରତି ଅବଦାନକୁ ସମ୍ମାନ ଜଣାଇ ସେନା ନଚେତ ପୋଲିସ ବିଭାଗରେ ଉଚ୍ଚ ପଦବୀ ରେ ନିଯୁକ୍ତି ଦେଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଟିମ୍‌ରେ ଥିବା ଖେଳାଳି ମାନେ କେଉଁ ଚାକିରି କରିଛନ୍ତି । ସେନା ଓ ପୋଲିସରେ କେଉଁ ଖେଳାଳି ନିଯୁକ୍ତ ହୋଇଛନ୍ତି ଆସନ୍ତୁ ନଜର ପକାଇବା ।

ସରକାରୀ ଚାକିରି ପାଇଥିବା ଭାରତୀୟ ଖେଳାଳି:

ଏହା ମଧ୍ୟ ପଢନ୍ତୁ-ଆଡିଲେଡ ଟେଷ୍ଟର ପରାଜୟ ପାଇଁ ଦାୟୀ କିଏ ? ବଡ କାରଣ କହିଲେ ରୋହିତ

ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; 10 ଓ୍ବିକେଟରେ ଅଷ୍ଟ୍ରେଲିଆର ବିଜୟ

ଏହା ମଧ୍ୟ ପଢନ୍ତୁ-ଆଡିଲେଡ ଟେଷ୍ଟରେ ଏହି ଅଲୋଡା ରେକର୍ଡ କଲା ଭାରତ

ମହେନ୍ଦ୍ର ସିଂ ଧୋନି:ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ହେଉଛନ୍ତି ଭାରତୀୟ ଟେରିଟୋରିଆଲ ଆର୍ମିର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ। 2015 ରେ, ସେ ପାରାଚ୍ୟୁଟ୍ ରେଜିମେଣ୍ଟରେ ତାଲିମ ନେଇଥିଲେ ।

ମହମ୍ମଦ ସିରାଜ: ଭାରତୀୟ ଦଳର ଷ୍ଟାର ବୋଲରଙ୍କୁ ନିକଟପେ ତେଲେଙ୍ଗାନା ସରକାର ସରକାରୀ ଚାକିରି ପ୍ରଦାନ କରିଥିଲେ । ବର୍ତ୍ତମାନ ସେ ଡେପୁଟି ପୋଲିସ ଅଧୀକ୍ଷକ (ଡିଏସପି) ପଦରେ ନିୟୋଜିତ ଅଛନ୍ତି ।

ହରମନପ୍ରୀତ କୌର: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମାନପ୍ରୀତ କୌର ପଞ୍ଜାବର ଡେପୁଟି ସୁପରିଟେଣ୍ଡେଣ୍ଟ (ଡିଏସପି) ଅଛନ୍ତି ।

ହରଭଜନ ସିଂ: ପୂର୍ବତନ ଭାରତୀୟ ଭେଟେରାନ ସ୍ପିନର ହରଭଜନ ସିଂ ପଞ୍ଜାବରେ ଡେପୁଟି ପୋଲିସ ଅଧୀକ୍ଷକ (ଡିଏସପି) ଭାବରେ ନିଯୁକ୍ତ ଅଛନ୍ତି ।

ସଚିନ ତେନ୍ଦୁଲକର:ମାଷ୍ଟ୍ରବ୍ଲାଷ୍ଟର ସଚିତ ତେନ୍ଦୁଲକର ଭାରତୀୟ ବାୟୁସେନାରେ ଗ୍ରୁପ୍ କ୍ୟାପଟେନ୍ ପଦରେ ନିଯୁକ୍ତ ଅଛନ୍ତି। କ୍ରିକେଟ୍ କ୍ଷେତ୍ରରେ ତାଙ୍କ ଅବଦନକୁ ସମ୍ମାନ ଜଣାଇ ସରକାର ତାଙ୍କୁ ଏହି ଚିକିରିରେ ନିଯୁକ୍ତ କରିଥିଲେ ।

ଯୋଗୀନ୍ଦର ଶର୍ମା:ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଯୋଗୀନ୍ଦର ଶର୍ମା ହରିୟାଣା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଅଛନ୍ତି। ଜୋଗୀନ୍ଦର ବର୍ତ୍ତମାନ ଡ୍ୟୁଟିରେ ଅଛନ୍ତି।

କପିଲ ଦେବ:ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା 1989 ବିଶ୍ୱକପ୍ ହିରୋ କପିଲ 2008 ରେ ଟେରିଟୋରିଆଲ୍ ଆର୍ମିରେ ଯୋଗ ଦେଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ରହିଛନ୍ତି। ତାଙ୍କ ପିତା ରାମ ଲାଲ ନିଖଞ୍ଜ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟ କରୁଥିଲେ ।

ABOUT THE AUTHOR

...view details