ହାଇଦ୍ରାବାଦ:ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ 4 ମ୍ୟାଚ ବିଶିଷ୍ଟ ଟି 20 ସିରିଜ । ଆଜି ରାତି ସାଢେ 8 ଟା ସମୟରେ ଦକ୍ଷିଣ ଆଫ୍ରିକାର କିଙ୍ଗ୍ସମେଡ ଗ୍ରାଉଣ୍ଡରେ ଆରମ୍ଭ ହେବ ପ୍ରଥମ ଟି ଟ୍ବେଣ୍ଟି ମୁକାବିଲା । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ ପାଇଁ ଦୁଇ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ଘରୋଇ ମାଟିରେ ମ୍ୟାଚ ହେଉଥିବାରୁ ବିଜୟ ହେବା ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଦୁଇ ଦଳ ପ୍ରସ୍ତୁତ ।
IND ବନାମ SA ହେଡ୍ ଟୁ ହେଡ୍:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ରେକର୍ଡ ଉପରେ ନିଜର ପକାଇବା । ଦୁଇ ଦେଶ ଟି-20 ମ୍ୟାଚ୍ରେ 27 ଥର ମୁହାଁମୁହିଁ ହୋଇଛନ୍ତି, ଭାରତ 15 ଟି ମ୍ୟାଚ୍ ଜିତି ଥିବାବେଳେ ଦକ୍ଷିଣ ଆଫ୍ରିକା 11 ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚର ଫଳାଫଳ ଆସିନାହିଁ । ତେଣୁ ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହିବା ନେଇ ଅନୁମାନ କରାଯାଉଛି ।
- ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ମ୍ୟାଚ-27
- ଭାରତର ବିଜୟ-15
- ଦକ୍ଷିଣ ଆଫ୍ରିକାର ବିଜୟ-11
- ଡ୍ର-1
ଏହା ମଧ୍ୟ ପଢନ୍ତୁ-ଭାରତ-ଦକ୍ଷିଣ ଆଫ୍ରିକା T20: ଜାଣନ୍ତୁ କେମିତି ଦେଖିବେ ଫ୍ରି' ଲାଇଭ ମ୍ୟାଚ ଏହା ମଧ୍ୟ ପଢନ୍ତୁ-ତୃତୀୟ ଟି20ରେ ରେକର୍ଡ ବର୍ଷା; ହାଇଦ୍ରାବାଦରେ ଅନେକ ରେକର୍ଡ କଲା ଟିମ୍ ଇଣ୍ଡିଆ |
ଟି 20 ବିଶ୍ବକପ ଫାଇନାଲର ପ୍ରତିଶୋଧ ନେବ ଘରୋଇ ଦଳ:
ଟି 20 ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହୋଇଥିଲା । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ଟି 20 ମ୍ୟାଚ ଖେଳାଯାଇ ନାହିଁ । ବିଶ୍ବକପରେ ଭାରତୀୟ ଦଳ ବିପକ୍ଷ ଦଳଠାରୁ କପ ଛଡାଇ ଆଣିଥିଲେ । ତେଣୁ ସେହି ମ୍ୟାଚର ପ୍ରତିଶୋଧ ନେବାକୁ ଆଡେମ ମାରକ୍ରମଙ୍କ ବାହିନୀ ପ୍ରାଣେ ପଣେ ଉଦ୍ୟମ କରିବ । ସେତେବେଳେ ଘରୋଇ ଦଳ ବିପକ୍ଷରେ ଭାରତୀୟ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ରହିଥିଲେ । ଆଜିର ମୁକାବିଲାରେ କିନ୍ତୁ ଯୁବ ଖେଳାଳିଙ୍କୁ ସାମ୍ନା କରିବେ ।