କଟକ: ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ଦିନିକିଆ ମୁକାବିଲା । ଟସ୍ ଜିତି ଭ୍ରମଣକାରୀ ଇଂଲଣ୍ଡ ଦଳର ବ୍ୟାଟିଂ ନିଷ୍ପତ୍ତି । ଫଳରେ ପ୍ରଥମେ ବୋଲିଂ କରିବ ଭାରତ । ଏକଦାଶକୁ ଫେରିଲେ ବିରାଟ କୋହଲି । ଆଣ୍ଠୁରେ ଯନ୍ତ୍ରଣା ହେତୁ ପ୍ରଥମ ମ୍ୟାଚ ଖେଳିନଥିଲେ । ଏକାଦଶ ପ୍ରକାଶ ପରେ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ପୁଣି ଥରେ ବାରବାଟୀରେ ବିରାଟଙ୍କ ସଟ୍ ଦେଖିବେ ଦର୍ଶକ । ଜୟସ୍ବାଲଙ୍କୁ ବାରବାଟୀରେ ଖେଳିବାର ସୁଯୋଗ ମିଳିନାହିଁ । ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଶୁବମନ ଗିଲ । ଦିନିକିଆରେ ଡେବ୍ୟୁ କଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ।
ସ୍ଥାନ ବଜାୟ ରଖିଲେ ଆୟର, କୋହିଲଙ୍କ ପାଇଁ ଫ୍ୟାନ୍ସ ଖୁସ୍:
ପ୍ରଥମ ମ୍ୟାଚରେ ବିରାଟ ଖେଳିନଥିବାରୁ ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଖେଳିବାର ସୁଯୋଗ ପାଇଥିଲେ । ଏହି ସୁଯୋଗରେ ସେ ହାତ ଛଡା କରିବାକୁ ଦେଇନଥିଲେ । 36 ବଲରେ 59 ରନ କରିଥିଲେ ସେ । ଯାହା ଭାରତକୁ ବିଜୟୀ କରିବାରେ ସହଯୋଗ କରିଥିଲା । ବିରାଟ ଦ୍ବିତୀୟ ମ୍ୟାଚରେ ଏକାଦଶକୁ ଫେରିଲେ ଆୟରଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଜୟସ୍ବାଲ ଏକଦାଶରୁ ବାଦ ପଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ବାରବାଟୀରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି, ଦର୍ଶକଙ୍କ ପାଇଁ ଖୋଲିଲା ଷ୍ଟାଡିୟମ - IND VS ENG