ଭୁବନେଶ୍ୱର:ଓଡ଼ିଶା ମାଟିରେ ଗଲ୍ଫ ଖେଳିଲେ ଇଂଲଣ୍ଡ କ୍ରିକେଟ୍ ଟିମ୍ । ଆସନ୍ତାକାଲି ଭାରତ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଅଭ୍ୟାସ ବାତିଲ କଲା ଟିମ୍ ଇଂଲଣ୍ଡ । ଗତକାଲି ଭୁବନେଶ୍ୱରରେ ଦୁଇ ଦଳ ପହଞ୍ଚିଥିଲେ । ଆଜି ଦୁଇ ଦଳର ବାରବାଟୀରେ ଅଭ୍ୟାସ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ଅଭ୍ୟାସକୁ ନଯାଇ ଭୁବନେଶ୍ୱରରେ ଗଲ୍ଫ ଖେଳିଛନ୍ତି ଇଂଲଣ୍ଡ କ୍ରିକେଟର । ଆସନ୍ତାକାଲି (ରବିବାର) ଭାରତର ଏବଂ ଇଂଲଣ୍ଡ ଦଳ ମଧ୍ଯରେ ଖେଳାଯିବ ସିରିଜର ଦ୍ୱିତୀୟ ମ୍ୟାଚ । ଏପଟେ ବାରବାଟୀ ବ୍ୟାଟେଲ ପାଇଁ ତୟାରୀ ଶେଷ ହୋଇଛି ।
ଓଡ଼ିଶା ମାଟିରେ ଗଲ୍ଫ ଖେଳିଲେ ଇଂଲଣ୍ଡ କ୍ରିକେଟ୍ ଟିମ୍-
ଇଂଲଣ୍ଡ ଟିମ ଖେଳାଳି ଭୁବନେଶ୍ୱର ଇନଫୋସିଟି ସ୍ଥିତ ଗଲ୍ଫ କୋର୍ଟରେ ପହଂଚି ଖେଳିଲେ ଗଲ୍ଫ । ଇଂଲଣ୍ଡ କ୍ରିକେଟ୍ ଟିମ୍ ଅଧିନାୟକ ଜସ ବଟଲରଙ୍କ ସମେତ ଲିଭିଂଷ୍ଟୋନ, ହ୍ୟାରି ବ୍ରୁକ୍, ଜୋ ରୁଟ, ବେନ୍ ଡକେଟ, ମାଥ୍ୟୁ ସର୍ଟ, ଓଭରଟନଙ୍କ ସମେତ ସପୋର୍ଟ ଷ୍ଟାପ ପହଞ୍ଚି ଗଲଫ୍ ଖେଳିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଗଲଫ ଖେଳିଥିଲେ । ଏଥିପାଇଁ କଡ଼ା ସୁରକ୍ଷାରେ କମିଶନରେଟ ପୋଲିସ ଇଂଲଣ୍ଡ ଟିମକୁ ନେଇଥିଲା ଗଲ୍ଫ କୋର୍ଟ । ସେଠାରେ ଗଲ୍ଫ ଖେଳିବା ସହ ଗଲ୍ଫ ପଡିଆ ଦାୟିତ୍ବରେ ଥିବା କର୍ମିଚାରୀମାନଙ୍କ ସହ ମଧ୍ୟ କଥା ହେଲେ ଇଂଲଣ୍ଡ ଖେଳାଳି ।
ଏହା ବି ପଢନ୍ତୁ- ବାରବାଟୀରେ ଦିନିକିଆ ରେକର୍ଡ: ଭାରତ ଫେବରେଟ୍, ଇଂଲଣ୍ଡର ପଲ୍ଲା ଭାରି - INDIA ENGLAND ODI MATCH
ଏହା ବି ପଢନ୍ତୁ- ବାରବାଟୀରେ ଦିନିକିଆ ରେକର୍ଡ: ଭାରତ ଫେବରେଟ୍, ଇଂଲଣ୍ଡର ପଲ୍ଲା ଭାରି - INDIA ENGLAND ODI MATCH
ଶନିବାର ନେଟ ପ୍ରାକ୍ଟିସ-
ରବିବାର ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଥିବା ବେଳେ ଶନିବାର ଉଭୟ ଟିମ ନେଟ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ । ସକାଳ ସମୟରେ ଗୋଟିଏ ଟିମ୍ ଓ ଉପରବେଳା ଅନ୍ୟ ଏକ ଟିମ୍ ପ୍ରାକ୍ଟିସ ପାଇଁ ଯିବେ । ୯ ତାରିଖ ଦିନ ଖେଳ ଯେହେତୁ ଉଭୟ ଟିମ୍ ଏକ ସମୟରେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିବେ ଓ ଷ୍ଟାଡିୟମରୁ ବାହାରି ହୋଟେଲରେ ମଧ୍ୟ ପହଞ୍ଚିବେ ।