ଓଡିଶା

odisha

ETV Bharat / sports

ବାରବାଟୀ ଦିନିକିଆ, ଭୁବନେଶ୍ୱରରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଖେଳାଳି - INDIA ENGLAND PLAYER AT BHUBANESWAR

ବାରବାଟୀ ଦିନିକିଆ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଆସନ୍ତାକାଲି ନେଟ ପ୍ରାକ୍ଟିସ, ରବିବାର ଦ୍ୱିତୀୟ ମ୍ୟାଚ୍ ।

India England team Player reached at Bhubaneswar
India England team Player reached at Bhubaneswar (ETV Bharat Odisha)

By ETV Bharat Odisha Team

Published : Feb 7, 2025, 8:12 PM IST

Updated : Feb 7, 2025, 9:07 PM IST

ଭୁବନେଶ୍ୱର: ରାଜଧାନୀରେ ଟିମ୍ ଇଣ୍ଡିଆ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତୀୟ ଏବଂ ଇଂଲଣ୍ଡ ଦଳର ଖେଳାଳି । ବିମାନ ବନ୍ଦରରୁ ସ୍ୱତନ୍ତ୍ର କରିଡରରେ ଯାଇଥିଲେ ତାରକା ହୋଟେଲକୁ । ଭୁବନେଶ୍ବର ତାରକା ହୋଟେଲରେ ଖେଳାଳିଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ଆସନ୍ତାକାଲି (ଶନିବାର) କଟକ ବାରବାଟୀ ଷ୍ଟାଡିୟମରେ ଦୁଇ ଦଳର ଖେଳାଳି ଅଭ୍ୟାସ କରିବେ ।

ତାରକା ହୋଟେଲରେ ଖେଳାଳିଙ୍କ ରହିବା ବ୍ୟବସ୍ଥା

ତାରକା ହୋଟେଲରେ ଖେଳାଳିଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ପାରମ୍ପରିକ ନୃତ୍ୟ ଗୀତ ଓ ପୁଷ୍ପ ବର୍ଷା ସହ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଛି । ଉଭୟ ଟିମର ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଭୁବନେଶ୍ୱରରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଖେଳାଳି (ETV Bharat Odisha)

କଡା ସୁରକ୍ଷା ବଳୟରେ ଭୁବନେଶ୍ୱର ଏବଂ କଟକ

ଖେଳାଳିଙ୍କ ଗସ୍ତ ନେଇ ହୋଟେଲ ଠାରୁ ଆରମ୍ଭ କରି ବିମାନବନ୍ଦର ଓ ବାରବାଟୀ ଷ୍ଟାଡିୟମ ସହ କଟକ ଓ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି କରାଯାଇଛି । ଟ୍ୱିନ-ସିଟିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ଆସନ୍ତାକାଲି ନେଟ ପ୍ରାକ୍ଟିସ:

ରବିବାର ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଥିବା ବେଳେ ଆସନ୍ତାକାଲି ଉଭୟ ଟିମ ନେଟ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ । ସକାଳ ସମୟରେ ଗୋଟିଏ ଟିମ୍ ଓ ଉପରବେଳା ଅନ୍ୟ ଏକ ଟିମ୍ ପ୍ରାକ୍ଟିସ ପାଇଁ ଯିବେ । ୯ ତାରିଖ ଦିନ ଖେଳ ଯେହେତୁ ଉଭୟ ଟିମ୍ ଏକ ସମୟରେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିବେ ଓ ଷ୍ଟାଡିୟମରୁ ବାହାରି ହୋଟେଲରେ ମଧ୍ୟ ପହଞ୍ଚିବେ ।

ଏହାମଧ୍ୟ ପଢନ୍ତୁ...ବାରବାଟୀ ଦିନିକିଆ ଟିକେଟ କଳାବଜାରୀ, 7 ଗିରଫ

ବାରବାଟୀ ଜଗିବେ 50 ପ୍ଲାଟୁନ ପୋଲିସ ଫୋର୍ସ; 7ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଟିମ୍, 8ରେ ନେଟ୍ ପ୍ରାକ୍ଟିସ୍

ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଟିକେଟ ପାଇଁ ଦଳାଚକଟା; 10 ଆହତ, ଭିଡ ଏଡାଇବାରେ ପୋଲିସ ନାକେଦମ

ରବିବାର ଇଂଲଣ୍ଡ-ଇଣ୍ଡିଆ ଫାଇଟ୍:

6 ବର୍ଷ ପରେ ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆର ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବା ପରେ ଦ୍ୱିତୀୟ ମ୍ୟାଚ ଆସନ୍ତା 9 ତାରିଖରେ ବାରବାଟୀରେ ଖେଳାଯିବ । ରବିବାର କଟକ ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ବିତୀୟ ମ୍ୟାଚ । ଗତକାଲି ନାଗପୁରରେ ଖେଳାଯାଇଥିଲା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 7, 2025, 9:07 PM IST

ABOUT THE AUTHOR

...view details