ଓଡିଶା

odisha

ETV Bharat / sports

ବାରବାଟୀରେ ଅଭ୍ୟାସ କଲେ ଭାରତୀୟ ଖେଳାଳି, ମ୍ୟାଚର ଭ୍ରମ ସୃଷ୍ଟି କଲା ଦର୍ଶକଙ୍କ ଉପସ୍ଥିତି - IND VS ENG 2ND ODI

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ବାରବାଟୀ ପଡିଆରେ ଅଭ୍ୟାସ କଲେ ଟିମ ଇଣ୍ଡିଆ ଖେଳାଳି, ଗ୍ୟାଲେରୀ ହଜାର ହଜାର ଦର୍ଶକଙ୍କ ଭିଡ

India players net practice at Barabati Stadium
India players net practice at Barabati Stadium (ETV Bharat Odisha)

By ETV Bharat Odisha Team

Published : Feb 8, 2025, 8:26 PM IST

କଟକ:ଭାରତ- ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କଲେ ଭାରତୀୟ ଖେଳାଳି । ତେବେ ଗ୍ୟାଲେରୀଙ୍କ ହଜାର ହଜାର ଦର୍ଶକଙ୍କ ଉପସ୍ଥିତି ମ୍ୟାଚର ଭ୍ରମ ସୃଷ୍ଟି କରିଛି ।

ବାରବାଟୀରେ ଭାରତୀୟ ଖେଳାଳି:

ଆସନ୍ତାକାଲି ଭାରତ- ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିପାଇଁ ଉଭୟ ଟିମର ଖେଳାଳି ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ତେବେ ମ୍ୟାଚ ପୂର୍ବରୁ ଆଜି (ଶନିବାର) କଟକ ବାରବାଟୀ ଫିଲ୍ଡରେ ଅଭ୍ୟାସ କରିଛନ୍ତି ଭାରତୀୟ ଖେଳାଳି । ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରେ ଉଭୟ ଟିମ ରହୁଥିବା ବେଳେ ଅଭ୍ୟାସ ପାଇଁ କଟକ ଆସିଛନ୍ତି । କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, କେ ଏଲ ରାହୁଲ, ଅସରଦୀପ ସିଂ , ଭଳି ଷ୍ଟାର ଖେଳାଳି ଷ୍ଟାଡିଅମରେ ନିର୍ଦ୍ଧାରିତ ସମୟ ଅନୁସାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଥିବା ବେଳେ ମହମ୍ମଦ ସାମି, ଶେୟସ ଆୟାର, ଶୁଭମନ ଗିଲ ଅଭ୍ୟାସ ପାଇଁ ବାରବାଟୀ ଆସି ନଥିବା ଦେଖିବାକୁ ମିଳିଛି ।

ବାରବାଟୀରେ ଅଭ୍ୟାସ କଲେ ଭାରତୀୟ ଖେଳାଳି (ETV Bharat)

ଅନ୍ୟପଟେ କ୍ୟାପଟେନ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ବ୍ୟାଟିଂ କୋଚ ସିତାନସୁ କୋଟାକ କହିଛନ୍ତି, " ଶେଷ ୩ଟି ଦିନିକିଆରେ ରୋହିତ ଖେଳିଛନ୍ତି । ସେହି ମ୍ୟାଚଗୁଡିକରେ ରୋହିତଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଆମେ ଏନେଇ ବ୍ୟସ୍ତ ନାହୁଁ । ରୋହିତଙ୍କୁ ନେଇ ଆମର କିଛି ଚିନ୍ତା ନାହିଁ ।"

India players net practice at Barabati Stadium (ETV Bharat Odisha)

ମ୍ୟାଚର ଭ୍ରମ ସୃଷ୍ଟି କଲା ଦର୍ଶକଙ୍କ ଖଚାଖଚ ଭିଡ:

ନିଜ ପ୍ରିୟ ଖେଳାଳିଙ୍କ ପ୍ରତ୍ୟକ୍ଷ ଭାବେ ଦେଖି ଫ୍ୟାନ୍ସମାନେ ବେଶ ଖୁସି ପ୍ରକଟ କରିଛନ୍ତି । ଅଭ୍ୟାସ ଦେଖିବା ପାଇଁ ଗ୍ୟାଲେରୀରେ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ଭିଡ ମ୍ୟାଚର ଭ୍ରମ ସୃଷ୍ଟି କରୁଥିଲା । ଦର୍ଶକମାନେ ଖେଳାଳିମାନଙ୍କୁ ବେଶ ଉତ୍ସାହିତ କରୁଥିଲେ ।

ଏହାମଧ୍ୟ ପଢନ୍ତୁ...

ନେଟ୍ ପ୍ରାକ୍ଟିସ୍ ଛାଡି ଓଡିଶା ମାଟିରେ ଗଲ୍ଫ ଖେଳିଲେ ଇଂଲଣ୍ଡ କ୍ରିକେଟ୍ ଟିମ୍

ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଭାରତୀୟ ଖେଳାଳି

ବାରବାଟୀରେ ଦିନିକିଆ ରେକର୍ଡ: ଭାରତ ଫେବରେଟ୍, ଇଂଲଣ୍ଡର ପଲ୍ଲା ଭାରି

ବାରବାଟୀ ଦିନିକିଆ, ଭୁବନେଶ୍ୱରରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଖେଳାଳି

ଆସନ୍ତାକାଲି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ:

India players net practice at Barabati Stadium (ETV Bharat Odisha)

ଆସନ୍ତାକାଲି (ରବିବାର) କଟକ ବାରବାଟୀ ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଭାରତୀୟ ସମୟାନୁସାରେ ଦିନ ୧.୩୦ରେ ମ୍ୟାଚ ଆରମ୍ଭ ହେବ । ତେବେ ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ଇଂଲଣ୍ଡକୁ ହରାଇଥିବା ଥିବା ବେଳେ ଏହି ମ୍ୟାଚକୁ ନେଇ ଫ୍ୟାନ୍ସମାନେ ବେଶ ଆଶାବାଦୀ ଅଛନ୍ତି । ବିଶେଷକରି ପୂର୍ବ ମ୍ୟାଚରେ ଆହତ କାରଣରୁ ବିରାଟ କୋହଲି ଖେଳିନଥିବା ବେଳେ ଏହି ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ।

India players net practice at Barabati Stadium (ETV Bharat Odisha)

ଇଟିଭି ଭାରତ, କଟକ

ABOUT THE AUTHOR

...view details