ନାଗପୁର: ଭାରତୀୟ କ୍ରିକେଟ ଚିମର ଷ୍ଟାର ପେସର ମହମ୍ମଦ ଶାମି 14 ମାସ ବ୍ୟବଧାନରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି -20 ସିରିଜରେ କମବ୍ୟାକ୍ କରିଥିଲେ ଶାମି । ଭାରତ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଆଜିଠୁ ଖେଳିବ । ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଦିନିକିଆ ଫର୍ମାଟରେ ଏହି ସିରିଜରେ ନିଜକୁ ପରଖିବ ଭାରତୀୟ ଦଳ । ଦୁର୍ଘଦିନ ପରେ ଦିନିକିଆ ଫର୍ମାଟରେ ଭାରତର ଫୋକସରେ ରହିବ ବୋଲିଂ । କାରଣ ବୋଲିଂ ୟୁନିଟରେ ଅନୁପସ୍ଥିତ ଅଛନ୍ତି ବର୍ତ୍ତମାନ ସମୟରେ ବିଶ୍ୱ କ୍ରିକେଟ ଜଗତର ସବୁୁଠୁ ବଡ ଖେଳାଳି ଯଶପ୍ରୀତ ବୁମରା । ତେବେ ବୋଲିଂ ୟୁନିଟରେ ଶାମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ | ବୁମରାଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ୱିକେଟ୍ ନେଇଥିବା ଶାମି ଦିନିକିଆ ସିରିଜରେ ଭାରତୀୟ ଦ୍ରୁତ ବୋଲିଂ ୟୁନିଟର ନେତୃତ୍ୱ ନେବେ ।
ରେକର୍ଡଠାରୁ ଶାମି ମାତ୍ର 5 ୱିକେଟ୍ ଦୂରରେ-
ପ୍ରଥମ ODIରେ ମହମ୍ମଦ ଶାମି ଐତିହାସିକ ସଫଳତା ହାସଲ କରିପାରନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଦ୍ରୁତତମ 200 ଟି ODI ୱିକେଟ୍ ନେଇଥିବା ରେକର୍ଡକୁ ସମାନ କରିବା ପାଇଁ ଶାମିଙ୍କୁ କେବଳ 5 ୱିକେଟ୍ ଦରକାର । 102 ଟି ମ୍ୟାଚରେ ଷ୍ଟାର୍କ 200 ଟି ODI ୱିକେଟ୍ ନେଇଥିବାବେଳେ ଶାମି ବର୍ତ୍ତମାନ 101 ଟି ODI ମ୍ୟାଚ୍ ରେ ତାଙ୍କ ନାମରେ 195 ୱିକେଟ୍ ନେଇଛନ୍ତି । ଆଜି ନାଗପୁରରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ODI ରେ ଯଦି ଶାମି 5 ୱିକେଟ୍ ନେବେ, 200 ଟି ODI ୱିକେଟ୍ ନେବାରେ ଦ୍ରୁତତମ ବୋଲର ଭାବେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ସହ ସମକକ୍ଷ ହେବେ ।
ODI ରେ 200 ୱିକେଟ୍ କ୍ଲବରେ ଦ୍ରୁତତମ ବୋଲର -
ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ): 200 ୱିକେଟ୍ ହାସଲ କରିବାକୁ 102 ମ୍ୟାଚ୍
ସାକଲେନ୍ ମୁସ୍ତାକ (ପାକିସ୍ତାନ): 200 ୱିକେଟ୍ ହାସଲ କରିବାକୁ 104 ମ୍ୟାଚ୍