ଓଡିଶା

odisha

ETV Bharat / sports

ତୃତୀୟ ଟି20ରେ ରେକର୍ଡ ବର୍ଷା; ହାଇଦ୍ରାବାଦରେ ଅନେକ ରେକର୍ଡ କଲା ଟିମ୍‌ ଇଣ୍ଡିଆ

IND vs BAN Match Record : ହାଇଦ୍ରାବାଦ ଉପ୍ପଲ ଷ୍ଟାଡିୟମରେ ଭାରତର ରେକର୍ଡ ବର୍ଷା । ଟି20 କ୍ରିକେଟରେ ଅନେକ ରେକର୍ଡ କଲା ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 4 hours ago

IND vs BAN Match Records
IND vs BAN Match Records (IANS)

ହାଇଦ୍ରାବାଦ : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି20 ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି 297 ରନ୍‌ର ପର୍ବତ ଭଳି ସ୍କୋର କରିଥିଲା । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ କୌଣସି ବାଂଲାଦେଶ ବୋଲରଙ୍କୁ ଛାଡ଼ିନଥିଲେ । ଜଣେ ପରେ ଜଣେ ବାଂଲା ବୋଲରଙ୍କ ଧୁଲେଇ ହୋଇଥିଲା । ଏହା ସହିତ ଏହି ମ୍ୟାଚରେ ଅନେକ ରେକର୍ଡ ମଧ୍ୟ କରିଛି ଭାରତ । ଏଠାରେ ଆମେ ଆପଣଙ୍କୁ ତୃତୀୟ ଟି20 ମ୍ୟାଚ୍‌ରେ ଭାରତୀୟ ଦଳ କରିଥିବା ରେକର୍ଡ ବିଷୟରେ କହୁଛୁ ।

ଟି20 ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଦ୍ବିତୀୟ ବଡ଼ ସ୍କୋର :-

ବାଂଲାଦେଶ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଟିମ୍‌ ଇଣ୍ଡିଆ ଟି20 ଅନ୍ତର୍ଜାତୀୟ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି । ଏହାପୂର୍ବରୁ ମୋଙ୍ଗୋଲିଆ ବିପକ୍ଷରେ ଟି20ରେ ସବୁଠୁ ବଡ଼ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଛି ନେପାଳ । ସେପ୍ଟେମ୍ବର 2023ରେ ମୋଙ୍ଗୋଲିଆ ବିପକ୍ଷରେ 20 ଓଭରରେ 314 ରନ୍ ସଂଗ୍ରହ କରିଥିଲା ନେପାଳ, ଯାହାକି କ୍ରିକେଟର ଏହି ଛୋଟ ଫର୍ମାଟରେ କୌଣସି ଦଳର ସର୍ବାଧିକ ସ୍କୋର ଅଟେ । ତଥାପି, ଉଭୟ ନେପାଳ କିମ୍ବା ମୋଙ୍ଗୋଲିଆ ଆଇସିସିର ସମସ୍ତ ଫର୍ମାଟ୍ ଖେଳୁଥିବା ଦଳ ନୁହଁନ୍ତି । ତେଣୁ ଆଇସିସିର ସର୍ବକାଳୀନ ସଦସ୍ୟ ଭାବେ ଏହା ଭାରତର ଟି20 କ୍ରିକେଟର ସର୍ବାଧିକ ସ୍କୋର ରେକର୍ଡ ।

ଟେଷ୍ଟ ଖେଳୁଥିବା ଟିମ୍‌ର ଟି20ରେ ସର୍ବାଧିକ ସ୍କୋର :-

ଏହି ମ୍ୟାଚ୍‌ରେ ଆଇସିସିର ଟେଷ୍ଟ ଖେଳୁଥିବା ଦଳ ମଧ୍ୟରେ ସର୍ବାଧିକ ଟି20 ସ୍କୋର କରିବା ରେକର୍ଡ କରିଛି ଭାରତୀୟ ଦଳ । ଏହାପୂର୍ବରୁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ଏକ ଟି20 ମ୍ୟାଚ୍‌ରେ 278 ରନ୍ ସଂଗ୍ରହ କରିଥିଲା । ହେଲେ ଭାରତୀୟ ଦଳ ମୋଟ 297 ରନ୍ କରି ଏହି ରେକର୍ଡ ଭାଙ୍ଗିଛି । ଏହା ବ୍ୟତୀତ ଭାରତୀୟ ଦଳ ମଧ୍ୟ ନିଜର ପୂର୍ବ ସର୍ବାଧିକ ଟି20 ସ୍କୋର ରେକର୍ଡ ଭାଙ୍ଗିଛି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଏକ ଟି20 ମ୍ୟାଚ୍‌ରେ 260 ରନ୍ ସ୍କୋର କରିଥିଲା ଟିମ୍‌ ଇଣ୍ଡିଆ ।

ଗୋଟିଏ ପାଳିରେ ସର୍ବାଧିକ ବାଉଣ୍ଡରି ରେକର୍ଡ :-

ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ବ୍ୟାଟିଂ କରି ସର୍ବାଧିକ ବାଉଣ୍ଡରି ସ୍କୋର କରିବାର ରେକର୍ଡ ମଧ୍ୟ କରିଛି ଟିମ୍‌ ଇଣ୍ଡିଆ । ଏହି ଇନିଂସରେ ଟିମ୍ ଇଣ୍ଡିଆର ବ୍ୟାଟରମାନେ 47 ବାଉଣ୍ଡରି ହାସଲ କରିଛନ୍ତି, ଯାହାକି କୌଣସି ଅନ୍ତର୍ଜାତୀୟ ଟି20 ମ୍ୟାଚ୍‌ରେ ସର୍ବାଧିକ ବାଉଣ୍ଡରି ରେକର୍ଡ । ଏହାପୂର୍ବରୁ ଏହି ରେକର୍ଡ ଚେକ୍ ରିପବ୍ଲିକ୍ ଏବଂ ତୁର୍କୀ ମଧ୍ୟରେ ହୋଇଥିବା ଏକ ମ୍ୟାଚରେ ତୁର୍କୀ ଦଳ ନାଁ'ରେ ଥିଲା, ଯେତେବେଳେ ଏହି ଦଳ 43 ବାଉଣ୍ଡରି ହାସଲ କରିଥିଲା ।

ସଞ୍ଜୁ ସାମସନଙ୍କ ଷଷ୍ଠ ଦ୍ରୁତତମ ଶତକ :-

ଭାରତୀୟ ଦଳର ଓପନିଂ ବ୍ୟାଟର ସଞ୍ଜୁ ସାମସନ୍‌ ଏହି ମ୍ୟାଚ୍‌ରେ ଟି20 କ୍ରିକେଟରେ ଷଷ୍ଠ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟର ହୋଇଛନ୍ତି । ସଞ୍ଜୁ 40 ବଲରେ ନିଜର ଶତକ ପୂରଣ କରିଥିଲେ । ଏହା ବ୍ୟତୀତ ସେ ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ଦଳ ମଧ୍ୟରେ 4ର୍ଥ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟର ହୋଇଛନ୍ତି । ସଞ୍ଜୁଙ୍କ ପୂର୍ବରୁ 35ଟି ବଲରେ ଶତକ ହାସଲ କରିଥିବା ଡେଭିଡ ମିଲର ଏହି ତାଲିକାରେ ତୃତୀୟରେ ରହିଛନ୍ତି ।

ପ୍ରଥମ 10 ଓଭରରେ ତୃତୀୟ ସର୍ବାଧିକ ସ୍କୋର :-

ବାଂଲାଦେଶ ବିପକ୍ଷରେ ବ୍ୟାଟିଂ କରୁଥିବାବେଳେ ଭାରତୀୟ ଦଳ ପ୍ରଥମ 10 ଓଭରରେ 152 ରନ୍ ସଂଗ୍ରହ କରିଥିଲା, ଯାହା ପ୍ରଥମ 10 ଓଭରରେ ତୃତୀୟ ସର୍ବାଧିକ ସ୍କୋର ଅଟେ । ଏହା ସହିତ ପ୍ରଥମ 10 ଓଭରରେ ସର୍ବାଧିକ ସ୍କୋର କରିବା ରେକର୍ଡ ଠାରୁ ଟିମ୍ ଇଣ୍ଡିଆ ମାତ୍ର 4 ରନ୍ ପଛରେ ରହିଯାଇଥିଲା । ଟି20 କ୍ରିକେଟରେ ପ୍ରଥମ 10 ଓଭରରେ ସର୍ବାଧିକ ରନ କରିବାର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି, କଙ୍ଗାରୁ ଦଳ ଚଳିତ ବର୍ଷ ସ୍କଟଲ୍ୟାଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ପ୍ରଥମ 10 ଓଭରରେ 156 ରନ୍ ସ୍କୋର କରିଥିଲା ।

ପାୱାର-ପ୍ଲେରେ ସର୍ବାଧିକ ସ୍କୋର :-

ଏହି ମ୍ୟାଚ୍‌ରେ ପାୱାର-ପ୍ଲେରେ ଭାରତୀୟ ଦଳ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି । ବାଂଲାଦେଶ ବିପକ୍ଷରେ ପ୍ରଥମ 6 ଓଭରରେ ଟିମ୍ ଇଣ୍ଡିଆ 82 ରନ୍ ସଂଗ୍ରହ କରିଥିଲା, ଯାହା କୌଣସି ଟି20 ମ୍ୟାଚ୍‌ର ପାୱାର-ପ୍ଲେରେ ସର୍ବାଧିକ ସ୍କୋର ଅଟେ । ଏହାପୂର୍ବରୁ ମଧ୍ୟ ଭାରତ ସ୍କଟଲ୍ୟାଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ପ୍ରଥମ 6 ଓଭରରେ 82 ରନ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ 78 ରନ୍ ସଂଗ୍ରହ କରିଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details