ଦୁବାଇ (ୟୁଏଇ) : ମହିଳା ଟି20 ବିଶ୍ବକପ୍ 2024ରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଯାନ ପରାଜୟରୁ ଆରମ୍ଭ ହୋଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା ଏବଂ ଶୋଚନୀୟ ପରାଜୟ ବରଣ କରିଥିଲା । ଶୁକ୍ରବାର ଆଇସିସି ମହିଳା ଟି20 ବିଶ୍ବକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ 58 ରନରେ ହାରି ଯାଇଥିଲା ସତ, କିନ୍ତୁ ଏହା ସହିତ ଏକ ବିବାଦ ମଧ୍ୟ ଦେଖାଦେଇଥିଲା । ଯେଉଁଥିରେ ଭାରତୀୟ ଅଧିନାୟିକା ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ କୋଚ୍ ଆମୋଲ ମଜୁମଦାର ମଧ୍ୟ କୌରଙ୍କୁ ସମର୍ଥନ କରିଥିଲେ ।
ଏମିତି ହୋଇଥିଲା ରନ୍ ଆଉଟ୍ :-
ଏହି ମ୍ୟାଚ୍ର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କ ରନ୍ ଆଉଟ୍ ହେବା ନେଇ ଏକ ବିବାଦ ଉପୁଜିଥିଲା । କିୱି ବ୍ୟାଟର ଆମେଲିଆ କେର୍ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଆଡ଼କୁ ଯାଉଥିବା ସମୟରେ ତାଙ୍କୁ ପୁନର୍ବାର କ୍ରିଜକୁ ଡକାଯାଇଥିଲା । ଏଥିରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ତଥା ଅଧିନାୟକ ଅତ୍ୟନ୍ତ ଅସନ୍ତୁଷ୍ଟ ଦେଖାଯାଉଥିଲେ ।
ବାସ୍ତବରେ, ଏହି ଘଟଣା ନ୍ୟୁଜିଲ୍ୟାଣ୍ଡ ଇନିଂସର 14 ତମ ଓଭର ଶେଷରେ ଘଟିଥିଲା । ଓଭରର ଶେଷ ବଲରେ ଅନ୍-ଷ୍ଟ୍ରାଇକ୍ ବ୍ୟାଟର କେର୍ ଦୀପ୍ତି ଶର୍ମାଙ୍କ ବଲକୁ ଲଙ୍ଗ-ଅଫ୍ ଆଡ଼କୁ ଖେଳି ଗୋଟିଏ ରନ୍ ପୂରଣ କରିଥିଲେ । ଭାରତ ଅଧିନାୟକ ହରମନପ୍ରୀତ ଭାବିଥିଲେ ଯେ ଓଭର ଶେଷ ହୋଇଛି ଏବଂ ତାଙ୍କ ହାତରେ ବଲ ଧରି ରଖିଥିଲେ । କିନ୍ତୁ ଏହି ସମୟରେ କ୍ରିଜରେ ମହଜୁଦ ଥିବା ଅନ୍ୟତମ କିୱି ବ୍ୟାଟର ସୋଫି ଡିଭାଇନ୍ ଆଉ ଏକ ରନ୍ ପାଇଁ କେର୍ଙ୍କୁ କଲ୍ ଦେଇଥିଲେ । କିନ୍ତୁ ଏହି ରନ ସେମାନେ ପୂରଣ କରିପାରିନଥିଲେ । କାରଣ ଭାରତୀୟ ୱିକେଟ୍ କିପର ରିଚା ଘୋଷ ହରମାନପ୍ରୀତ କୌରଙ୍କ ଥ୍ରୋ ପରେ ବଲକୁ ଧରି କିୱି ବ୍ୟାଟରଙ୍କୁ ରନ୍ ଆଉଟ୍ କରିଥିଲେ । କିୱି ବ୍ୟାଟର ରନ୍ ପୂରା କରିପାରିନଥିଲେ ।
ଅମ୍ପାୟାରଙ୍କ ଉପରେ ଭାରତୀୟ ଅଧିନାୟିକା କ୍ଷୁବ୍ଧ :-