ଓଡିଶା

odisha

ETV Bharat / sports

ଚାମ୍ପିଅନ୍ସ ଟ୍ରଫି: ଭାରତ-ପାକିସ୍ତାନ ହେଡ୍ ଟୁ ହେଡ୍ ରେକର୍ଡ, ଜାଣନ୍ତୁ କିଏ କାହା ଉପରେ ଭାରି ? - ICC CHAMPIONS TROPHY 2025

ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ କାହା ପଲ୍ଲା ଭାରି ? କେଉଁ ବ୍ୟାଟର ଏବଂ ବୋଲରଙ୍କ ଉପରେ ରହିବ ସମସ୍ତଙ୍କ ନଜର...

India vs Pakistan head to head records
India vs Pakistan head to head records (AFP Photo)

By ETV Bharat Odisha Team

Published : Feb 22, 2025, 1:22 PM IST

Updated : Feb 22, 2025, 1:39 PM IST

ନୂଆଦିଲ୍ଲୀ:ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ର ଚିକମିକ୍ ଟ୍ରଫି ଏବଂ ହ୍ୱାଇଟ୍ ଜ୍ୟାକେଟ୍ ପାଇବା ପାଇଁ ବିଶ୍ୱର ଟପ୍-8 ODI ଦଳ ମଧ୍ୟରେ ଆରମ୍ଭ ହୋଇସାରିଛି ଘମାସାନ ଲଢେଇ । 2017 ପରେ ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟ ପାକିସ୍ତାନ ଏବଂ ୟୁଏଇରେ ଆୟୋଜିତ ହେଉଛି । ସମଗ୍ର ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଟୁର୍ନାମେଣ୍ଟର ସବୁଠାରୁ ବଡ ମ୍ୟାଚ୍, ଭାରତ-ପାକିସ୍ତାନ ଲଢେଇକୁ ଅପେକ୍ଷା କରିଛନ୍ତି । ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଆସନ୍ତୁ ଜାଣିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ହେଡ୍ ଟୁ ହେଡ୍ ରେକର୍ଡ ।

ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ରେକର୍ଡ-

ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ବିପକ୍ଷରେ ପାକିସ୍ତାନ ପଲ୍ଲା ଭାରି ରହିଛି । ଫେବୃଆରୀ 2025 ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ 5 ଥର ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ପାକିସ୍ତାନ 3 ଟି ମ୍ୟାଚ୍ ଜିତିଛି । ଏଥି ସହିତ ଭାରତ 2 ଟି ମ୍ୟାଚ୍ ଜିତିଛି । ଚାମ୍ପିଅନ୍ସ ଟ୍ରଫି 2004, 2009 ଏବଂ 2013 ରେ ଥରେ ଏବଂ ଦୁଇଥର ଚାମ୍ପିଅନ୍ସ ଟ୍ରଫି 2017 ରେ ଦୁଇ ଟିମ୍ ମୁହାଁମୁହିଁ ହୋଇଥିଲେ ।

ଚାମ୍ପିଅନ୍ସ ଟ୍ରଫି 2017 ଫାଇନାଲରେ ଭାରତକୁ ମାତ ଦେଲା ପାକିସ୍ତାନ-

ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ଟୁର୍ନାମେଣ୍ଟର 2017 ସଂସ୍କରଣର ଅନ୍ତିମ ମ୍ୟାଚରେ । ଲଣ୍ଡନର ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟାଇଟଲ ମ୍ୟାଚରେ ଭାରତୀୟ ଦଳକୁ 180 ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ପରାଜୟ ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ଜିତିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା । ଏହି ମ୍ୟାଚରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ପାକିସ୍ତାନ ବୋଲରଙ୍କ ଆଗରେ ମାଟି କାମୁଡିଥିଲା । ଏହି ମ୍ୟାଚ ଜିତି ଡିଫେଣ୍ଡିଂ ଚାମ୍ପିଅନ ହୋଇଥିଲା ପାକିସ୍ତାନ ଟିମ୍ ।

ବର୍ଷ ସ୍ଥାନ ଫଳାଫଳ
2004 ଏଜବାଷ୍ଟନ୍ ବର୍ମିଂହାମ ପାକିସ୍ତାନ 3 ୱିକେଟରେ ବିଜୟୀ
2009 ସୁପରସ୍ପୋର୍ଟ ପାର୍କ, ସେଞ୍ଚୁରିଅନ୍ ପାକିସ୍ତାନ 54 ରନରେ ବିଜୟୀ
2013 ଏଜବାଷ୍ଟନ୍, ବର୍ମିଂହାମ ଭାରତ 8 ୱିକେଟରେ ବିଜୟୀ
2017 ଏଜବାଷ୍ଟନ୍, ବର୍ମିଂହାମ୍ ଭାରତ 124 ରନରେ ବିଜୟୀ
2017 ଓଭାଲ, ଲଣ୍ଡନ ପାକିସ୍ତାନ 180 ରନରେ ବିଜୟୀ

ଚାମ୍ପିଅନ୍ସ ଟ୍ରଫି ସଂପର୍କିତ ଏସବୁ ଖବର ମଧ୍ୟ ପଢ଼ନ୍ତୁ-

ଦିଲ୍‌ ନେଲେ ଗିଲ୍‌, ମାରିଲେ ସେଞ୍ଚୁରୀ: ବିଜୟରୁ ଟିମ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ଅଭିଯାନ - ICC CHAMPIONS TROPHY 2025

ହାଟ୍ରିକରୁ ଅଳ୍ପକେ ବର୍ତ୍ତିଲେ ଅକ୍ଷର, ହାତ ଯୋଡି କ୍ଷମା ମାଗିଲେ ରୋହିତ - AXAR PATEL MISSES HAT TRICK

ଚାମ୍ପିଅନ୍ସ ଟ୍ରଫି, ଜାଣନ୍ତୁ ଟୁର୍ଣ୍ଣାମେଣ୍ଟ ନେଇ ସମ୍ପୂର୍ଣ୍ଣ ସୂଚନା - ICC CHAMPIONS TROPHY 2025

23 ଫେବୃଆରୀ ଭାରତ-ପାକିସ୍ତାନ ମେଗା ମ୍ୟାଚ୍-

ଚାମ୍ପିଅନ୍ସ ଟ୍ରଫି 2025 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ 23 ଫେବୃଆରୀ 2025 ରବିବାର ଦିନ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ୍ । 2017 ସଂସ୍କରଣର ଫାଇନାଲରେ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରାଯାଉଛି ।

Last Updated : Feb 22, 2025, 1:39 PM IST

ABOUT THE AUTHOR

...view details