ହାଇଦ୍ରାବାଦ:2026 ଫିଫା ବିଶ୍ୱକପ ଫୁଟବଲ ପାଇଁ ଜାରି ହେଲା କ୍ରୀଡ଼ାସୂଚୀ । ଜୁନ 11ରେ ମେକ୍ସିକୋ ସିଟିରେ ହେବ ଉଦଘାଟନୀ ମୁକାବିଲା । ଆମେରିକା, କାନାଡା ଓ ମେକ୍ସିକୋରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 48 ଦଳ ଭାଗ ନେବେ । 3 ଦେଶର 16 ସହରରେ ଖେଳାଯିବ 104 ମ୍ୟାଚ୍ । 2026 ଜୁଲାଇ 19ରେ ନ୍ୟୁଜର୍ସିରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ । ଏନେଇ ଫିଫା ଆୟୋଜକଙ୍କ ତରଫରୁ ଘୋଷଣା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-FIH ହକି ପ୍ରୋ-ଲିଗରେ ଭାରତର କ୍ରମାଗତ ପରାଜୟ, 3-1 ଗୋଲରେ ଜିତିଲା ନେଦରଲାଣ୍ଡ୍ସ
ଫିଫା ଅଧ୍ୟକ୍ଷ ଜିଆନି ଇନଫାଣ୍ଟିନୋ ଏକ ବିବୃତିିରେ କହିଛନ୍ତି ଯେ, "ସବୁଠାରୁ ସମାବେଶୀ ଓ ପ୍ରଭାବଶାଳୀ ଫିଫା ବିଶ୍ବକପ ଏବେ ଏକ ସ୍ବପ୍ନ ନୁହଁ ବରଂ ଏକ ବାସ୍ତବିକତାରେ ପରିଣତ ହୋଇଛି । କାନାଡା, ମେକ୍ସିକୋ ଏବଂ ଆମେରିକାର 16 ଟି ଅତ୍ୟାଧୁନିକ ଷ୍ଟାଡିୟମରେ 104 ମ୍ୟାଚ୍ ଖେଳାଯିବ । ମେକ୍ସିକୋର ଆଇକନିକ୍ ଏଷ୍ଟାଡିଓ ଆଜ୍ଟେକାଠାରେ ଉଦ୍ଘାଟନୀ ମ୍ୟାଚ୍ ଓ ନ୍ୟୁଜର୍ସିରେ ଫାଇନାଲ୍ ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଫିଫା ବିଶ୍ୱକପ ଆୟୋଜନ ପାଇଁ ତିନିଟି ଆୟୋଜକ ଦେଶ ଏବଂ 16 ଟି ସହରକୁ ଧନ୍ୟବାଦ ଦେବାକୁ ଚାହୁଛି । ଯାହା କେବଳ ନୂଆ ରେକର୍ଡ ସୃଷ୍ଟି କରିବ ନାହିଁ ବରଂ ଏକ ଅବିସ୍ମରଣୀୟ ହୋଇ ରହିବ । "
ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗିଲ୍ ଆହତ: ଆଙ୍ଗୁଠିରେ ଆଘାତ, ପରବର୍ତ୍ତୀ ମ୍ୟାଚ୍ ଖେଳିବା ନେଇ ସନ୍ଦେହ
ଫିଫା ବିଶ୍ବକପରେ ପୂର୍ବରୁ 32 ଦଳ ସାମିଲ ହେଉଥିବା ବେଳେ 2026ରେ କିଛି 48ଟି ଦଳକୁ ସାମିଲ କରାଯାଇଛି । ଜୁଲାଇ 12ରେ କାନାଡା ଟରୋଣ୍ଟୋ ଏବଂ ଆମେରିକା ଲସ୍ ଏଞ୍ଜେଲସରେ ପ୍ରଥମ ଥର ପାଇଁ ବିଶ୍ୱକପ ଯାତ୍ରା ଆରମ୍ଭ କରିବ । ଏଷ୍ଟାଡିଓ ଆଜ୍ଟେକାଠାରେ ଉଦ୍ଘାଟନୀ ମ୍ୟାଚ୍ ପାଇଁ 83 ହଜାର ସିଟର ବ୍ୟବସ୍ଥା କରାଯାଇଛି । 1970 ଏବଂ 1986 ପରେ ତୃତୀୟ ଥର ମେକ୍ସିକୋ ସିଟିରେ ବିଶ୍ୱକପ୍ ଉଦଘାଟନୀ ମ୍ୟାଚ ଖେଳାଯିବ । କାନାଡ଼ା ପ୍ରଥମ ଥର ପାଇଁ ଫିଫା ବିଶ୍ୱକପର ଆୟୋଜକ ହୋଇଛି । ଏହା ପୂର୍ବରୁ 2015 ମସିହାରେ ମହିଳା ବିଶ୍ୱକପ ସମେତ ଫିଫା ମହିଳା ଏବଂ ଯୁବ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରିଥିଲା । 1994 ପରଠାରୁ ଆମେରିକା ଦ୍ୱିତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ।