ଓଡିଶା

odisha

ETV Bharat / sports

ଶିଖର ଧାୱନଙ୍କୁ 'ବେଷ୍ଟ ଓପନର' କହିଲେ କୋଚ; 'ରୋହିତ ଶର୍ମାଙ୍କୁ ଭଲ ଓପନର କରିଛନ୍ତି ଧାୱନ' - Shikhar Dhawan coach Interview

Shikhar Dhawan coach Interview : ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ଶିଖର ଧାୱନ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଅବସରରେ ଧାୱନଙ୍କ ପିଲାଦିନର କୋଚ ସହ ଆଲୋଚନା କରିଛନ୍ତି ଇଟିଭି ଭାରତର ସଞ୍ଜୀବ ଗୁହା । ଅଧିକ ପଢ଼ନ୍ତୁ

Shikhar Dhawan coach Interview
Shikhar Dhawan coach Interview (ETV Bharat Odisha)

By ETV Bharat Sports Team

Published : Aug 24, 2024, 5:06 PM IST

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ବାମହାତୀ ଷ୍ଟାର ବ୍ୟାଟର ଶିଖର ଧାୱନ ଘରୋଇ ତଥା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଧାୱନ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଅବସର ଘୋଷଣା କରିଥିଲେ । ଏହି ଭିଡିଓରେ ସେ ସମସ୍ତ ପ୍ରଶଂସକ, ସାଥି ଖେଳାଳିଙ୍କ ଓ କୋଚଙ୍କ ସହ ତାଙ୍କ ପିଲାଦିନର ପ୍ରଶିକ୍ଷକ ତଥା ପରାମର୍ଶଦାତା ମଦନ ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତେବେ ଇଟିଭି ଭାରତର ସଞ୍ଜୀବ ଗୁହା, ଧାୱନଙ୍କ ପିଲାଦିନର ପ୍ରଶିକ୍ଷକ ମଦନ ଶର୍ମାଙ୍କ ସହ ଏନେଇ ସ୍ବତନ୍ତ୍ର ଆଲୋଚନା କରିଛନ୍ତି । ସେ ଧାୱନଙ୍କୁ ବେଷ୍ଟ ଓପନର କହିବା ସହ ରୋହିତଙ୍କୁ ଭଲ ଓପନର କରିବା ପଛରେ ଧାୱନଙ୍କ ଅବଦାନ ଥିବା କହିଛନ୍ତି । ପଢ଼ନ୍ତୁ ଆଉ କଣ କହିଛନ୍ତି ଧାୱନଙ୍କ ପିଲାଦିନର କୋଚ ମଦନ ଶର୍ମା,

Shikhar Dhawan coach Interview (ETV Bharat)

'ଆଜି ଆମ ପାଇଁ ଖୁସିର ଦିନ' :-

ଶିଖର ଧାୱନଙ୍କ ଅବସର ନେଇ ତାଙ୍କ ପିଲାଦିନର କୋଚ ମଦନ ଶର୍ମା କହିଛନ୍ତି, "କ୍ରିକେଟରେ ତାଙ୍କର ବହୁତ ଲମ୍ବା ଯାତ୍ରା ରହିଛି, ମୁଁ ପ୍ରତିଦିନ ତାଙ୍କର ଯାତ୍ରା ଦେଖିଛି । ଛୋଟ ଖେଳାଳୀଠାରୁ ସେ ବଡ ଖେଳାଳି ହେବା ପର୍ଯ୍ୟନ୍ତ ମୁଁ ତାଙ୍କ ଗ୍ରାଫ୍ ଦେଖିଛି । ଏହା ବହୁତ ଖୁସିର ବିଷୟ ଯେ ସେ ଏତେ ଦିନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ, କିନ୍ତୁ ବେଳେବେଳେ ମୋତେ ଲାଗେ, ଯଦି ସେ ଦେଶ ପାଇଁ 2023 ଦିନିକିଆ ବିଶ୍ବକପ ଖେଳିଥାନ୍ତେ, ତେବେ ଭଲ ହୋଇଥା'ନ୍ତା । କିନ୍ତୁ ମୁଁ ଖୁସି ଯେ ସେ ଏତେ ଭଲ କରିଛନ୍ତି, ମୁଁ ତାଙ୍କ ସହ ଜଡିତ ଅଛି, ଆଜି ଆମ ପାଇଁ ଖୁସିର ଦିନ ।

Shikhar Dhawan (ETV Bharat)

'ଶିଖର ବହୁତ ପରିଶ୍ରମୀ ଥିଲେ' :-

ଯେତେବେଳେ ଶିଖର ଧାୱନଙ୍କ ପିଲାଦିନର କୋଚ ମଦନ ଶର୍ମାଙ୍କୁ ପଚରାଗଲା, ଯେ ତୁମେ ତାଙ୍କ ସମ୍ପୂର୍ଣ୍ଣ କ୍ୟାରିୟରର ବିଷୟରେ କିଛି କହିବାକୁ ଚାହୁଁଛ କି ? ଏହା ଉପରେ ସେ କହିଛନ୍ତି, "ସେ ପିଲାଦିନରେ ଭଲ ଖେଳୁଥିଲେ, ତେଣୁ ସେ ପ୍ରଥମ ଥର ପାଇଁ ଅଣ୍ଡର 15ରେ ମନୋନୀତ ହୋଇଥିଲେ । କିନ୍ତୁ ଗୋଟିଏ ମ୍ୟାଚ୍ ଖେଳିବା ପରେ ତାଙ୍କୁ ଡ୍ରପ୍ କରିଦିଆଗଲା ଏବଂ ପରେ ତାଙ୍କୁ ଦଳରୁ ବାହାର ଦିଆଗଲା । ଏହା ପର ବର୍ଷ ସେ ଅଣ୍ଡର 17ରେ ଭଲ ଖେଳି ଏସିଆ କପ୍ ଖେଳିବାକୁ ସୁଯୋଗ ପାଇଲେ । ସେ ଜାଣିଥିଲେ ଯେ ତାଙ୍କୁ ସବୁ ଶୁଣି ଭଲ ପ୍ରଦର୍ଶନ କରିବାକୁ ପଡିବ । ଏହାପରେ ସେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ । ସେ ମୋ କଥା ଶୁଣୁଥିଲେ ଏବଂ କଠିନ ପରିଶ୍ରମ କରୁଥିଲେ ଏବଂ ତା’ପରେ ସେ ପରବର୍ତ୍ତୀ ବର୍ଷ ଅଣ୍ଡର 19 ବିଶ୍ୱକପ୍ ଖେଳିଥିଲେ । ସେ ଜାଣିଥିଲେ ଯେ ଯେତେବେଳେ ସେ ବାହାରକୁ ଯାଆନ୍ତି, କେଉଁ ପ୍ରକାର ବୋଲରଙ୍କୁ ଭେଟିବେ, ବଲ କେଉଁ ଉଚ୍ଚତାରେ ଆସିବ, ପାଣିପାଗ କିପରି ରହିବ, ବଲ କେତେ ସୁଇଙ୍ଗ କରିବ, ସେ ସେହି ଅନୁସାରେ ଅଭ୍ୟାସ କରୁଥିଲେ ।

'ପିଲାଦିନରୁ ହିଁ ଅଫ୍‌ ସାଇଡ୍‌ରେ ଭଲ ଖେଳୁଥିଲେ ଧାୱନ' :-

ଯେତେବେଳେ ତାଙ୍କୁ ପଚରାଗଲା, ଶିଖରଙ୍କ ଅଫ୍ ସାଇଡ୍ ବ୍ୟାଟିଂ ଆରମ୍ଭରୁ ହିଁ ଏତେ ଭଲ ଥିଲା କି ? ଏହାର ଉତ୍ତରରେ ମଦନ ଶର୍ମା କହିଲେ, "ସେ ପିଲାଦିନରୁ ହିଁ ଭଲ ଖେଳୁଥିଲେ । ଅଫ୍ ସାଇଡ ତାଙ୍କର ପ୍ରିୟ ଥିଲା । ସେ ପିଲାଦିନରୁ ସ୍ଲୋଗ୍ ସୁଇପ୍ ଭଲ ଖେଳୁଥିଲେ । ସେ ଲମ୍ବା ଫ୍ଲିକ୍ ସଟ୍ ମଧ୍ୟ ମାରୁଥିଲେ । ଏହାପରେ ସେ ତାଙ୍କ କଭର ଡ୍ରାଇଭରେ କଠିନ ପରିଶ୍ରମ କଲେ । କଭର୍ ଡ୍ରାଇଭ୍ ଏପରି ଏକ ସଟ୍, ଯାହା ଥରେ ଲାଗିଗଲେ ଆମ କ୍ଲବର ସମସ୍ତ ପିଲାମାନେ ଅନୁଭବ କରନ୍ତି ଯେ ସେମାନଙ୍କ ଦିନ ଆଜି ଭଲରେ ଯିବ ।"

Shikhar Dhawan and Madan Sharma (ETV Bharat)

'ରୋହିତଙ୍କୁ ଖେଳିବାର ସ୍ବାଧିନତା ଦେଉଥିଲେ ଶିଖର' :-

ମଦନ ଶର୍ମାଙ୍କୁ ଆହୁରି ପଚରାଯାଇଥିଲା ଯେ ଜଣେ ପ୍ରଶିକ୍ଷକ ଭାବରେ ଶିଖରଙ୍କ ଏକ ଶକ୍ତିଶାଳୀ ଏବଂ ଗୋଟିଏ ଦୁର୍ବଳ ପଏଣ୍ଟ କୁହନ୍ତୁ, ଏହାର ଉତ୍ତରରେ ମଦନ ଶର୍ମା କହିଛନ୍ତି, "ତାଙ୍କର ଦୃଢ଼ ପଏଣ୍ଟ ଯାହା ଥିଲା, ତାଙ୍କର ଦୁର୍ବଳ ପେଣ୍ଟ ମଧ୍ୟ ସମାନ ଥିଲା । ଯେତେବେଳେ ଧାୱନ ଭାରତ ପାଇଁ ରୋହିତଙ୍କ ସହ ଖେଳୁଥିଲେ, ସେତେବେଳେ ସେ ଭାବୁଥିଲେ ଯେ ତାଙ୍କୁ ଆରମ୍ଭରୁ ହିଁ ଆକ୍ରାମକ ଖେଳିବାକୁ ପଡିବ, କାରଣ ରୋହିତଙ୍କୁ ସେଟ୍‌ ହେବା ପାଇଁ ସମୟ ଦରକାର । ଏପରି ପରିସ୍ଥିତିରେ ସେ ଅନେକ ଥର ଅଧିକ ରନ୍ ସ୍କୋର କରୁଥିଲେ ନହେଲେ ଅନେକ ଥର ସେ ଆଉଟ୍‌ ହୋଇଯାଉଥିଲେ । ସେ ଚାହୁଁଥିଲେ ରୋହିତଙ୍କୁ କ୍ରିଜରେ ଟିକିଏ ଅଧିକ ସମୟ ମିଳୁ । ଏହା ଥିଲା ଧାୱନଙ୍କର ମାଇନସ୍ ପଏଣ୍ଟ ।

'ସେହୱାଗ, ଗମ୍ଭୀର ଓ ଶିଖର ଭାରତର ଶ୍ରେଷ୍ଠ ଓପନର' :-

ଆପଣ ଶିଖର ଧାୱନଙ୍କୁ ଜଣେ ଭାରତୀୟ ଓପନର୍ ଭାବରେ କେଉଁଠାରେ ରଖିବାକୁ ଚାହାଁନ୍ତି ବୋଲି ଯେତେବେଳେ ପ୍ରଶ୍ନ କରାଗଲା, ମଦନ ଉତ୍ତର ଦେଇଛନ୍ତି, "ପୂର୍ବରୁ କ୍ରିକେଟ୍ ଏବଂ ବର୍ତ୍ତମାନର କ୍ରିକେଟ୍ ମଧ୍ୟରେ ବହୁତ ପାର୍ଥକ୍ୟ ଆସିଯାଇଛି । ପୂର୍ବରୁ ଆମେ ପାରମ୍ପାରିକ କ୍ରିକେଟ୍ ଖେଳୁଥିଲୁ, ଏବେ ଟିକିଏ ଆକ୍ରାମକ କ୍ରିକେଟ୍ ଖେଳୁଛୁ । ବୀରେନ୍ଦ୍ର ସେହୱାଗ ଏହାକୁ ଏମିତି କରିଦେଇଥିଲେ । ନିଜର ପ୍ରଥମ ଟେଷ୍ଟରେ ଧାୱନ ଭଲ ଷ୍ଟ୍ରାଇକ୍ ହାରରେ ଏକ ଶତକ ହାସଲ କରିଥିଲେ । ଜଣେ ଓପନର୍ ଭାବରେ ଦଳକୁ ଭଲ ଆରମ୍ଭ ଦେବା ଏବଂ ବିପକ୍ଷ ଦଳର ମନୋବଳ ନଷ୍ଟ କରିବା ହେଉଛି ଓପନରର କାମ । ସେହୱାଗ ଓ ଗୌତମ ଏବଂ ଶିଖର ମୋ ଅନୁଯାୟୀ ଏପରି ଭଲ ଓପନର୍ ଥିଲେ ।"

ତାଙ୍କ ବ୍ୟକ୍ତିଗତ ଜୀବନର ସମସ୍ୟା ତାଙ୍କ କ୍ରିକେଟ୍ ଉପରେ କୌଣସି ପ୍ରଭାବ ପକାଇଛି କି ନାହିଁ ପ୍ରଶ୍ନରେ ମଦନ ଶର୍ମା କହିଛନ୍ତି, "ମୁଁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣେ ନାହିଁ । କାରଣ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମୋ ସହ କିଛି ସେୟାର କରନ୍ତି ନାହିଁ । ବ୍ୟକ୍ତିଗତ ଜୀବନ ସମସ୍ୟା ଆସିଥାଏ କିନ୍ତୁ ଏହା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିନଥିଲା, ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି । ଯେତେବେଳେ ସେ ଖେଳୁଥିଲେ, ସେ ଦେଶ ପାଇଁ ଭଲ କରିବାକୁ ଚାହୁଁଥିଲେ ।"

Shikhar Dhawan (ETV Bharat)

'ଶିଖର ଆରମ୍ଭରୁ ଯେମିତି ଥିଲେ, ଆଜି ବି ସେମିତି' :-

ଯେତେବେଳେ କୋଚ୍ ମଦନ ଶର୍ମାଙ୍କୁ ପଚରାଗଲା, ଯେତେବେଳେ ତୁମେ ଶିଖରଙ୍କୁ ପ୍ରଥମ ଦିନରେ ନେଟ୍‌ରେ ଦେଖିଥିଲ ଏବଂ ବର୍ତ୍ତମାନ ତୁମେ ତାଙ୍କୁ ଦେଖୁଛ, ତୁମେ ତାଙ୍କର ହୋଇଥିବା ପରିବର୍ତ୍ତନ ବିଷୟରେ କ’ଣ କହିବାକୁ ଚାହୁଁଛ ? ଏହାର ଉତ୍ତରରେ ସେ କହିଛନ୍ତି, "ଜଣେ ପ୍ରଶିକ୍ଷକ ଭାବରେ ମୁଁ ତାଙ୍କୁ ପ୍ରଥମ ଦିନରେ ଯେମିତି ଦେଖିଥିଲି ଏବଂ ଆଜି ବି ସେ ମୋ ଆଗରେ ସମାନ । ମୁଁ ସକାଳେ ମଧ୍ୟ ତାଙ୍କ ସହ କଥା ହେଲି, ସେ କହିଥିଲେ ଯେ ଆଜି ମୁଁ ଅବସର ନେଇ ପୋଷ୍ଟ କରୁଛି । ଅତୀତ ଓ ବର୍ତ୍ତମାନର ଶିଖର ମଧ୍ୟରେ ମୋ ପାଇଁ କୌଣସି ପାର୍ଥକ୍ୟ ନାହିଁ, ସେ ପିଲାଦିନେ ମଧ୍ୟ କଠିନ ପରିଶ୍ରମ କରୁଥିଲେ, ସେତେବେଳେ ମୋ ପାଇଁ ଯାହା ଥିଲେ, ଆଜି ମଧ୍ୟ ସମାନ । ସେ ଦେଶ ପାଇଁ ଖେଳୁଥିଲେ, ଅନେକ ଟୁର୍ଣ୍ଣାମେଣ୍ଟ ଦେଶକୁ ଜିତାଇଥିଲେ ଏବଂ ବିଶ୍ବକପ ଖେଳିଥିଲେ । ସେ ବହୁତ ଭଲ କାମ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କ୍ରିକେଟରୁ ଶିଖର ଧାଓ୍ବନଙ୍କ ଅବସର, ICC ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଥିଲେ ସଙ୍କଟମୋଚକ, ଇମୋସନାଲ ଭିଡିଓ ଛାଡି କହିଲେ... - Shikhar Dhawan announces retirement

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details