ଓଡିଶା

odisha

ଆଣ୍ଡରସନ ଯୁଗ ଶେଷ; 22 ବର୍ଷ ପରେ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡ ଷ୍ଟାର ବୋଲର, ତେନ୍ଦୁଲକର କହିଲେ... - Anderson Signs Off Test Cricket

By ETV Bharat Odisha Team

Published : Jul 13, 2024, 10:51 AM IST

James Anderson Signs Off Test Cricket: ବିଶ୍ବର ପ୍ରଥମ ବୋଲର ଭାବେ ଟେଷ୍ଟ କ୍ରିକେଟରେ 700ରୁ ଅଧିକ ଓ୍ବିକେଟ ହାସଲ କରିଛନ୍ତି । ପ୍ରଥମ ବୋଲର ଭାବେ ଟେଷ୍ଟରେ 40 ହଜାରରୁ ଅଧିକ ବଲ ବୋଲିଂ କରିଛନ୍ତି । 188ଟି ଟେଷ୍ଟ ମ୍ୟାଚ ଖେଳି ଛନ୍ତି । ଅଧିକ ପଢନ୍ତୁ

james anderson
james anderson (@ICC)

ହାଇଦ୍ରାବାଦ:କ୍ରିକେଟରେ ଶେଷ ହୋଇଛି ଆଣ୍ଡରସନ ଯୁଗ । 22 ବର୍ଷର ଲମ୍ବା କ୍ୟାରିଅରରେ ଲାଗିଛି ବ୍ରେକ୍ । ଗ୍ରିନ୍ ପିଚରେ ବଲକୁ ଜବରଦସ୍ତ ସିମ୍ କରୁଥିବା ସ୍ବିଙ୍ଗ୍ କିଙ୍ଗ୍ ଜେମ୍ସ ଆଣ୍ଡରସନ କ୍ରିକେଟକୁ କହିଛନ୍ତି ଅଲବିଦା । ଲଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷ 3 ଟିକିଆ ଟେଷ୍ଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚରେ ନିଜର ଶେଷ ମ୍ୟାଚ ଖେଳିଛନ୍ତି ଆଣ୍ଡରସନ୍ । 700ରୁ ଅଧିକ ଟେଷ୍ଟ ଓ୍ବିକେଟ ନେଇ ପ୍ରଥମ ବୋଲର ଭାବେ ରଚିଛନ୍ତି ଇତିହାସ । ଶୁକ୍ରବାର (ଜୁଲାଇ 12) ତାରିଖରେ ଲଂଲଣ୍ଡ କ୍ରିକେଟ ଟିମର ସବୁଠାରୁ ସଫଳ ତମ ବୋଲର ଆଣ୍ଡରସନ୍ ନିଜ କ୍ରିକେଟ କ୍ୟାରିଅରକୁ ବାଏ ବାଏ କରିଛନ୍ତି ।

ଆଣ୍ଡରସନ୍ ଅବସର ନେବା ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଅନେକ ପୂର୍ବତନ କ୍ରିକେଟ ଆଣ୍ଡରସନକୁ ଭୁରୁ ଭୁରି ପ୍ରଶଂସା କରିଛନ୍ତି । ଜଣେ ଦକ୍ଷ ବୋଲର ଭାବେ ଆଣ୍ଡରସନ ଇଂଲଣ୍ଡ କ୍ରିକେଟ ପାଇଁ ଦୀର୍ଘ 22 ବର୍ଷ ଧରି ସେବା ଯୋଗାଇ ଆସିଥିଲେ । ତାଙ୍କ ଅବସର ପରେ କ୍ରିକେଟ ଜଗତର ଭଗବାନ ଭାବେ ପରିଚିତ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି କି, ଜିମିଙ୍କୁ ବୋଲିଂ କରିବା ସମୟରେ ଦେଖିବା ଗୋଟିଏ ଆନନ୍ଦର କଥା । ତମର 22 ବର୍ଷର ଲମ୍ବା ବୋଲିଂ ସ୍ପେଲ୍ ଆଗମୀ ଦିନରେ କ୍ରିକେଟରଙ୍କୁ ଅନୁପ୍ରାଣିତ କରିବ । ତମ ଆକ୍ସନ, ସ୍ପିଡ୍, ଆକୁରେସି, ସିମିଂ ଏବଂ ଫିଟନେସ୍ ଆଗାମୀ ସମୟରେ ଲକ୍ଷ ଲକ୍ଷ ଯୁବ କ୍ରିକେଟଙ୍କୁ ପ୍ରେରଣା ଯୋଗାଇବ ।

ତେନ୍ଦୁଲକରଙ୍କୁ ନେଇ ଏମିତି କହିଛନ୍ତି ଆଣ୍ଡରସନ୍- ଜଣେ ବ୍ୟାଟର ଭାବେ ତେନ୍ଦୁଲକର ଶ୍ରେଷ୍ଠ । ତାଙ୍କୁ କୌଣସି ଗୋଟିଏ ଗେମ୍ ପ୍ଲାନରେ ବୋଲିଂ କରିବା ସମ୍ଭବ ନୁହେଁ । ସେ ଥରେ ପଡିଆକୁ ଆସିଲେ ଆପଣଙ୍କୁ ଭଲ ବୋଲିଂ କରିବାକୁ ହିଁ ପଡିବ । ସେ ଭାରତର ଜଣେ ଶ୍ରେଷ୍ଠ ବ୍ୟାଟର । ତାଙ୍କୁ ଭାରତରେ ଆପଣ ଆଉଟ୍ କରିଲା ପରେ ପୁରା ମ୍ୟାଚ ଏବଂ ପଡିଆ ଶାନ୍ତ ପଡିଯାଏ । ତେନ୍ଦୁଲକରଙ୍କ ଓ୍ବିକେଟ ହିଁ ବାସ୍ତବରେ ମ୍ୟାଚର ସବୁଠୁ ବଡ ଓ୍ବିକେଟ ।

ଆଣ୍ଡରସନଙ୍କ କ୍ୟାରିଅର୍-

ବିଶ୍ବର ପ୍ରଥମ ବୋଲର ଭାବେ ଟେଷ୍ଟ କ୍ରିକେଟରେ 700ରୁ ଅଧିକ ଓ୍ବିକେଟ ହାସଲ କରିଛନ୍ତି ।

ପ୍ରଥମ ବୋଲର ଭାବେ ଟେଷ୍ଟରେ 40 ହଜାରରୁ ଅଧିକ ବଲ ବୋଲିଂ କରିଛନ୍ତି ।

188ଟି ଟେଷ୍ଟ ମ୍ୟାଚ ଖେଳି ଛନ୍ତି ।

32 ଥର 5 ଓ୍ବିକେଟ୍ -ହଲ ହାସଲ କରିଛନ୍ତି ।

ସର୍ବାଧିକ ଓ୍ବିକେଟ ହାସଲକାରୀ ଲଂଲଣ୍ଡ ଟେଷ୍ଟ ବୋଲର

ସର୍ବାଧିକ ଟେଷ୍ଟ ଓ୍ବିକଟ ହାସଲକାରୀ ବୋଲର ତାଲିକରେ ତୃତୀୟ

ଭାରତ ବିପକ୍ଷରେ ଆଣ୍ଡରସନଙ୍କ ରେକର୍ଡ-

41 ବର୍ଷୀୟ ଆଣ୍ଡରସନଙ୍କ ଭାରତ ବିପକ୍ଷରେ ରହିଛି ଜବରଦସ୍ତ ରେକର୍ଡ

ଉଭୟ ଘରୋଇ ପିଚ୍ ଏବଂ ନିରପେକ୍ଷ ପିଚରେ ଭାରତୀୟ ବ୍ୟାଟରଙ୍କୁ ପ୍ରବଳ ହଇରାଣ କରିଛନ୍ତି ଆଣ୍ଡରସନ୍

ଭାରତ ବିପକ୍ଷରେ ମାତ୍ର 39ଟି ମ୍ୟାଚ ଖେଳି 149ଟି ଓ୍ବିକେଟ ହାସଲ କରିଛନ୍ତି ଆଣ୍ଡରସନ୍

ଭାରତ ବିପକ୍ଷରେ ଆଣ୍ଡରସନଙ୍କ ବୋଲିଂ ଆଭରେଜ ରହିଛି 25.48 ।

ଭାରତ ବିପକ୍ଷରେ 6 ଥର 5 ଓ୍ବିକେଟ-ହଲ ହାସଲ କରିଛନ୍ତି ଆଣ୍ଡରସନ୍ ।

ABOUT THE AUTHOR

...view details