ଓଡିଶା

odisha

ETV Bharat / sports

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ, ଫେବୃଆରୀରେ ଭାରତ-ଇଂଲଣ୍ଡ ମୁକାବିଲା - Barabati Stadium To host Match - BARABATI STADIUM TO HOST MATCH

ODI Match In Barabati Stadium: ପୁଣି ଦର୍ଶକଙ୍କ ହୋହଲ୍ଲାରେ କମ୍ପିବ ଐତିହାସିକ ବାରବାଟୀ ଷ୍ଟାଡିୟମ । ଆସନ୍ତାବର୍ଷ ଫେବୃଆରୀ ୯ରେ ଓଡିଶାବାସୀ ଦେଖିବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିିନିକିଆ ମ୍ୟାଚ୍‌ । ଅଧିକ ପଢନ୍ତୁ

ODI Match In Barabati Stadium
ODI Match In Barabati Stadium (ETV Bharat Odisha)

By ETV Bharat Odisha Team

Published : Jun 20, 2024, 7:20 PM IST

କଟକ: ଓଡିଶାର କ୍ରିକେଟ ପ୍ରେମୀମାନଙ୍କ ପାଇଁ ଆସିଛି ଖୁସି ଖବର । ବାରବାଟୀକୁ ଫେରିଛି ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ । ଆସନ୍ତାବର୍ଷ ଫେବୃଆରୀ 9 ତାରିଖ ରବିବାରରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ଏକଦିବସୀୟ ମୁକାବିଲା । ଏନେଇ ବିସିସିଆଇ ପକ୍ଷରୁ ଆଜି ବାରବାଟୀକୁ ଭେନ୍ୟୁ ଭାବେ ସ୍ପଷ୍ଟ କରାଯାଇଛି ।

ODI Match In Barabati Stadium (ETV Bharat Odisha)

ଆସନ୍ତାବର୍ଷ ଭ୍ରମଣକାରୀ ଦଳ ଇଂଲଣ୍ଡ ଭାରତ ଗସ୍ତ ସମୟରେ 5 ଟି ଟି20 ଓ 3 ଟି ଏକଦିବସୀୟ ମ୍ୟାଚ ଖେଳିବ । ଦିନିକିଆ ସିରିଜରେ ବାରବାଟୀରେ ଦ୍ବିତୀୟ ଏକଦିବସୀୟ ମ୍ୟାଚ ଖେଳିବେ ଭାରତ ଓ ଇଂଲଣ୍ଡ । ବର୍ତ୍ତମାନ ବାରବାଟୀ ଷ୍ଟାଡିୟମ ରୂପାନ୍ତରୀକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଏହି ମ୍ୟାଚ ଆୟୋଜନ କିପରି ସଠିକ ଢ଼ଙ୍ଗରେ ଆୟୋଜିତ ହେବ ସେନେଇ ଓସିଏ ଶୀଘ୍ର ନେବ ନିଷ୍ପତ୍ତି । ତେବେ ଏହି ମ୍ୟାଚ ହେବା ନେଇ ଗ୍ରୀନ ସିଗ୍ନାଲ ଦେଇଛି ଓସିଏ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏନେଇ ସୂଚନା ଦେଇଛନ୍ତି । ଶେଷ ଏକଦିବସୀୟ 22 ଡିସେମ୍ବର 2019 ରେ ବାରବାଟୀ ରେ ୱେଷ୍ଟେଇଣ୍ଡିଜ କୁ ଭେଟିଥିଲା ଭାରତ।

ଏହା ମଧ୍ୟ ପଢନ୍ତୁ...ଆଜି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବେ ୨୦ ହଜାର ଦର୍ଶକ

ଆଜି ବିସିସିଆଇ ୨୦୨୪-୨୫ ଘରୋଇ ସିଜିନର ମ୍ୟାଚ୍‌ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିଛି । ଏହି ଘରୋଇ ସିଜିନରେ ଭାରତ ଗସ୍ତରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଆସିବେ । ସିଜିନ ପ୍ରାରମ୍ଭରେ ବାଙ୍ଗଲାଦେଶ ପ୍ରଥମେ ୨ ଟି ଟେଷ୍ଟ ଖେଳିବା ସହ ୩ ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିବ । ଏହା ପରେ ନ୍ୟୁଜିଲ୍ୟାଣ୍ଡ ଆସି ୩ ଟିକିଆ ଟେଷ୍ଟ ସିରିଜ ଖେଳିବ । ସେହିଭଳି ଇଂଲଣ୍ଡ ୫ଟି ଟି -୨୦ ଓ ୩ ଟି ଦିନିକିଆ ସିରିଜ ଖେଲିବାକୁ ଆସିବ । ଏଯାବତ ବାରବାଟୀରେ ୨ଟି ଟେଷ୍ଟ, ୧୯ ଟି ଦିନିକିଆ ଓ ୨ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୨୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବାଦ ବିବାଦ ମଧ୍ୟରେ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 41ଟି ଏକାଡେମୀର ଉଦ୍‌ଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଢଙ୍ଗରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମର ଡିଜାଇନ ଓ ଆର୍କିଟେକ୍ଚର ଦେଶର ପ୍ରଥମ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଥିଲା । ଷ୍ଟାଡିୟମର ଭିତର ପାର୍ଶ୍ବ ସହ ବାହାର ପାର୍ଶ୍ବକୁ ମଧ୍ୟ ଅତି ଆକର୍ଷଣୀୟ ଢଙ୍ଗରେ ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲା ଓସିଏ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details