ଛତ୍ରପତି ସମ୍ଭୁଜିନଗର (ମହାରାଷ୍ଟ୍ର): ଆଜିର ଚାପଗ୍ରସ୍ତ ଜୀବନରେ କେତେବେଳେ କ’ଣ ହେବ ତାହାର ପୂର୍ବାନୁମାନ କେହି କରିପାରିବେ ନାହିଁ । ବର୍ତ୍ତମାନ ମନୁଷ୍ୟ ଜୀବନର ଗ୍ୟାରେଣ୍ଟି ଦେବା ସମ୍ଭବ ନୁହେଁ । ଏହାର ପ୍ରମାଣ ଛତ୍ରପତି ସମ୍ୱଜିନଗର କ୍ରିକେଟ୍ ପଡ଼ିଆରେ ଦେଖିବାକୁ ମିଳିଛି । ସହରର ଗାରୱେର୍ କ୍ରିକେଟ୍ ଗ୍ରାଉଣ୍ଡରେ ଏକ ଲାଇଭ୍ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଅଲରାଉଣ୍ଡର ଇମ୍ରାନ ପଟେଲ ପଡ଼ିଆରେ ଗଳିପଡିଥିଲେ । ଏହି ଖବର ପ୍ରସାରଣ ହେବା ପରେ ଜିଲ୍ଲାର ଅନେକ କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି। ଜଣେ ଖେଳାଳି ଯିଏ ସର୍ବଦା ହସଖୁସିରେ ଖେଳୁଥିଲା ଏବଂ ଯିଏ ନିଜ ଖେଳ ସହିତ ସମସ୍ତଙ୍କ ହୃଦୟ ଜିତିଥିଲା ଆଜି ତାଙ୍କର ମୃତ୍ୟୁ ଘଟିଛି । ତାହା ପୁଣି କ୍ରିକେଟ ପଡିଆରେ । ବ୍ୟାଟିଂ କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।
ମ୍ୟାଚ ସମୟରେ ଇମ୍ରାନ ପଡ଼ିଆରେ ପଡିଯାଇଥିଲେ-
ସ୍ଥାନୀୟ ସ୍ତରରେ ଅନେକ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଇମ୍ରାନ ପଟେଲ କ୍ରିକେଟ୍ ପଡ଼ିଆରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଯେତେବେଳେ ସେ ଏକ ଘରୋଇ ଟୁର୍ନାମେଣ୍ଟରେ ଖେଳୁଥିଲେ, ସେତେବେଳେ ସେ ନିଜ ଖେଳ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ । ସେ ବ୍ୟାଟିଂ କରୁଥିବା ସମୟରେ ଚୌକା ମାରିଲେ ଏବଂ ଶୀଘ୍ର ସେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ସେ ଅମ୍ପାୟାରଙ୍କୁ କହିଥିଲେ, ବାହାରକୁ ଯାଇ ଔଷଧ ସେବନ କରିବା ଆବଶ୍ୟକ ଏବଂ ପାଭିଲିୟନ ଆଡକୁ ଚାଲିବା ଆରମ୍ଭ କରିଥିଲେ । ପଡ଼ିଆ ଛାଡିବା ପୂର୍ବରୁ ସେ ସେଠାରେ ପଡ଼ିଯାଇଥିଲେ, ସମସ୍ତ ଖେଳାଳି ତାଙ୍କ ଆଡକୁ ଦୌଡିକି ଆସିଥିଲେ । ସେ କିଛି କହି ନଥିଲେ। ସେତେବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରାଯାଇଥିଲା ।