ଓଡିଶା

odisha

ETV Bharat / sports

ଚମ୍ପିଆନ୍ସ ଟ୍ରଫି ୨୦୨୫: ଭାରତୀୟ ଖେଳାଳିଙ୍କ ଜର୍ସିରେ ରହିବ ‘ପାକିସ୍ତାନ' ନାମ - CHAMPIONS TROPHY 2025

ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଟିମ ପିନ୍ଧିବାକୁ ଥିବା ଜର୍ସିରେ ଆୟୋଜକ ଦେଶ ପାକିସ୍ତାନର ନାଁ ଉଲ୍ଲେଖ ରହିବ । ପାକିସ୍ତାନର ନାଁ ଉଲ୍ଲେଖ କରିବ ବୋଲି କହିଛି ବିସିସିଆଇ ।

Champions Trophy 2025
Champions Trophy 2025 (ANI)

By ETV Bharat Odisha Team

Published : Jan 22, 2025, 7:36 PM IST

ହାଇଦ୍ରାବାଦ:ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଟିମ୍‌ ପିନ୍ଧିବାକୁ ଥିବା ଜର୍ସିରେ ଆୟୋଜକ ‘ପାକିସ୍ତାନ’ର ନାଁ ଲେଖାଯିବାକୁ ନେଇ ଦେଖାଦେଇଥିବା ବିବାଦ ପରେ ପ୍ରତିକ୍ରିୟା ରଖିଛି BCCI (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) । ଚମ୍ପିଆନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ସମୟରେ ‘ବିସିସିଆଇ’ ଡ୍ରେସ କୋଡ୍‌ ନିୟମ ପାଳନ କରିବ । ଏନେଇ ନ୍ୟୁଜ୍‌ ଏଜେନ୍ସି ‘PTI’କୁ ପ୍ରତିକ୍ରିୟା ଦେଇ ‘ବିସିସିଆଇ’ ସମ୍ପାଦକ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ସମୟରେ ଆଇସିସି-ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବ ।

  • ଭାରତୀୟ ଖେଳାଳିଙ୍କ ଜର୍ସିରେ ରହିବ ‘ପାକିସ୍ତାନ' ନାମ:

ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ପିନ୍ଧିବାକୁ ଥିବା ଜର୍ସିରେ ଆୟୋଜକ ଦେଶ ପାକିସ୍ତାନର ନାଁ ଉଲ୍ଲେଖ କରାଯିବ ନାହିଁ ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି BCCI ସମ୍ପାଦକ ଦେବଜିତ ସାଇକିଆ । ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ଲୋଗୋ ସହ ପାକିସ୍ତାନର ନାଁ ଉଲ୍ଲେଖ କରିବ ବୋଲି ‘ବିସିସିଆଇ’ କହିଛି । ଏହା ଉପରେ ସ୍ପଷ୍ଟୀକରଣ ରଖି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ କହିଛନ୍ତି, "ଚମ୍ପିଆନ୍ସ ଟ୍ରଫି ସମୟରେ ‘BCCI’ ୟୁନିଫର୍ମ ସମ୍ବନ୍ଧୀୟ ‘ICC’ର ପ୍ରତ୍ୟେକ ନିୟମ ପାଳନ କରିବ । ଅନ୍ୟ ଦଳର ଲୋଗୋ ଏବଂ ଡ୍ରେସ୍ କୋଡ୍ ସମ୍ପର୍କରେ ଯାହା କରିବେ, ଆମେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ ।"

  • ଏହି ଦିନ ପ୍ରଥମ ମ୍ୟାଚ ଖେଳିବ ଭାରତ:

ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ୨୦୨୫ । ପାକିସ୍ତାନ ଏହି ଆଇସିସି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାର ଅଧିକାର ପାଇଛି । କିନ୍ତୁ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନାହିଁ । ଭାରତ ତା’ର ମ୍ୟାଚ୍ଗୁଡ଼ିକ ଦୁବାଇରେ ଖେଳିବ । ଫେବୃଆରୀ ୨୦ ତାରିଖରେ ଭାରତୀୟ ଦଳ ଚମ୍ପିଅନ୍ସ ଟ୍ରଫି ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବ । ପରେ ପାକିସ୍ତାନ ଓ ନ୍ୟୁଜଲ୍ୟାଣ୍ଡ ସହ ଖେଳିବ ଭାରତୀୟ ଟିମ । ଚମ୍ପିଅନ୍ସ ଟ୍ରଫିର ଗ୍ରୁପ-Aରେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜଲାଣ୍ଡ ରହିଥିବା ବେଳେ ଗ୍ରୁପ-Bରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ-ଆଫ୍ରିକା ଓ ଆଫଗାନିସ୍ଥାନ ଟିମ୍‌ ରହିଛି । ତେବେ ଭାରତୀୟ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଯିବା ପାଇଁ BCCI ମନା କରିଦେବାରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ ।

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ଼ କଥା କହିଲେ କ୍ୟାପଟେନ ରୋହିତ ଶର୍ମା

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ: ରୋହିତ କ୍ୟାପଟେନ, ସାମି ବ୍ୟାକ୍

ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କେ.ଏଲ ରାହୁଲ, ଓ୍ବାଶିଂଟନ୍‌ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଅର୍ଶଦୀପ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା ପ୍ରମୁଖ ସ୍ଥାନ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details