ଓଡିଶା

odisha

ETV Bharat / sports

ଷ୍ଟାଡିୟମରେ AK-47 ଧରି ସେଲିବ୍ରେସନ କଲେ ଦର୍ଶକ ! ଜାଣନ୍ତୁ କ'ଣ ପୂରା ଘଟଣା - CFL 2024

Calcutta Football League 2024 : ହାତରେ AK-47 ଧରି ଖେଳ ଦେଖିବାକୁ ମୈଦାନରେ ପହଞ୍ଚିଲେ ଦର୍ଶକ । ବନ୍ଧୁକ ଉପରକୁ କରି ତାଲିବାନ ଷ୍ଟାଇଲରେ କଲେ ସେଲିବ୍ରେସନ । ଭାଇରାଲ ଫଟୋ ପଛର ପୂରା ଘଟଣା ଜାଣନ୍ତୁ,

AK-47 in CFL 2024
AK-47 in CFL 2024 (ETV Bharat)

By ETV Bharat Sports Team

Published : Sep 21, 2024, 7:36 PM IST

କୋଲକାତା : ନୈହାଟି ଷ୍ଟାଡିୟମରେ ଇଷ୍ଟ ବଙ୍ଗାଲ ଓ ମହମ୍ମଦାନ୍ ଏସ୍‌ସି ମଧ୍ୟରେ ସୁପର ସିକ୍ସ ମ୍ୟାଚ୍ ଚାଲିଥିଲା । ମ୍ୟାଚ୍‌ର 50ତମ ମିନିଟରେ ରବିନ୍ସନ୍ ସିଂହ ଏକ ବିସ୍ଫୋରକ ସଟ୍ ସହ ଦେଇଥିଲେ ଗୋଲ୍ । ଏହାପରେ ଷ୍ଟାଣ୍ଡରେ ବସିଥିବା ଦର୍ଶକ ଉତ୍ସାହିତ ହୋଇ ସେଲିବ୍ରେସନ କରିଥିଲେ । ହେଲେ ଜଣେ ଦର୍ଶକ ଏଥିପାଇଁ ଚର୍ଚ୍ଚାରେ, କାରଣ ତାଙ୍କ ହାତରେ AK-47 ଷ୍ଟାଇଲ୍‌ର ଏକ ବନ୍ଧୁକ ଥିଲା । ତାଙ୍କୁ ଦେଖି ନିକଟରେ ଥିବା ଦର୍ଶକମାନେ ଅଧିକ ଉତ୍ସାହିତ ହୋଇଥିଲେ ସତ, କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସେହି ବ୍ୟକ୍ତି ରାଇଫଲ ଧରି ଷ୍ଟାଡିୟମ ଭିତରକୁ କିପରି ପ୍ରବେଶ କଲେ ?

AK-47 ଧରି ସେଲିବ୍ରେସନ କରୁଛନ୍ତି ଦର୍ଶକ (CFL 2024 Broadcasting Channel)

କ'ଣ ରହିଛି ପୂରା ଘଟଣା ? :-

ଇଷ୍ଟ ବଙ୍ଗାଲ ଓ ମହମ୍ମଦାନ୍ ଏସ୍‌ସି ମଧ୍ୟରେ ସୁପର ସିକ୍ସ ମ୍ୟାଚ୍ ଚାଲିଥିଲା । କୋଲକାତା ଫୁଟବଲ ଲିଗ୍‌ର ଟାଇଟଲ୍ ଜିତିବାକୁ ଇଷ୍ଟ ବଙ୍ଗାଲ ଯଥାସମ୍ଭବ ପ୍ରୟାସ ଚଳାଇଛି । ଯଦିଓ ମହମ୍ମଦାନ୍ SC ଟାଇଟଲ୍ ଦୌଡ଼ରେ ନାହିଁ, ହେଲେ ଶୁକ୍ରବାର ଇଷ୍ଟ ବଙ୍ଗାଲ ବିପକ୍ଷରେ ମ୍ୟାଚ୍‌ ଦଳର ସମ୍ମାନ ରକ୍ଷା ପାଇଁ ଥିଲା । ବାମିଆଙ୍କ ଗୋଲ୍ ବଳରେ ମହମ୍ମଦାନ୍ ମ୍ୟାଚ୍‌ରେ ଆଗକୁ ଯାଇଥିଲା । କିନ୍ତୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ଇଷ୍ଟ ବଙ୍ଗାଲ ମଧ୍ୟ ସେହି ଗୋଲର ପ୍ରତିଶୋଧ ନେଇଥିଲା । ଦ୍ବିତୀୟାର୍ଦ୍ଧର ଆରମ୍ଭରେ ମହମ୍ମଦାନ ପୁନର୍ବାର ରବିନ୍ସନ୍ ସିଂହଙ୍କ ଗୋଲ୍ ସହ ଆଗୁଆ ହୋଇଥିଲା । ସେତେବେଳେ ଦର୍ଶକମାନେ ଗୋଲ ପରେ ଉତ୍ସବ ପାଳନ କରୁଥିବା ଦେଖାଯାଇଥିଲା । ଏହି ସମୟରେ ଜଣେ ଦର୍ଶକ ତାଲିବାନ ଷ୍ଟାଇଲରେ ରାଇଫଲ ଧରି ନାଚୁଥିବାର ଦେଖିବାକୁ ମିଳିଥିଲା ।

ପ୍ରସାରଣ ଚ୍ୟାନେଲରେ ଏହି ଦୃଶ୍ୟ ଦେଖି ଅନ୍ୟ ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରଶ୍ନ ଉଠୁଛି ଯେ, ସେ କିପରି ବନ୍ଧୁକ ଧରି ପଡ଼ିଆକୁ ପ୍ରବେଶ କରିବାକୁ ଅନୁମତି ପାଇଲେ ? ତେବେ ପରେ ବନ୍ଧୁକଟି ନକଲି ବୋଲି ଜଣାପଡିଥିଲା । ନକଲି ବନ୍ଧୁକ ଧରି ଷ୍ଟାଡିୟମ କିମ୍ବା ସର୍ବସାଧାରଣ ସଭାକୁ ପ୍ରବେଶ ଅନୁମତି ଅଛି କି ? ସେନେଇ ଏବେ ଉଠିଛି ପ୍ରଶ୍ନ ।

କ'ଣ କହୁଛି ପୋଲିସ ? :-

ପ୍ରସାରଣ ଚ୍ୟାନେଲରେ ଏହି ଦୃଶ୍ୟ ଦେଖିବା ପରେ ଇଟିଭି ଭରତ ପକ୍ଷରୁ ବାରାକପୁର ପୋଲିସ କମିଶନରଙ୍କ ସହ ଯୋଗାଯୋଗ କରାଯାଇଥିଲା । କମିଶନରଙ୍କ କହିବାନୁସାରେ, ଏହା ଏତେ ଗମ୍ଭୀର ଘଟଣା ନୁହେଁ । ଦର୍ଶକ ଏକ ପ୍ଲାଷ୍ଟିକ ଖେଳଣା AK-47 ବନ୍ଧୁକ ନେଇ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିଥିଲା । ପଚରାଉଚରା ପରେ ବନ୍ଧୁକଟି ନକଲି ବୋଲି ଜଣାପଡିଛି । କିଛି ସମୟ ପରେ, ସମସ୍ତ ଘଟଣାର ଅନୁସନ୍ଧାନ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Watch: ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ପନ୍ତ; ତା'ପରେ ହାସଲ କଲେ ବିସ୍ଫୋରକ ଶତକ - IND vs BAN 1st Test

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details