ହାଇଦ୍ରାବାଦ:ବର୍ଡର ଗାଭାସ୍କର ଟ୍ରଫିର 5ଟିକିଆ ଟେଷ୍ଟ ସିରିଜର ଆଜି ଚତୁର୍ଥ ମ୍ୟାଚ। ମେଲବର୍ଣ୍ଣ ଗ୍ରାଉଣ୍ଡରେ ସକାଳ 5ଟା 30ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ବକ୍ସିଂ ଡେ ଟେଷ୍ଟ । ଟସ ଜିତି ପ୍ରଥମେ କଙ୍ଗାରୁ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଫିଲ୍ଡିଂ କରୁଛି ଟିମ୍ ଇଣ୍ଡିଆ । ରୋହିତ ସେନାର ଏକଦାଶରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏକାଦଶରୁ ଶୁବମନ ଗିଲ ଆଉଟ ହୋଇଥିବା ବେଳେ ଇନ କରିଛନ୍ତି ଓ୍ବାଶିଂଟନ ସୁନ୍ଦର । ସେହିପରି ଅଧିନାୟକ ରୋହିତ ଶର୍ମା 6 ନମ୍ବର ନୁହଁ ବରଂ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ । ଖେଳ 20 ଓଭର ସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ 90 ରନ କରିଛି କଙ୍ଗାରୁ ଦଳ ।
ଭାରତ ପାଇଁ କର ବା ମର ପରିସ୍ଥିତି:
ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଚତୁର୍ଥ ଟେଷ୍ଟ ଭାରତ ଜିତିଲେ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବାର ସମ୍ଭାବନା ରହିଛି ନଚେତ ଆଶା ଧୂଳିଶାତ ହେବ । ବିପକ୍ଷ ଦଳ ଜିତିଲେ ସ୍ଥାନ ସୁନିଶ୍ଚିନ୍ତ କରିବ । ତେଣୁ ଚତୁର୍ଥ ଟେଷ୍ଟ ଦୁଇ ଦଳ ମଧ୍ୟରେ ବେଶ ସଂଘର୍ଷପୂର୍ଣ୍ଣ ରହିବ । ଡବ୍ଲୁଟିସି ଖେଳିବାକୁ ମଇଦାନକୁ ଓହ୍ଲାଇଯାଇଛନ୍ତି ଦୁଇ ଟିମ୍ । ଏହି ମ୍ୟାଚ ଜିତିବାକୁ ହେଲେ ଟିମ୍ ଇଣ୍ଡିଆକୁ ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗକୁ ସୁଦୃଢ କରିବାକୁ ପଡିବ । ପୂର୍ବ ମ୍ୟାଚରେ କରିଥିବା ଭୁଲକୁ ସୁଧାରିବାକୁ ପଡିବ ।