ଓଡିଶା

odisha

By ETV Bharat Odisha Team

Published : Jan 24, 2024, 11:00 PM IST

ETV Bharat / sports

ଫେବୃଆରୀ 23ରୁ ମହିଳା ପ୍ରିମିୟର ଲିଗ୍‌; ବେଙ୍ଗାଲୁରୁ ଓ ଦିଲ୍ଲୀରେ ହେବ ଫାଇଟ୍‌

TATA WPL 2024: ଫେବୃଆରୀ 23ରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍‌ 2024 । ଏଥର ଦିଲ୍ଲୀ ଓ ବେଙ୍ଗାଲୁରୁରେ ହେବ ସମସ୍ତ ମୁକାବିଲା । କ୍ରୀଡ଼ାସୂଚୀ ଜାରି କଲା ବିସିସିଆଇ । ଅଧକ ପଢ଼ନ୍ତୁ

ଫେବୃଆରୀ 23ରୁ ମହିଳା ପ୍ରିମିୟର ଲିଗ୍‌
ଫେବୃଆରୀ 23ରୁ ମହିଳା ପ୍ରିମିୟର ଲିଗ୍‌

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ 2024 ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ୍‌ । ଏନେଇ କ୍ରୀଡ଼ାସୂଚୀ ଘୋଷଣା କରିଛି ବିସିସିଆଇ । ଆସନ୍ତା ଫେବୃଆରୀ 23ରୁ ଆରମ୍ଭ ହେବ ଏହି ହାଇପ୍ରୋଫାଇଲ୍‌ ମହିଳା କ୍ରିକେଟ୍‌ ଲିଗ୍‌ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ବେଙ୍ଗାଲୁରୁ ଓ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବାବେଳେ 17 ମାର୍ଚ୍ଚରେ ଏହାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଏହି ରୋମାଞ୍ଚକର ମହିଳା କ୍ରିକେଟ୍‌ ଲିଗ୍‌ରେ ମୋଟ 5ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ 20ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଏବଂ ଦୁଇଟି ପ୍ଲେ ଅଫ୍‌ ମ୍ୟାଚ୍‌ ଖେଳାଯିବ । ଯାହା ପ୍ରଶଂସକଙ୍କୁ ବେଶ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି ।

ଫେବୃଆରୀ 23ରୁ ଆରମ୍ଭ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌ ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଏଥର ସିଜିନ୍‌ରେ କେବଳ ସିଙ୍ଗିଲ୍‌ ହେଡର ରହିବ । ଅର୍ଥାତ, ଦିନକୁ ଗୋଟିଏ ମ୍ୟାଚ୍‌ ହିଁ ଖେଳାଯିବ । ପ୍ରତି ମ୍ୟାଚ୍‌ ସନ୍ଧ୍ୟା 7.30ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ 11ଟି ମ୍ୟାଚ୍‌ ବେଙ୍ଗାଲୁରୁରେ ଖେଳାଯିବା ନେଇ ମହିଳା ପ୍ରିମିୟର ଲିଗ୍‌ର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଘୋଷଣା କରାଯାଇଥିବା ବେଳେ ଅବଶିଷ୍ଟ 9ଟି ମ୍ୟାଚ୍‌ ଏବଂ ଦୁଇଟି ପ୍ଲେ ଅଫ୍‌ ମ୍ୟାଚ୍‌ ଦିଲ୍ଲୀରେ ଅନୁଷ୍ଠିତ ହେବ । ଲିଗ୍‌ ପର୍ଯ୍ୟାୟ ଶେଷ ହେବା ସୁଦ୍ଧା ପଏଣ୍ଟସ୍‌ ଟେବୁଲର ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲ୍‌କୁ ପ୍ରବେଶ କରିବ । ଏହାପରେ ଦ୍ବିତୀୟ ଫାଇନାଲିଷ୍ଟ ପାଇଁ ପଏଣ୍ଟସ୍‌ ଟେବୁଲର 2ୟ ଓ 3ୟ ସ୍ଥାନରେ ଥିବା ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ ।

ଏହା ମଧ୍ଯ ପଢ଼ନ୍ତୁ...ମହିଳା ପ୍ରିମିୟର ଲିଗ୍‌ ନିଲାମୀ: ଇତିହାସ ରଚିଲେ କାଶ୍ବୀ ଗୌତମ, ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

ଏଥର ମହିଳା ପ୍ରିମିୟର ଲିଗ୍‌ର ଦ୍ବିତୀୟ ସଂସ୍କରଣ ଖେଳାଯିବ । ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଡିଫେଣ୍ଡିଂ ଚମ୍ପିଆନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ପ୍ରଥମ ସଂସ୍କରଣର ରନର୍ସ ଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫେବୃଆରୀ 23ରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ । ଏହାପରେ 24 ଫେବୃଆରୀରେ ପ୍ରଥମ ଥର ପାଇଁ ହୋମ୍‌ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳିବ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୟୁପି ୱାରିଅର୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ଆର୍‌ସିବି । ଏହାପରେ ପୁଣିଥରେ ଡେଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ମୈଦାନକୁ ଓହ୍ଲାଇବ । ଏଥର ମୁମ୍ବାଇ ବିପକ୍ଷରେ ଡବ୍ଲୁପିଏଲ୍‌ ଅଭିଯାନ ଆରମ୍ଭ କରିବ ଗୁଜରାଟ ଜାଏଣ୍ଟସ୍‌ । ତେବେ 5ରୁ 13 ମାର୍ଚ୍ଚ ପର୍ଯ୍ୟନ୍ତ ଅବଶିଷ୍ଟ ଲିଗ୍‌ ମ୍ୟାଚ୍‌ ଦିଲ୍ଲୀରେ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details