ଓଡିଶା

odisha

ETV Bharat / sports

ନ୍ୟୁଜିଲାଣ୍ଡ ଟେଷ୍ଟ ପାଇଁ ଭାରତୀୟ ଦଳ, ବୁମରା ଉପ ଅଧିନାୟକ - INDIA NEW ZEALAND TEST SERIES

ଭାରତ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପାଇଁ 15 ଜଣିଆ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମା ଅଧିନାୟକ । 16ରୁ ଆରମ୍ଭ ହେବ ମ୍ୟାଚ ।

India squad
India squad (IANS)

By ETV Bharat Odisha Team

Published : Oct 12, 2024, 7:48 AM IST

Updated : Oct 12, 2024, 8:17 AM IST

ହାଇଦ୍ରାବାଦ:ଆସନ୍ତା ଅକ୍ଟୋବର 16 ତାରିଖରୁ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ତିନିଟିକିଆ ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ୍‌ । ଏଥି ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବର ଟେଷ୍ଟ ସିରିଜ ଖେଳିବ ଭାରତ। ଦଳର ଉପ ଅଧିନାୟକ ରହିଛନ୍ତି ଯଶପ୍ରୀତ ବୁମରା । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଦଳରେ ଉପ ଅଧିନାୟକ ନଥିଲେ । କାହିଁକି ବୁମରାଙ୍କୁ ଉପ ଅଧିନାୟକ କରାଗଲା ନାହିଁ ଓ ଦଳରେ ତାଙ୍କର ଭବିଷ୍ୟତକୁ ନେଇ ଯେଉଁ ଆଲୋଚନା ଆରମ୍ଭ ହୋଇଥିଲା ତାହାର ଅନ୍ତ ଘଟିଛି ।

4 ଜଣ ଟ୍ରାଭେଲ ରିଜର୍ଭ:

ଭାରତୀୟ ଦଳର ପୂର୍ବତନ ପେସର୍ ଅଜିତ ଅଗରକରଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଟେଷ୍ଟ ସିରିଜ ପାଇଁ ଦଳ ଚୟନ କରିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ବିସିସିଆଇ ସଚିବ ଜୟ ଶାହ ପ୍ରେସ ବିବୃତ୍ତି ମାଧ୍ୟମରେ ଭାରତୀୟ ଦଳ ଘୋଷଣା କରିଥିଲେ । ଦଳରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ଟିମ୍‌ ଇଣ୍ଡିଆରେ ଏଥର 4 ଜଣ ଖେଳାଳିଙ୍କୁ ଟ୍ରାଭେଲ ରିଜର୍ଭ ଭାବେ ରଖାଯାଇଛି । ସେମାନେ ହେଉଛନ୍ତି ନୀତିଶ କୁମାର ରେଡ୍ଡୀ, ମୟଙ୍କ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣା ।

ଏହା ମଧ୍ୟ ପଢନ୍ତୁ-ବର୍ଡର-ଗାଭାସ୍କର ଟ୍ରଫି ଖେଳିବେନି ରୋହିତ ଶର୍ମା ! ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନକୁ ଘରେ ପଶି ଧୂଳି ଚଟାଇଲା ଇଂଲଣ୍ଡ; 3 ବ୍ୟାଟର ଶତକ କରି ବି ହାରିଲା ପାକ୍‌ ଦଳ, ମଉଳିଲା WTC ଆଶା !

3ପେସର 4 ସ୍ପିନର:

15 ଜଣିଆ ଦଳରେ ଜଣେ ଅଲରାଉଣ୍ଡର ରହିଥିବା ବେଳେ 3 ଜଣ ପେସ ବୋଲର ରହିଛନ୍ତି । ବୋଲିଂ ଆଟାକରେ ରହିଛନ୍ତି ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ଆକାଶ ଦୀପ। ସ୍ପିନିଂରେ ରବିଚନ୍ଦ୍ରନ୍ ଅଶ୍ୱିନ୍, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ ଏବଂ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ବ୍ୟାଟିଂ ପାଇଁ ଦଳ ରୋହିତ, ଜୈସ୍ବାଲ, କୋହଲି, ଋଷଭ ପନ୍ତଙ୍କ ଉପରେ ଦଳ ଭରସା କରିବ ।

15 ଜଣିଆ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମରା (ଉପଅଧିନାୟକ) , ଯଶସ୍ବୀ ଜୈସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, ସର୍ଫରାଜ ଖାନ, ଋଷଭ ପନ୍ତ (ଓ୍ବିକେଟ କିପର), ଧ୍ରୂବ ଜୁରେଲ (ଓ୍ବିକେଟ କିପର), କେଏଲ ରାହୁଲ, ରବିଚନ୍ଦ୍ର ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଆକାଶ ଦୀପ ଓ ମହମ୍ମଦ ସିରାଜ ।

କେଉଁ ଦିନ ଖେଳାଯିବ ମ୍ୟାଚ ଓ କେଉଁଠି ?

ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମୋଟ 3ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

ପ୍ରଥମ ମ୍ୟାଚ- ଅକ୍ଟୋବର 16ରୁ 20 (ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ,ବେଙ୍ଗାଲୁରୁ)

ଦ୍ବିତୀୟ ମ୍ୟାଚ- ଅକ୍ଟୋବର 24ରୁ 28 (ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ, ପୁନେ)

ତୃତୀୟ ମ୍ୟାଚ- ନଭେମ୍ବର 1ରୁ 5 (ଓ୍ବାଙ୍ଖଡେ,ମୁମ୍ବାଇ)

Last Updated : Oct 12, 2024, 8:17 AM IST

ABOUT THE AUTHOR

...view details