ଓଡିଶା

odisha

ETV Bharat / sports

ପ୍ରେମ ପରେ ପ୍ରତାରଣା: ହକି ତାରକାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା ଭଲିବଲ ଖେଳାଳୀ, ଥାନାରେ ମାମଲା - ହକି ଖେଳାଳି ବରୁଣ କୁମାର

FIR against national hockey player: ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଠକି ଦେଲେ ଭାରତୀୟ ପୁରୁଷ ହକି ଟିମର ଖେଳାଳି । ଥାନାରେ ମାମଲା । ଅଧିକ ପଢନ୍ତୁ

ଭାରତୀୟ ହକି ଟିମ
Hockey Player Varun Kumar

By ETV Bharat Odisha Team

Published : Feb 6, 2024, 1:09 PM IST

ବେଙ୍ଗାଲୁରୁ:ଅର୍ଜୁନ ପୁରସ୍କାର ପ୍ରାପ୍ତ ତଥା ଭାରତୀୟ ପୁରୁଷ ହକି ଦଳର ଖେଳାଳିଙ୍କ ନାମରେ ସାଂଘାତିକ ଅଭିଯୋଗ । ମହିଳା ଖେଳାଳିଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ଥାନାରେ ଅଭିଯୋଗ । ହକି ତାରକା ବରୁଣ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ହାଇଦ୍ରାବାଦର ଜଣେ ମହିଳା ଭଲିବଲ ଖେଳାଳି ଏନେଇ ବେଙ୍ଗାଲୁରୁର ଜ୍ଞାନଭାରତୀ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ବର୍ତ୍ତମାନ ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ରହିଛନ୍ତି ବରୁଣ କୁମାର । ପୀଡ଼ିତା ଜଣଙ୍କ ଭଲିବଲ ଖେଳ ପାଇଁ ଗତ 2016-17 ମସିହାରେ ମନୋନୀତ ହୋଇଥିଲେ । ଏହାପରେ ଇଣ୍ଡିଆ ସାଉଥ ଡିଭିଜନର ସ୍ପୋର୍ଟସ ଅଥରିଟିରେ ତାଲିମ ନେଉଥିଲେ। ପୀଡ଼ିତା ଜଣକ ନାବାଳିକ ହୋଇଥିବା ବେଳେ ସୋସିଆଲ ମିଡିଆ ମାଧ୍ୟମରେ ହକି ଖେଳାଳି ବରୁଣଙ୍କ ସହ ପରିଚିତ ହୋଇଥିଲେ। ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଶାରୀରିକ ସମ୍ପର୍କ ରଖିବା ସହ ବରୁଣ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ପୀଡିତା ଜଣଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ଯ ପଢନ୍ତୁ-ଧୋନିଙ୍କ ମାନହାନୀ ମକଦ୍ଦମାରେ ମାଡ୍ରାସ ହାଇକୋର୍ଟଙ୍କ ଶୁଣାଣି, 15 ଦିନ ଜେଲରେ ରହିବେ IPS ସମ୍ପତ

ପୀଡ଼ିତାଙ୍କ ଅଭିଯୋଗ ମୁତାବକ,''2019ରେ ରାତ୍ରି ଭୋଜନ ବାହାନାରେ ତାଙ୍କୁ ଜୟନଗର ନେଇଯାଇଥିଲେ ବରୁଣ । ସେଠାରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏହା ପରେ ବିବାହର ପ୍ରତିଶ୍ରୁତି ଦେଇ 5 ବର୍ଷ ଧରି ଶାରୀରିକ ସମ୍ପର୍କ ରହିଥିଲେ । ଏକ ବର୍ଷ ପୂର୍ବେ ଯେତେବେଳେ ମୋ ବାପାଙ୍କର ମୃତ୍ୟୁ ହୋଇଥିଲା, ସେ ସାନ୍ତ୍ୱନା ଦେବା ପାଇଁ ମୋ ଘରକୁ ଆସିଥିଲେ । ଏହା ପରେ ସେ ମୋତେ ଆଉ ଧରାଛୁଆଁ ଦେଇନଥିଲେ । ''

ହକି ଖେଳାଳି ବରୁଣଙ୍କ ଘର ହିମାଚଳ ପ୍ରଦେଶ । ବର୍ତ୍ତମାନ ସେ ଭାରତୀୟ ହକି ଦଳର ଡିଫେଣ୍ଡର ରହିଛନ୍ତି । 2017 ମସିହାରେ ସେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ । 2022ରେ ବର୍ମିଂହାମ-କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ ରୌପ୍ୟ ଜିତିଥିବା ବେଳେ 2022 ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଏବଂ 2020 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିଲା । ଏହି ସମୟରେ ଦଳରେ ଡିଫେଣ୍ଡର ରହିଥିଲେ ବରୁଣ। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ହାସଲ ପରେ ହିମାଚଳ ପ୍ରଦେଶ ସରକାର ଏହି ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । 2021 ମସିହାରେ ବରୁଣଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ABOUT THE AUTHOR

...view details