ଓଡିଶା

odisha

ETV Bharat / sports

ରେଳବାଇକୁ ହରାଇ ସର୍ଭିସେସ ସିନିୟର ଜାତୀୟ କବାଡ଼ି ଚାମ୍ପିଅନ୍ - NATIONAL KABADDI CHAMPIONSHIP 2025

କଟକରେ ୭୧ତମ ଜାତୀୟ ପୁରୁଷ କବାଡ଼ି ଚାମ୍ପିଅନସିପ । ଭାଗ ନେଇଥିଲେ ବିଭିନ୍ନ ରାଜ୍ୟର ୩୩ ଟିମ୍ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Feb 24, 2025, 11:48 AM IST

କଟକ: ଶେଷ ହେଲା ୭୧ତମ ଜାତୀୟ ପୁରୁଷ କବାଡ଼ି ଚାମ୍ପିୟନସିପ । ରୋମାଞ୍ଚକର ଫାଇନାଲ ମ୍ୟାଚରେ ବାଜି ମାରିଲା ସର୍ଭିସେସ । ମ୍ୟାଚ ଟାଇ ହେବା ପରେ ବିପକ୍ଷ ରେଳବାଇ କୁ ୩୬/୩୪ ପଏଣ୍ଟରେ ପରାସ୍ତ କରି ଏହି ମେଗା ପ୍ରତିଯୋଗିତା ବିଜୟ ଟୀକା ପିନ୍ଧିଛି ସର୍ଭିସେସ ।

୭୧ତମ ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା :

କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଗତକାଲି (ରବିବାର ଫେବୃଆରୀ ୨୩) ଜାତୀୟ କବାଡି ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ମେଗା ପ୍ରତିଯୋଗିତା ଆୟୋଜନ କରିଥିଲା ରାଜ୍ୟ କବାଡ଼ି ସଂଘ । ଭାରତର ବିଭିନ୍ନ ରାଜ୍ୟର ୩୩ଟି ଦଳ ଏଥିରେ ସାମିଲ ହୋଇଥିଲା । ପାଖାପାଖି ୫୦୦ କବାଡି ଖେଳାଳି ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବହୁ ଜାତୀୟ ଓ ପ୍ରୋ-କବାଡି ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

Kabaddi championship 2025 (ETV Bharat Odisha)

ଭାରତୀୟ କବାଡ଼ି ଟିମ ଗଠନ କରିବା ଏହି ମେଗା ଆୟୋଜନର ମୂଳ ଲକ୍ଷ୍ୟ ଥିଲା । ଏନେଇ ସର୍ବଭାରତୀୟ ସଂଘ ସମ୍ପାଦକ ଜିତେନ୍ଦ୍ର ସିଂ ଠାକୁର କହିଛନ୍ତି, "ଆଗାମୀ ଦିନରେ ଅଲିମ୍ପିକ୍ସରେ କବାଡ଼ି କ୍ରୀଡ଼ାକୁ ସ୍ଥାନ ଦିଆଯିବ ସେନେଇ ଆଲୋଚନା କରାଯିବ।"

Kabaddi championship 2025 (ETV Bharat Odisha)

ସର୍ଭିସେସ ଟିମ ବିଜୟୀ:

ଆୟୋଜନ ନେଇ ଖୁସି ପ୍ରକଟ କରିଛନ୍ତି ଖେଳାଳି । ଜାତୀୟ ଖ୍ୟାତିନାମା ଖେଳାଳିମାନଙ୍କ ସହ ଖେଳିବା ଓ ମେଡାଲ ଜିତିବା ସ୍ୱପ୍ନ ଵୋଲି କହିଥିଲେ ଓଡିଶା ଦଳର ଖେଳାଳି । ମ୍ୟାଚ ଶେଷ ହେବା ପରେ ସର୍ଭିସେସ ଦଳକୁ ଚାମ୍ପିଅନ ଟ୍ରଫି ଏବଂ ରନର୍ସ ଅପ ରେଳବାଇକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାରେ ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ଦଳଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ସର୍ଭିସେସ ଓ ରନର୍ସ ଅପ ରେଳବାଇର ପ୍ରତ୍ୟେକ ଖେଳାଳିମାନଙ୍କୁ ପଦକ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି । ଏହି ପ୍ରତିଯୋଗିତା ଗତ ୨୦ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହୋଇଥିଲା ।

Kabaddi championship 2025 (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ବାରବାଟୀ ଫ୍ଲଡ଼ ଲାଇଟ ବିବାଦ: କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲା ଓସିଏ

କୋହଲିଙ୍କ ଶତକରେ ଫ୍ୟାନ୍ସଙ୍କ ଦିଲ୍‌ ଖୁସ, 6 ୱିକେଟରେ ହାରିଲା ପାକିସ୍ତାନ

IND vs PAK: କୋହଲି ମାରିଲେ ସେଞ୍ଚୁରୀ, 6 ୱିକେଟରେ ହାରିଲା ପାକିସ୍ତାନ


ବିଜୟୀ ସର୍ଭିସେସ ଟିମ ଅଧିନାୟକ କହିଛନ୍ତି," ଦୃଢ ମନୋବଳ ଥିଲା ଯେ ଦ୍ୱିତୀୟ ଥର ଟିମ ପାଇଁ ଗୋଲ୍ଡ ନେଇକି ଯିବି । ତାହା ପୂରଣ ହୋଇଛି । ଏହାଠୁ ବଡ ଖୁସି ଆଉ କିଛି ନାହିଁ । ଉଭୟ ଟିମ ଭଲ ଖେଳିଛୁ । ଏଠାକାର ଖାଦ୍ୟ, ରହିବା ବ୍ୟବସ୍ଥା ମଧ୍ୟ ଭଲ ଥିଲା ।" ରାଜ୍ୟ କବାଡି ସଂଘ ସମ୍ପାଦକ ଅଜୟ କୁମାର ବେହେରାକହିଛନ୍ତି, " ମ୍ୟାଚ ଦେଖିବାକୁ ଭଲ ଲାଗିଲା । ଅନେକ ପ୍ରଶଂସକ ମଧ୍ୟ ଖେଳ ଦେଖିଥିଲେ । ଆତିଥ୍ୟରେ କୌଣସି ପ୍ରକାର କମି ରଖାଯାଇନାହିଁ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details