ଓଡିଶା

odisha

ETV Bharat / sports

ଜାତୀୟ କ୍ରୀଡା ୨୦୨୫: ସାଇକେଲ ଚାଳନାରେ ମହିଳା ବର୍ଗକୁ ରୌପ୍ୟ, ରେକର୍ଡ କଲେ ସ୍ୱାତୀ ସିଂହ - 38TH NATIONAL GAMES

ଉତ୍ତରାଖଣ୍ଡରେ ଅନୁଷ୍ଠିତ ୩୮ତମ ଜାତୀୟ କ୍ରୀଡାରେ ୫ଟି ସ୍ୱର୍ଣ୍ଣ ସହ ୨୦ରେ ପହଞ୍ଚିଲା ଓଡ଼ିଶାର ପଦକ ସଂଖ୍ୟା

38th National Games
38th National Games (ETV Bharat Odisha)

By ETV Bharat Odisha Team

Published : Feb 5, 2025, 10:39 PM IST

ଡେରାଡୁନ:୩୮ତମ ଜାତୀୟ କ୍ରୀଡାରେ ଓଡ଼ିଶାକୁ ସଫଳତା । ଜାତୀୟ କ୍ରୀଡାରେ ନବମ ଦିନରେ ସାଇକେଲ ଚାଳନାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ହାସଲ କରିଛି ଓଡ଼ିଶା । ଏବେସୁଦ୍ଧା ଓଡ଼ିଶା ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ୨୦ଟି ପଦକ ହାସଲ କରି ୧୪ତମ ସ୍ଥାନରେ ରହିଛି ।

୩୮ତମ ଜାତୀୟ କ୍ରୀଡାର ନବମ ଦିନରେ ରୁଦ୍ରପୁର ମନୋଜ ସରକାର ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ବର୍ଗର ୪୦୦୦ମିଟର ସାଇକେଲ ଚାଳନାରେ ଓଡ଼ିଶାକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଓଡ଼ିଶା ଟିମ୍ ୫.୩୦ ସେକେଣ୍ଡରେ ରେସ ଶେଷ କରିଥିଲେ । ତେବେ ଅଷ୍ଟମ ଦିନରେ ସାଇକେଲ ଚାଳନାରେ ସ୍ୱାତୀ ସିଂହ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟପଟେ ଓଡ଼ିଶା ମହିଳା ସନ୍ତରଣ ଦଳ ଦ୍ୱିତୀୟ ରନର୍ସ ଅପ ହୋଇଛି ।

ସାଇକେଲ ଚାଳନାରେ ସ୍ୱାତୀଙ୍କୁ ସ୍ୱର୍ଣ୍ଣ ପଦକ:

ସାଇକେଲ ଚାଳନାରେ ମହିଳା ବର୍ଗରେ ଇଣ୍ଡିଭିଜୁଆଲ ପରସ୍ୟୁଟ ଡିଫେନ୍ସ ୩ କିଲୋମିଟରରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ଏଥିରେ ଓଡ଼ିଆ ଖେଳାଳି ସ୍ୱାତୀ ସିଂହ ନିଜ ପୁରୁଣା ରେକର୍ଡ ୪ମିନିଟ ୧୩ ସେକେଣ୍ଡକୁ ପଛରେ ପକାଇ ଆଉ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ୪ ମିନିଟ ୩ସେକେଣ୍ଡର ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

ଉତ୍ତରାଖଣ୍ଡର ରୁଦ୍ରପୁର ମନୋଜ ସରକାର ଷ୍ଟାଡିୟମରେ ଅନୁଷ୍ଠିତ ଏହି କ୍ରୀଡାରେ ୧୦ ଜଣ ପ୍ରତିଯୋଗିତା ଭାଗ ନେଇଥିଲେ । ଏଥିରେ ସ୍ୱାତୀ ସିଂହ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଏହି କ୍ରୀଡାରେ ମହାରାଷ୍ଟ୍ରର ପୂଜା ବାବନ ଦାନୋଲ ରୌପ୍ୟ ଓ ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରିଥିବା ରେଜିଆ ଦେବୀ ବ୍ରୌଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।

ରୌପ୍ୟ ନିଶ୍ଚିତ କଲା ମହିଳା ଫୁଟବଲ ଟିମ୍:

ସେପଟେ ଓଡ଼ିଶା ମହିଳା ଫୁଟବଲ ଟିମ୍ ଦିଲ୍ଲୀକୁ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଏଥିସହ ରୌପ୍ୟ ପଦକ ମଧ୍ୟ ସୁନିଶ୍ଚିତ କିଛି । ଫେବୃଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ହରିୟାଣା ସହ ମୁହାଁମୁହିଁ ହେବ ଟିମ୍ ଓଡ଼ିଶା । ଯଦି ଏହି ମ୍ୟାଚରେ ବିଜୟ ହୁଏ ତେବେ ସ୍ୱର୍ଣ୍ଣ ପଦକ ନଚେତ ରୌପ୍ୟ ପଦକ ଆସିବା ଏକ ପ୍ରକାର ସୁନିଶ୍ଚିତ ।

ଏହାମଧ୍ୟ ପଢନ୍ତୁ...

ନେସନାଲ ଗେମ୍ସ 2025: ଦିଲ୍ଲୀକୁ ହରାଇ ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍

Exclusive: ହାଇସ୍କୋରିଂ ମ୍ୟାଚ ନା ବୋଲର କରିବେ କମାଲ ? କାହିଁକି ଚେସବୋର୍ଡ ଡିଜାଇନ୍

ଏବେସୁଦ୍ଧା ଓଡ଼ିଶା ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ୨୦ଟି ପଦକ ହାସଲ କରି ୧୪ ସ୍ଥାନରେ ରହିଛି । ଭାର ଉତ୍ତୋଳନ, ୟୁସୁ, ସାଇକେଲିଂ, ରଗବୀ, ଜଳକ୍ରୀଡାରେ ଓଡ଼ିଶାକୁ ୧ଟି ଲେଖାଏଁ ସ୍ୱର୍ଣ୍ଣ ମିଳିଥିବା ବେଳେ ଖୋ ଖୋ, ନୌକା ଚାଳନାରେ ୨ଟି ଲେଖାଏଁ, ୟୁସୁ, ସାଇକେଲିଂରେ ଗୋଟିଏ ଲେଖାଏଁ ରୌପ୍ୟ ଏବଂ ଜଳକ୍ରୀଡାରେ ୪ଟି, ସାଇକେଲିଂରେ ୨ଟି ଓ ଭାର ଉତ୍ତୋଳନ, ୟୁସୁ, ରଗବୀରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details