ଖୋର୍ଦ୍ଧା: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଆଇଏଏସ୍ ଅଧିକାରୀ ଚଞ୍ଚଳ ରାଣା । ଆଜି (ବୁଧବାର) ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଏହା ପୁର୍ବରୁ ସେ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିଲେ । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ତାକୁ ପ୍ରାଧାନ୍ୟ ଦିଆଯିବ ଏବଂ ଚଳିତ ବର୍ଷ ନିର୍ବାଚନର ବର୍ଷ ହୋଇଥିବାରୁ କିପରି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରାଯିବ । ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ।
୨୦୧୪ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଉକ୍ତ ଯୁବ ଆଇଏଏସ ଅଧିକାରୀ ନିଜର ପ୍ରଥମ ଜିଲ୍ଲାପାଳ ପୋଷ୍ଟିଙ୍ଗ ଭାବେ ବଲାଙ୍ଗୀରରେ ଯୋଗଦେଥିଲେ । ସେଠାରେ ଏକାଧିକ ସଫଳତା ହାସିଲ କରିପାରିଛନ୍ତି ସେ । ଏପରିକି ଗତବର୍ଷ ଦେଶର ୧୮ ଜଣ ଶ୍ରେଷ୍ଠ ବିବେଚିତ ଜିଲ୍ଲାପାଳଙ୍କ ମଧ୍ୟରୁ ଚଞ୍ଚଳ ରାଣା ଅନ୍ୟତମ । ତାଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ପୁରସ୍କୃତ କରିଥିଲେ । ବଲାଙ୍ଗୀରରେ ଶ୍ୱେତ ବିପ୍ଳବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେହିପରି ଖୋର୍ଦ୍ଧାରେ ମଧ୍ୟ ସମସ୍ତଙ୍କ ସହଯୋଗରେ କିପରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ......କେନ୍ଦୁଝର ଦାୟିତ୍ବଭାର ସମ୍ଭାଳିଲେ ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ