ଓଡିଶା

odisha

ETV Bharat / politics

ବିଜେପି ସହ ଛିଡ଼ିଲାନି ଅଙ୍କ ! ଘସିପୁରାରୁ ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟ - Odisha Assembly Election 2024

Soumya Ranjan Patnaik to Contest Independent: ଘସିପୁରାରୁ ସ୍ବାଧୀନ ଭାବେ ଲଢ଼ିବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସମର୍ଥକଙ୍କ ସହ ଆଲୋଚନା ପରେ କଲେ ବଡ଼ ଘୋଷଣା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : May 3, 2024, 9:57 PM IST

SOUMYA RANJAN PATNAIK
SOUMYA RANJAN PATNAIK (ETV BHARAT ODISHA)

SOUMYA RANJAN PATNAIK (ETV BHARAT ODISHA)

କେନ୍ଦୁଝର: ଘସିପୁରାରୁ ନିର୍ବାଚନ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ । କୌଣସି ଦଳରୁ ନୁହେଁ, ବରଂ ସ୍ବାଧୀନ ଭାବେ ଲଢ଼ିବା ନେଇ ଘୋଷଣା କଲେ ସୌମ୍ୟ । ଆନନ୍ଦପୁର ବାସଭବନରେ ହଜାର ହଜାର ସମର୍ଥକଙ୍କୁ ନେଇ ବୈଠକ ପରେ ସୌମ୍ୟଙ୍କ ବଡ଼ ଘୋଷଣା । ଆସନ୍ତା ୬ ତାରିଖରେ ସୌମ୍ୟରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ଜଣାପଡିଛି । ଚଳିତ ମେ' ୨୫ ତାରିଖରେ କେନ୍ଦୁଝର ଲୋକସଭା ଆସନ ସମେତ ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ଭୋଟ ଗ୍ରହଣ ।

ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଜାରି ରହିଛି । ଏହାରି ଭିତରେ ରାଜନୀତି ଦିନକୁ ଦିନ ରୋଚକ ସ୍ଥିତିକୁ ଯାଉଛି । କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ନୂଆ ରାଜନୈତିକ ସମୀକରଣ ଦେଖିବାକୁ ମିଳୁଛି । କିଛିଦିନ ହେବ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଘସିପୁରା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ବିଜେପିରୁ ଅଫର ଥିବା ନେଇ ନିଜେ ସୌମ୍ୟ ମଧ୍ୟ ଈସାରା ଦେଇଥିଲେ । କିନ୍ତୁ ଗତକାଲି ବିଜେପି ଘସିପୁରା ପ୍ରାର୍ଥୀ ଭାବେ ଶମ୍ଭୁନାଥ ରାଉତଙ୍କ ନାମ ଘୋଷଣା କରିଛି । ଏହାପରେ ଆଜି ଘସିପୁରରାରୁ ସ୍ବାଧୀନ ଭାବେ ଲଢ଼ିବା ନେଇ ସୌମ୍ୟ ରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୀଳଗିରିରୁ ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ, କାଲି ଛାଡିଥିଲେ ବିଜେଡି - Odisha Assembly Election

ଆଜି (ଶୁକ୍ରବାର) ଆନନ୍ଦପୁର ବାସଭବନରେ ସୌମ୍ୟରଞ୍ଜନଙ୍କ ହଜାର ହଜାର ସମର୍ଥକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ, ବିଜେପି ଓ ବିଜେଡିର ବହୁ ଅସନ୍ତୁଷ୍ଟ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । କର୍ମୀଙ୍କ ସମର୍ଥନ ଦେଖି ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଧୀନ ଭାବେ ଲଢ଼ିବା ନେଇ ଘୋଷଣା କରିଥିଲେ । ଘସିପୁରାରେ ସ୍ବାଭିମାନର ଲଢେଇ ଜୋରଦାର ହେବ ବୋଲି କହିଥିଲେ ସୌମ୍ୟ । ସ୍ବାଧୀନ ଭାବେ ଲଢ଼ିବା ନେଇ ସୌମ୍ୟଙ୍କ ଘୋଷଣା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଆସନ୍ତା ୬ ତାରିଖ ଦିନ ସୌମ୍ୟରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ଜଣା ପଡିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details