ନିମାପଡ଼ା (ପୁରୀ): ସ୍ଵାଧୀନ ଭାବେ ନାମାନଙ୍କ ପତ୍ର ଦାଖଲ କଲେ ରୋଜାଲିନ ନାୟକ । ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକଟ ଆଶାୟୀ ଥିଲେ ରୋଜାଲିନ । ଟିକଟ ନମିଳିବାରୁ ସେ ସ୍ଵାଧୀନ ଭାବରେ ଆଜି ନାମାଙ୍କନ ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହିତ ନିମାପଡ଼ା ସ୍ଥିତ ତାଙ୍କ କାର୍ଯ୍ୟାଳୟଠାରୁ ନିଜ ବାପାଙ୍କ ଆର୍ଶୀବାଦ କାମନା କରି ଶୋଭାଯାତ୍ରାରେ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥିଲେ ରୋଜାଲିନ । ଜଣେ ଉଚ୍ଚଶିକ୍ଷିତ ଯୁବତୀ ନିମାପଡ଼ା ଅଞ୍ଚଳରେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲାବେଳେ ନିମାପଡ଼ାର ସାମଗ୍ରିକ ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ।
ବିଶେଷ କରି ନିମାପଡ଼ା ଅଞ୍ଚଳରେ ଥିବା ସମସ୍ୟା ସମାଧାନ କରିବା ସହିତ ତାଙ୍କ ପ୍ରତି ସମର୍ଥନ ରହିବ ବୋଲି ଆଶାବାଦୀ ଅଛନ୍ତି ରୋଜାଲିନ । ଦୁର୍ନୀତି ଭଷ୍ଟାଚାର ବିରୋଧରେ ନିମାପଡ଼ା ଭୋଟର ତାଙ୍କ ସପକ୍ଷରେ ମତଦାନ କରିବେ ବୋଲି ଆଶାବାଦୀ ଅଛନ୍ତି ସମାଜସେବୀ ରୋଜାଲିନ ନାୟକ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ଦିଲ୍ଲୀପଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତେବେ ନାମାଙ୍କନ ପତ୍ର ଦାଖଲ କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ରଣେନ୍ଦ୍ରଙ୍କ କଡ଼ା ଚେତାବନୀ, ନିର୍ବାଚନରେ ପଛରୁ ଛୁରାଘାତ କଲେ ବରଦାସ୍ତ କରାଯିବ ନାହିଁ । କିଏ କୁଆଡେ ଗଲେ ମଧ୍ୟ ଦଳ ଉପରେ ପ୍ରଭାବ ପଡିବ ନାହିଁ ବୋଲି କହି ଦଳ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ରଣେନ୍ଦ୍ର ।