ଓଡିଶା

odisha

By ETV Bharat Odisha Team

Published : Jun 23, 2024, 5:16 PM IST

ETV Bharat / politics

ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, 5 ଜଣଙ୍କୁ ବହିଷ୍କାର କଲା ଦଳ - PCC Expels Congress Workers

5 Congress Workers Expelled From Party: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । 5 ଜଣ କଂଗ୍ରେସ କର୍ମୀଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର । ଅଧିକ ପଢ଼ନ୍ତୁ

Congress Workers Expelled From Party
Congress Workers Expelled From Party (ETV Bharat Odisha)

ଭୁବନେଶ୍ବର:ମହଙ୍ଗା ପଡ଼ିଲା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କାଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ । ଦଳର ଶୃଙ୍ଖଳା ଭାଙ୍ଗିଥିବାରୁ 5 ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଦଳ ୬ ବର୍ଷ ପାଇଁ ବହିଷ୍କାର କରିଛି । ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଚାମ୍ବରରେ ପଶି ତାଙ୍କୁ କାଳିମାଡ଼ କରାଯାଇଥିଲା । ଘଟଣା ଘଟିବା ସମୟର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

Congress Workers Expelled From Party (ETV Bharat Odisha)

ପିସିସି ସଭାପତିଙ୍କ ଉପରେ କାଳିମାଡ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ । କଂଗ୍ରେସରୁ 6 ବର୍ଷ ପାଇଁ 5 ଜଣ କର୍ମୀଙ୍କୁ ବହିଷ୍କୃତ କରାଯାଇଛି । ବହିଷ୍କୃତ ହୋଇଥିବା ବ୍ୟକ୍ତିମାନେ ହେଲେ ପ୍ରକାଶ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ଅମରେଶ ପରିଡା, ସନ୍ଦୀପ ରାଉତରାୟ ଓ ଆର୍ୟନ ସାସମଲ । ସିସିଟିଭି ଭିଡିଓ ଫୁଟେଜ ଆଧାରରେ ସେମାନଙ୍କ ଉପରେ ପଦକ୍ଷେପ ଗ୍ରହଣ କରିଛି ଦଳ ।

Congress Workers Expelled From Party (ETV Bharat Odisha)

ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାକୁ ନେଇ କଂଗ୍ରେସ ଶୃଙ୍ଖଳା କମିଟିର ଚେୟାରମ୍ୟାନ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ପିସିସି ସଭାପତିଙ୍କ ଉପରକୁ କାଳିମାଡ଼ କରିବା ଏକ ନିନ୍ଦନୀୟ ଘଟଣା । ଏହାକୁ ବରଦାସ୍ତ କରାଯିବ ନାହିଁ । କଂଗ୍ରେସ ଗୋଟିଏ ଶୃଙ୍ଖଳିତ ଦଳ । ଗତ ଶୁକ୍ରବାର ଦିନ ପିସିସି ସଭାପତି ସାରା ଦେଶରେ ହୋଇଥିବା ପିଜି ନେଟ୍‌ ପରୀକ୍ଷାରେ ବିଭ୍ରାଟ ପାଇଁ ପ୍ରତିବାଦ କରିବାକୁ ଆସିଥିଲେ । ଏଥିପାଇଁ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଡକାଯାଇଥିଲା । ଏହି ସମୟରେ ନାରାବାଜି ଓ ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ କରାଗଲା । ତାହାକୁ ତର୍ଜମା କରିବା ପରେ CCTV ଫୁଟେଜ ଆଧାରରେ 5 ଜଣଙ୍କୁ ପିସିସି ସଭାପତି ନିଲମ୍ବିତ କରିଛନ୍ତି । ନିଶ୍ଚିତ ଭାବରେ ଏହି ପ୍ରତିବାଦକୁ ଭଣ୍ଡୁର କରିବା ପାଇଁ ଏପରି କରାଯାଇଛି । ସମସ୍ତ କଂଗ୍ରେସ କର୍ମୀ ଓ ନେତା ପିସିସି ସଭାପତିଙ୍କୁ ସମ୍ମାନ ଦେବା କଥା । ଏଥିରେ ବିଚ୍ୟୁତି ହେଲେ ଦଳ ବରଦାସ୍ତ କରିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ପିସିସି ସଭାପତିଙ୍କୁ କାଳିମାଡ଼; କଂଗ୍ରେସ ଭବନରେ ପଶି କାଳି ଫିଙ୍ଗିଲେ ଦୁର୍ବୃତ୍ତ, ଆଇନର ଆଶ୍ରୟ ନେଲେ ଶରତ - INK ATTACK ON Sarat Pattanayak

ସୂଚନା ଥାଉ, ଗତ ଶୁକ୍ରବାର ଭୁବନେଶ୍ୱର କଂଗ୍ରେସ ଭବନରେ AICC ପକ୍ଷରୁ NET ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିକ୍ଷୋଭ ପଦର୍ଶନ ପୂର୍ବରୁ ପିସିସି ସଭାପତିଙ୍କ ଉପରେ କଳିମାଡ଼ ହୋଇଥିଲା । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ଚାମ୍ବରରେ ବସିଥିଲେ । ଏହି ସମୟରେ ପିସିସି ସଭାପତିଙ୍କ ପ୍ରକୋଷ୍ଠରେ କିଛି ଯୁବକ ପଶି ତାଙ୍କ ଉପରେ କାଳିମାଡ଼ କରିଥିଲେ । ପରେ ଶରତ କ୍ୟାପିଟାଲ ଥାନାକୁ ଯାଇ ପୋଲିସ ସହ ଆଲୋଚନା କରିଥିଲେ । CCTV ଫୁଟେଜ ଯାଞ୍ଚ ପରେ ସେମାନଙ୍କ ଉପରେ ଦଳ ଆଜି କାର୍ଯ୍ୟାନୁଷ୍ଠାନ ନେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details