ଓଡିଶା

odisha

By ETV Bharat Odisha Team

Published : May 13, 2024, 8:59 PM IST

ETV Bharat / politics

ଯାହା ପାଖରେ ନାଁ ନାହିଁ, ଭଡ଼ାରେ ଆଣି ନାଁ ଘୋଷଣା କରିବାର ବ୍ୟଗ୍ରତା ଅଛି: ଧର୍ମେନ୍ଦ୍ର ପ୍ରଧାନ - DHARMENDRA PRADHAN REACTION

Dharmendra Pradhan Respond BJD Questions: ବିଜେଡିର ବିଜେପି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପାଇଁ ଅନେକ ନାଁ ଥିବା ବେଳେ ଶେଷ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ସଂସଦୀୟ ବୋର୍ଡ ନେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅଧିକ ପଢନ୍ତୁ

Dharmendra Pradhan Respond BJD Questions
Dharmendra Pradhan Respond BJD Questions (ETV Bharat)

Dharmendra Pradhan Respond BJD Questions (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପର୍ବ ଆରମ୍ଭ ହେବା ପରିପ୍ରେକ୍ଷୀରେ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ଲୋକସଭାରେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ' ଓଡ଼ିଶାରେ ପ୍ରଥମ ଫେଜ ନିର୍ବାଚନ ଆଜି ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ସତ୍ତା ବିରୋଧୀ ଲହର ଦେଖାଦେଇଛି । ପରିବର୍ତ୍ତନ ପାଇଁ ଲୋକ ମାନେ ଭୋଟ ଦେଉଛନ୍ତି । ବିଜେଡିର ନେତାମାନେ ଆମର ମୁଖ୍ୟମନ୍ତ୍ରୀଙ୍କ ନାମ ଜାଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପାଇଁ ଆମ ପାଖରେ ବହୁତ ନାଁ ଅଛି । ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ଓଡିଆ ଲୋକ ହିଁ ମୁଖ୍ୟମନ୍ତ୍ରୀ ହେବେ ।'

ରାଜ୍ୟବାସୀଙ୍କୁ ବିଜେପି ପାଇଁ ବହୁମତ ଦେବା ପାଇଁ ସେ କହିଛନ୍ତି,'24 ବର୍ଷର ବିଫଳତା, କୁଶାସନ, ସମ୍ବେଦନହୀନତା, ଓଡ଼ିଆ ଅସ୍ମିତାକୁ ବୁଝାମଣା କରୁଥିବା କାରଣରୁ ଓଡ଼ିଶାରେ ପରିବର୍ତ୍ତନ କରିବା ପାଇଁ ଲୋକ ମନ ବନେଇଛନ୍ତି । 21ଟି ଲୋକସଭା ବିଜେପି ସମର୍ଥନରେ ଯିବ । ଓଡ଼ିଆ ଲୋକମାନେ ଆଶୀର୍ବାଦ କରିବେ । ପ୍ରଧାନମନ୍ତ୍ରୀଙ୍କୁ ଲୋକମାନେ ଭରସା କରିଛନ୍ତି । ଦଶନ୍ଧି ଧରି କଂଗ୍ରେସକୁ ଓଡ଼ିଶା ସେବା କରିବାର ଅବସର ଦେଲେ ଓଡ଼ିଶାବାସୀ । ଆଉ ବିଗତ 24 ବର୍ଷ ଧରି ବିଜେଡିକୁ ଅବସର ଦେଲେ । ପ୍ରଥମ ଥର ପାଇଁ ବିଜେପିକୁ ଓଡ଼ିଶାର ସେବା କରିବାକୁ ଓଡ଼ିଆ ଲୋକ ମାନେ ଅବସର ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ବିଜେପି ଦେଶରେ ଏକ ନମ୍ବର ରାଜ୍ୟ କରିବ । ଏହା ଉପରେ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି ।'

ଏହା ମଧ୍ୟ ପଢନ୍ତୁ ...ଡାକ ପିଅନ ହୋଇ ଓଡ଼ିଶା କଥାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବି: ଧର୍ମେନ୍ଦ୍ର - BJP Press Meet

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ପ୍ରଶ୍ନରେ ପ୍ରତିକ୍ରିୟାରେ ସେ କହିଛନ୍ତି, 'ଆମର ପରମ୍ପରା ନାହିଁ । ଆମର ଏହା ରଣନୀତି । ଆମେ ବିଜେପି ନାଁରେ ଭୋଟ ମାଗୁଛୁ । ପ୍ରଧାନମନ୍ତ୍ରୀଙ୍କ ପ୍ରଣାଳୀରେ ଭୋଟ ମାଗୁଛୁ । ଭାରତ ବିଶ୍ବରେ ଏକ ପ୍ରଭାବଶାଳୀରେ ଦେଶରେ ପରିଣତ ହୋଇଛି । ଏହାକୁ ଆଧାର କରି ବିଜେପି ଭୋଟ ମାଗୁଛି । ଗରିବଙ୍କ ପାଇଁ ଘର, ପିଇବା ପାଣି, ଶୌଚାଳୟ, ବ୍ୟାଙ୍କ ଖାତା, ମାଗଣାରେ ଚାଉଳ, ଲକ୍ଷପତି ଦିଦି, ଓଡ଼ିଶାରେ ଧାନ ଦର 3100 ଟଙ୍କା, ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କା, ବାର୍ଦ୍ଧକ୍ୟ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା 3000 ଟଙ୍କା କରିବା ଓଡ଼ିଶାରେ ବିଜେପି ପାଇଁ ପ୍ରସଙ୍ଗ । ଏସବୁ ଉପରେ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଅଛି । ତେଣୁ ସେମାନଙ୍କ ମନରେ ଡର ପଶିବା ସ୍ବାଭାବିକ ।'

'ଉତ୍ତରପ୍ରଦେଶରେ 2017ରେ ଯୋଗୀ ଆଦିତ୍ୟନାଥଙ୍କ ନାଁ ଘୋଷଣା ହୋଇଥିଲା କି ? ଯୋଗୀ ଆଦିତ୍ୟନାଥ ସେଠାରେ ଆଜି ବିକାଶର ଚରମ କାମ କରୁଛନ୍ତି । ଛତିଶଗଡରେ ବିଷ୍ଣୁ ଦେବ ସାଏଙ୍କ ନାଁ ଘୋଷଣା ହୋଇନଥିଲା । ବିଜେପି ଜିତିଲା ପରେ ସେ ଆଜି ସେଠାରେ ମୁଖ୍ୟମନ୍ତ୍ରୀ । ଭଜନଲାଲ ଶର୍ମା ଏବଂ ମୋହନ ଯାଦବ ମଧ୍ୟ ବିଜେପି ଜିତିବା ପରେ ସେ ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେଲେ । ତେଣୁ ଆମ ପାଖରେ ବି ବହୁତ ନାଁ ଅଛି । ଯାହା ପାଖରେ ନାଁ ନାହିଁ, ଭଡ଼ାରେ ଆଣି ନାଁ ଘୋଷଣା କରିବାର ବ୍ୟଗ୍ରତା ଅଛି । ଆଜି ସେମାନଙ୍କ ଭିତରେ ଭାରି ଉତ୍କଣ୍ଠା । ସଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ସଂସଦୀୟ ବୋର୍ଡ ନେବ ବୋଲି ଭରସା ଅଛି ।' ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହ ବିଜେଡିକୁ କାଉଣ୍ଟର କରି କହିଛନ୍ତି ଯେ ଆମେ 5 ଜଣ ଲୋକ ଆଜି ପ୍ରେସ ମିଟରେ ବସିଥିଲୁ । ଆମେ 5 ଜଣ ଏକ । ପଦ୍ମର ଗୋଟିଏ ଗୋଟିଏ ପାଖୁଡ଼ା ଆମେ । ଯେଉଁମାନେ ମେରୀ ରାୟ ଶାସନ କରିବା ପାଇଁ ଚାହୁଁଛନ୍ତି, ଖଣ୍ଡି ଓଡ଼ିଆ କହୁଛନ୍ତି, ଓଡ଼ିଆ ଅସ୍ମିତାକୁ ବୁଝି ନାହାନ୍ତି, ସଂସ୍କୃତି ବିଷୟରେ ଅବଗତ ନାହାଁନ୍ତି, ସେମାନଙ୍କ ମନରେ ଡର ହେବା ସ୍ବାଭାବିକ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details