ଓଡିଶା

odisha

ETV Bharat / politics

ବିଜେଡି ପ୍ରାର୍ଥୀଙ୍କ ଗଡ଼ରୁ ପ୍ରଚାର ଆରମ୍ଭ କଲେ ରେଙ୍ଗାଲି କଂଗ୍ରେସ ପ୍ରାର୍ଥୀ - Rengali Assembly Constituency - RENGALI ASSEMBLY CONSTITUENCY

Congress Campaign Begin In Rengali: ରେଙ୍ଗାଲି ବିଧାନସଭା ଆସନରେ କଂଗ୍ରେସର ଟିକେଟ ପାଇଛନ୍ତି ଦିଲ୍ଲୀପ ଦୁରିଆ । ରେଙ୍ଗାଲି ବିଧାନସଭା ଆସନ ପାଇଁ ବିଜେଡି ଦଳ ଟିକେଟ ଦେଇଥିବା ସୁଦର୍ଶନ ହରିପାଳଙ୍କ ଅଞ୍ଚଳରୁ ସେ ଆରମ୍ଭ କରିଛନ୍ତି ପ୍ରଚାର । ଅଧିକ ପଢନ୍ତୁ

ବିଜେଡି ପ୍ରାର୍ଥୀଙ୍କ ଗଡ଼ରୁ ପ୍ରଚାର ଆରମ୍ଭ କଲେ ରେଙ୍ଗାଲି କଂଗ୍ରେସ ପ୍ରାର୍ଥୀ!
ବିଜେଡି ପ୍ରାର୍ଥୀଙ୍କ ଗଡ଼ରୁ ପ୍ରଚାର ଆରମ୍ଭ କଲେ ରେଙ୍ଗାଲି କଂଗ୍ରେସ ପ୍ରାର୍ଥୀ!

By ETV Bharat Odisha Team

Published : Apr 17, 2024, 11:06 PM IST

ବିଜେଡି ପ୍ରାର୍ଥୀଙ୍କ ଗଡ଼ରୁ ପ୍ରଚାର ଆରମ୍ଭ କଲେ ରେଙ୍ଗାଲି କଂଗ୍ରେସ ପ୍ରାର୍ଥୀ!

ସମ୍ବଲପୁର: ଆସୁଛି ନିର୍ବାଚନ, ଆରମ୍ଭ ହୋଇଗଲାଣି ପ୍ରଚାର । ଜିଲ୍ଲାର ରେଙ୍ଗାଲି ଆସନ ପାଇଁ କଂଗ୍ରେସ ଦଳ ଦିଲ୍ଲୀପ ଦୁରିଆଙ୍କୁ ଟିକେଟ ଦେଇଛି । ତେବେ ଆଜି ବିଜେଡି ପ୍ରାର୍ଥୀଙ୍କ ଗଡ଼ରୁ ପ୍ରଚାର ଆରମ୍ଭ କରିଛନ୍ତି ରେଙ୍ଗାଲି କଂଗ୍ରେସ ପ୍ରାର୍ଥୀ । ଦିଲ୍ଲୀପ ଦୁରିଆ ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଧାନକଉଡ଼ା ବ୍ଲକର ଗୌଶାଳା ଛକ ଅଞ୍ଚଳରୁ ନିଜ ପ୍ରଚାର ଆରମ୍ଭ କରିଛନ୍ତି l ନିଜ ଦଳର କର୍ମୀ ଏବଂ ଦଳର ବରିଷ୍ଠ ନେତା ମାନଙ୍କ ସହ ଦିଲ୍ଲୀପ ଦୁରିଆ ପ୍ରଥମେ ଗୋଶାଳା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ଆରମ୍ଭ କରି ଘର ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ । ସବୁଠାରୁ ବଡ଼ କଥା ହେଲା ରେଙ୍ଗାଲି ବିଧାନସଭା ଆସନ ପାଇଁ ବିଜେଡି ଦଳ ଟିକେଟ ଦେଇଥିବା ସୁଦର୍ଶନ ହରିପାଳଙ୍କ ଘର ଏହି ଅଞ୍ଚଳରେ ।

ତେଣୁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ଦୁରିଆ ଏହି ଅଞ୍ଚଳରୁ ନିଜର ପ୍ରଚାର ଆରମ୍ଭ କରିବା ସହ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି । ଗୌଶାଳା ଅଞ୍ଚଳଟି ଧନକଉଡ଼ା ବ୍ଲକ ଜୋନ 2 ଅଧୀନରେ ଆସୁଥିବା ବେଳେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲ ଏହି ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟ ଅଟନ୍ତି । ରେଙ୍ଗାଲି ବିଧାନସଭା କ୍ଷେତ୍ର ଏକ ଶିଳ୍ପ ବହୁଳ ନିର୍ବାଚନ ମଣ୍ଡଳୀ ଅଟେ । ତେବେ ରେଙ୍ଗାଲି ନିର୍ଵାଚନ ମଣ୍ଡଳୀରେ ବହୁ ଦିନରୁ ବିଭିନ୍ନ ସମସ୍ୟା ଦେଇ ସ୍ଥାନୀୟ ଲୋକେ ଗତି କରୁଛନ୍ତି । ବିଜେଡି ଦୀର୍ଘ 24 ବର୍ଷ ହେବ ସରକାରରେ ଥାଇ ମଧ୍ୟ ରେଙ୍ଗାଲିର କୌଣସି ବିକାଶ ହୋଇ ପରିନାହିଁ ବୋଲି କଂଗ୍ରେସ ପ୍ରାର୍ଥୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ଜିଲ୍ଲା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆ ମୁହଁକୁ ଭରସା କଲା ଦଳ - Congress Candidates For Sambalpur

ଏବେବି ରେଙ୍ଗାଲିରେ ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ଥାନୀୟ ନିଯୁକ୍ତି,ସ୍ଥାୟୀ ପଟ୍ଟା, ଚାଷୀ ସମସ୍ୟା, ଟ୍ରାଫିକ ସମସ୍ୟା,ପ୍ରଦୂଷଣ ଭଳି ବିଭିନ୍ନ ସମସ୍ୟା ଲାଗି ରହିଥିବା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କହିଛନ୍ତି । ସେହିପରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବସନ୍ତପୁର ପଞ୍ଚାୟତର ଲୋକେ ଚାଷ କରୁଛନ୍ତି ସତ କିନ୍ତୁ ନିଜେ ଅମଳ କରୁଥିବା ଧାନକୁ ନିଜ ପଟ୍ଟା ନଥିବା ଯୋଗୁଁ ସରକାରୀ ଦରରେ ବିକ୍ରି କରି ପାରୁନାହାନ୍ତି ଓ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଆଜି ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ଦୁରିଆ କହିଛନ୍ତି । ସୂଚନା ଯୋଗ୍ୟ ଯେ ସେ ଦୀର୍ଘ ଦିନରୁ ବିଜେଡିରେ ଥିବା ବେଳେ ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ଥିଲେ । ତେବେ ଦଳ ଅବହେଳା କରୁଥିବା ଅଭିଯୋଗ କରି ସେ କଂଗ୍ରେସରେ ମିଶିବା ସହ ରେଙ୍ଗାଲି ଟିକେଟ ପାଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details