ଓଡିଶା

odisha

ETV Bharat / politics

ବାଜିଲା ନିର୍ବାଚନୀ ବିଗୁଲ; କଳାହାଣ୍ଡିରେ ଆରମ୍ଭ ହେଲାଣି ନେତାଙ୍କ ପୋଷ୍ଟର ୱାର - Poster Politics

Poster Politics in Kalahandi: କଳାହାଣ୍ଡିରେ ଛାଇଯାଇଛି ବିଜେପି ବିଜେଡିର ଦଳୀୟ ପୋଷ୍ଟର । ଉଭୟ ଦଳକୁ ଟାର୍ଗେଟ କରି ଏଥର ପୋଷ୍ଟର ରାଜନୀତି କାମ ଦେବ ନାହିଁ ବୋଲି କହିଲା କଂଗ୍ରେସ । ଅଧିକ ପଢନ୍ତୁ

Congress Targets BJP and BJD
Congress Targets BJP and BJD

By ETV Bharat Odisha Team

Published : Mar 17, 2024, 8:39 AM IST

Updated : Mar 17, 2024, 4:15 PM IST

ବାଜିଲା ନିର୍ବାଚନୀ ବିଗୁଲ

ଭବାନୀପାଟଣା:ଘୋଷଣା ହୋଇଛି ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ । ଏହାରି ସହିତ ରାଜନୈତିକ ଦଳମାନଙ୍କ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକ ଭିତରେ ଦେଖାଦେଇଛି ତତ୍ପରତା । ସମସ୍ତେ ନେଉଛନ୍ତି ହୋର୍ଡିଂର ସହାରା । ତାରିଖ ଘୋଷଣା ହେଉ ହେଉ କଳାହାଣ୍ଡିରେ ଛାଇଗଲାଣି ପୋଷ୍ଟର ବ୍ୟାନର ଓ ହୋର୍ଡିଂ । କେଉଁଠି ହୋର୍ଡିଂରେ ସରକାରଙ୍କ ସଫଳତାର ଲମ୍ବା ତାଲିକା ତ ଆଉ କେଉଁଠି ଦୁର୍ନୀତି ବିରୁଦ୍ଧରେ ଆକ୍ଷେପ କରାଯାଇଛି । ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ଜିଲ୍ଲାରେ ବିଜେପି ଓ କଂଗ୍ରେସର ମାଳ ମାଳ ପୋଷ୍ଟର ଲାଗିଛି । ଏହାକୁ ନେଇ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ଏଥର ପୋଷ୍ଟର ରାଜନୀତି କାମ ଦେବ ନାହିଁ ବରଂ କଂଗ୍ରେସ ତୃଣମୂଳ ସ୍ତରରେ କାମ କରୁଛି ଓ ଭୋଟରକୁ ଆକୃଷ୍ଟ କରିବାରେ ସ୍ଵତନ୍ତ୍ର ରଣକୌଶଳ ଆପଣାଇଛି ବୋଲି କହିଛନ୍ତି କଳାହାଣ୍ଡି କଂଗ୍ରେସ ଜିଲ୍ଲା ସଭାପତି ।

ଏହା ମଧ୍ୟ ପଢନ୍ତୁ-୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି, ଆଶାରେ ନିଆଳି ହିତାଧିକାରୀ

ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ କହିଛନ୍ତି, ''ପୋଷ୍ଟର ରାଜନୀତିରେ ବିଜେପି ଓ ବିଜେଡି ଆଗରେ ଅଛନ୍ତି । କାରଣ ସେମାନେ ସବୁବେଳେ ମିଥ୍ୟ କଥା କହୁଛନ୍ତି କିନ୍ତୁ କାମ କରୁନାହାନ୍ତି । ଗତ ନିର୍ବାଚନରେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ପୂରଣ କରିପାରିଲେ ନାହିଁ । ସେମାନଙ୍କ ପାଖକୁ ଏବେ ଯେଉଁ କଳା ଟଙ୍କା ଆସୁଛି ସେଥିରେ ସେମାନେ ପୋଷ୍ଟର ରାଜନୀତି କରୁଛନ୍ତି । ଲୋକଙ୍କ କାମ କରୁନାହାନ୍ତି । ତେଣୁ ପୋଷ୍ଟର ରାଜନୀତିରେ କିଛି ଫାଇଦା ନାହିଁ । ଲୋକଙ୍କ ହୃଦୟରେ ଯଦି ଥରେ ବସିଯିବ ତାହାଲେ ସେମାନଙ୍କ ପୋଷ୍ଟର କିଛି କାମ ଦେବ ନାହିଁ । ବର୍ତ୍ତମାନ କଂଗ୍ରେସ ତୃଣମୂଳ ସ୍ତରରୁ ନିଜକୁ ଦୃଢ କରିବାରେ ଲାଗିଛି । ଜିଲ୍ଲାର ପ୍ରତ୍ୟେକ ଜିପି ଓ ବ୍ଲକରେ ସଂଗଠନ ଶକ୍ତ ଅଛି ।''

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ଭିତରେ ସେତିକି ବଢ଼ିବାରେ ଲାଗିଛି ପ୍ରତିଯୋଗିତା । ବିଭିନ୍ନ ଦଳର ନେତା ଓ କର୍ମୀ ସହ ଆଶାୟୀମାନଙ୍କ ଶୁଭେଚ୍ଛାର ପୋଷ୍ଟର ବ୍ୟାନର ଚାରିଆଡେ ଛାଇଗଲାଣି । ବିଶେଷକରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସହର ସମେତ ସଦର ମହକୁମାର ଭବାନୀପାଟଣା ସହରର ବିଭିନ୍ନ ଛକ ଓ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଆଶାୟୀ ନେତାଙ୍କ ଶୁଭେଚ୍ଛା ବାର୍ତ୍ତାର ହୋର୍ଡିଂ ଓ ବ୍ୟାନର ଲାଗିଛି । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଟିକେଟ ପାଇଁ ଲବି ମଧ୍ୟ ବେଶ ଜୋରସୋରରେ ଚାଲିଛି ।

ବିଜେପି ହୋର୍ଡିଂରେ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନାର ସଫଳତା ବଖାଣି ଥିବାବେଳେ ବିଜେଡି ହୋର୍ଡିଂରେ ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ସବୁ ଉଲ୍ଲେଖ କରିଛି । ଏହି ପ୍ରଚାର ପ୍ରତିଯୋଗିତାରେ ପଛରେ ପଡ଼ିନାହିଁ କଂଗ୍ରେସ । ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ହୋର୍ଡିଂ ମାରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 17, 2024, 4:15 PM IST

ABOUT THE AUTHOR

...view details