ଓଡିଶା

odisha

ETV Bharat / politics

ବଲାଙ୍ଗୀର ସଭାରେ ନବୀନଙ୍କୁ ମୋଦିଙ୍କ ନିଶାନା, କହିଲେ ବିପଦରେ ଓଡ଼ିଆ ଅସ୍ମିତା - PM Modi Targets BJD - PM MODI TARGETS BJD

PM Modi Targets BJD: "ଏବେ ଓଡ଼ିଶା କଳା ସଂସ୍କୃତି ଓ ଓଡ଼ିଆ ଅସ୍ମିତା ବିପଦରେ ପଡ଼ିଛି । ତେଣୁ ଏହାକୁ ରକ୍ଷା କରିବାକୁ ପଡ଼ିବ" ବୋଲି କହି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାଣନ୍ତୁ ଆଉ କ'ଣ କହିଛନ୍ତି ।

PM Modi Targets BJD
PM Modi Targets BJD (ETV Bharat Odisha)

By ETV Bharat Odisha Team

Published : May 11, 2024, 10:58 PM IST

PM Modi Targets BJD (ETV Bharat Odisha)

ବଲାଙ୍ଗୀର:ବିଜେପି ବିଜୟ ସଂକଳ୍ପ ସମାବେଶରେ ବିଜେକୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, "ଆଜି ଓଡ଼ିଆ ଅସ୍ମିତା ବିପଦରେ ଅଛି । ବିଜେପି ସରକାର ଓଡି଼ଶା ଗୌରବକୁ ସମ୍ମାନ ଦିଏ ।" ବିଜୟ ସଂକଳ୍ପ ସମାବେଶରେ ମଞ୍ଚରୁ ସମ୍ବଲପୁରୀ ଭାଷାରେ 'ମା ସମଲେଶ୍ଵରୀଙ୍କୁ କୋଟି କୋଟି ଜୁହାର' ବୋଲି କହି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ଯାହା ଉପସ୍ଥିତ ଲକ୍ଷାଧିକ ଲୋକଙ୍କ ମନକୁ ଛୁଇଁଥିଲା । ସେହିପରି ସେ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ କରିଥିଲେ । ଲୋକଙ୍କ ଏଭଳି ଉପସ୍ଥିତିକୁ ଦେଖି ସେ ବିଜେପି ପ୍ରତି ତାଙ୍କର ବିଶ୍ବାସ ପାଇଁ ବିଜେଡିର କାଉନଡାଉନ୍ ଆରମ୍ଭ ହୋଇଯାଇଛି ବୋଲି କହିଥିଲେ। ପୁଣି ସମ୍ବଲପୁରୀ ଭାଷାରେ ସେ ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବା ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, "ଓଡ଼ିଶା ହଜାର ହଜାର ବର୍ଷରୁ ଅଛି । ମୋଦି ଆସିବା ପରେ ଏହାର ସମ୍ମାନ ଓ ଗୌରବ ବଢ଼ିଛି । ଦେଶର ରାଷ୍ଟ୍ରପତି ଏବେ ଓଡ଼ିଶାର ଜଣେ ଆଦିବାସୀ ଝିଅ ଅଛନ୍ତି । ଯାହା ଏଠାକାର ଲୋକଙ୍କ ପାଇଁ ଏକ ଗର୍ବର ବିଷୟ । 2022ରେ କୋଶଳ ଲେଖକ ନରସିଂହ ଗୁରୁଙ୍କୁ ପଦ୍ମ ପୁରସ୍କାର ଦିଆଯାଇଥିଲା । 2023ରେ ୪ ଅନ୍ୟ କଳାକାରଙ୍କୁ ମଧ୍ୟ ପଦ୍ମ ପୁରସ୍କାର ଦିଆଯାଇଛି। ସେହିପରି ଓଡ଼ିଶାର କୋଣାର୍କ ଚକ୍ର ସାରା ବିଶ୍ଵ ପ୍ରସିଦ୍ଧ ଅଟେ। ଏବେ ସବୁଠି ଏହାର ଫଟୋ ଦେଖିବାକୁ ମିଳୁଛି । ଏହାର ଡାକ ଟିକେଟ ମଧ୍ୟ ଜାରି ହୋଇଛି ।"

ଏହା ବି ପଢନ୍ତୁ...ବଲାଙ୍ଗୀର ସଭାରେ ବିଜେଡି ଉପରେ ବର୍ଷିଲେ ମୋଦି, ୧୦ରେ ଜିଲ୍ଲାବାସୀଙ୍କୁ କଲେ ଭୁବନେଶ୍ବର ନିମନ୍ତ୍ରଣ - PM Modi Targets State Govt

ସେ ଆହୁରି କହିଛନ୍ତି, "ଓଡ଼ିଶା କଳା ସ୍ଥାପତ୍ୟ ଭରା ରାଜ୍ୟ ଅଟେ । ଏଠିକାର ଲୋକ ସ୍ଵାଭିମାନୀ ଅଟନ୍ତି।" ଜୟ ରାଜଗୁରୁ, ଗୋପବନ୍ଧୁ ଦାସ, ସୁରେନ୍ଦ୍ର ସାଏ, ବିଜୁ ପଟ୍ଟନାୟକ, ବାଜି ରାଉତଙ୍କ ଭଳି ବୀରଙ୍କ କଥା ମନେ ପକାଇଥିଲେ। ସେହିପରି ସେ ବଲାଙ୍ଗୀର ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ କଥା ମଧ୍ୟ ମନେ ପକାଇ ଏମାନଙ୍କ ଓଡ଼ିଶା ପାଇଁ ଥିବା ବଳିଦାନକୁ ପ୍ରଣାମ କରିଥିଲେ। "ଏବେ ଓଡ଼ିଶା କଳା ସଂସ୍କୃତି ଓ ଓଡ଼ିଆ ଅସ୍ମିତା ବିପଦରେ ପଡ଼ିଛି । ତେଣୁ ଏହାକୁ ରକ୍ଷା କରିବାକୁ ପଡ଼ିବ । କାରଣ କଂଗ୍ରେସ ସରକାର ଓ ବିଜେଡି ସରକାର ଦୀର୍ଘ ବର୍ଷରୁ ଓଡ଼ିଶାକୁ ଗରିବ କରିଛନ୍ତି। ହେଲେ ଏବେ ଜଗନ୍ନାଥଙ୍କ ପୁଅ ଏହା ହେବାକୁ ଦେବ ନାହିଁ" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details