ଓଡିଶା

odisha

ETV Bharat / politics

କଂଗ୍ରେସକୁ ପୁଣି ଝଟକା, ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ - ପିସିସି ଉପସଭାପତି ରଜତ ଚୌଧୁରୀ

Rajat Choudhury resigns from Congress: ସାଧାରଣ ନିର୍ବାଚନ ଯେତିକି ପାଖୋଉଛି, ଓଡ଼ିଶାରେ କଂଗ୍ରେସକୁ ସେତିକି ବଡ଼ ବଡ଼ ଝଟ୍‌କା ଲାଗୁଛି । ଏହି କ୍ରମରେ ଜାତୀୟ ରାଜନୈତିକ ଦଳକୁ ଆଜି ଆଉ ଏକ ଝଟ୍‌କା ଲାଗିଛି । ପିସିସି ଉପସଭାପତି ଦାୟିତ୍ବରେ ଥିବା ଟାଣୁଆ ନେତା ରଜତ ଚୌଧୁରୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ
କଂଗ୍ରେସ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ

By ETV Bharat Odisha Team

Published : Mar 1, 2024, 10:29 PM IST

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ଗୁଡିକରେ ବିଦ୍ରୋହ ଦେଖା ଦେଇଛି । ବିଭିନ୍ନ ଦଳର ବିଦ୍ରୋହୀ ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି । ଏଭଳି ଦଳ ଡିଆଁ ରାଜନୀତି ଓଡ଼ିଶାରେ ଜୋର ଧରିଥିବା ବେଳେ ସବୁଠାରୁ ବେଶୀ କ୍ଷତି ସହୁଛି ଜାତୀୟ ରାଜନୈତିକ ଦଳ କଂଗ୍ରେସ । ଜଣେ ପରେ ଜଣେ ଟାଣୁଆ ନେତା ଦଳ ଛାଡ଼ି ଯିବା ନିର୍ବାଚନ ପୂର୍ବରୁ ରାଜ୍ୟ ନେତୃତ୍ବଙ୍କୁ ଅଡ଼ୁଆରେ ପକାଇଛି । ଏହି କ୍ରମରେ ଆଜି କଂଗ୍ରେସ ଛାଡ଼ିଛନ୍ତି ପିସିସି ଉପସଭାପତି ପଦରେ ଥିବା ଟାଣୁଆ ନେତା ରଜତ ଚୌଧୁରୀ ।

ପିସିସି ଉପସଭାପତି ପଦ ସେତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ରଜତ ଚୌଧୁରୀ । ଏନେଇ ସେ ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି । 'ନବୀନ ହଟାଓ ଓଡିଶା ବଞ୍ଚାଓ' ଡାକରା ଦେଇ ଯୁବ କଂଗ୍ରେସ ନବୀନ ନିବାସ ଘେରିବାକୁ ଉଦ୍ୟମ କରୁଥିବା ବେଳେ ପିସିସି ଉପସଭାପତି ଦଳ ଛାଡ଼ିବା ସୂଚାଉଛି ଯେ, କଂଗ୍ରେସରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଚରମ ସୀମାରେ ପହଞ୍ଚିଛି । ନିର୍ବାଚନ ପୂର୍ବରୁ ଯେତେବେଳେ କଂଗ୍ରେସ ୯ରୁ ୯୦ ମିଶନ ନେଇ ଜୋରଦାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି, ସେତେବେଳେ ଦଳର ଛାମୁଆ ନେତାମାନେ ଦଳ ତ୍ୟାଗ କରୁଛନ୍ତି । ପ୍ରଭାରୀ ଅଜୟ କୁମାର ଓଡ଼ିଶାରେ ନବୀନ ସରକାରକୁ ଗାଦିଚ୍ୟୁତ କରିବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡିବା ଫଳରେ ଦଳର ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଲଲିପପ: କଂଗ୍ରେସ

ତେବେ କେନ୍ଦ୍ରାପଡା ଜିଲ୍ଲା ସଭାପତି ତଥା ପୂର୍ବତନ ଯୁବ ବିଧାୟକ ଅଂଶୁମାନ ମହାନ୍ତି, ଅନୁଗୁଳର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବୀପ୍ଳବ ଜେନା, ଜଗତସିଂହପୁରର ନାରାୟଣ ଜେନା ପ୍ରମୁଖ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିବା କଂଗ୍ରେସ ପ୍ରତି ଶକ୍ତ ଧକ୍କା ବୋଲି କହିହେବ । ଏପଟେ ଆଜି ଦଳ ଛାଡ଼ିଥିବା ରଜତ ଚୌଧୁରୀ ଜଣେ ଟାଣୁଆ ନେତା ଥିଲେ । ୨୦୧୪ରୁ ୨୦୧୬ ଯୁବ କଂଗ୍ରେସ ସଭାପତି ଓ ପରେ ପିସିସି ସାଧାରଣ ସମ୍ପାଦକ ପଦରେ ରହିଥିଲେ । ଏହାପରେ ତାଙ୍କୁ ପିସିସି ଉପସଭାପତି ପଦ ମଧ୍ୟ ଦିଆଯାଇଥିଲା । ହେଲେ ଦଳୀୟ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ଯୋଗୁଁ ସେ ଦଳ ଛାଡିଥିବା କହିଛନ୍ତି । ତେବେ ରଜତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ହେଲେ ସେ ଏନେଇ କିଛି ସ୍ପଷ୍ଟ ନକରି ସମୟ ଆସିଲେ କହିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନଶ୍ବର

ABOUT THE AUTHOR

...view details