ଓଡିଶା

odisha

ETV Bharat / politics

ଝାରସୁଗୁଡାର ବିଜେପିର ମିଶ୍ରଣ ପର୍ବ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ - Dharmendra targets CM Naveen

BJP Joining Meeting: ଝାରସୁଗୁଡାରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

BJP Joining Meeting
BJP Joining Meeting (ETV Bharat Odisha)

By ETV Bharat Odisha Team

Published : May 7, 2024, 3:19 PM IST

ଝାରସୁଗୁଡ଼ା:ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଶ୍ରଣ ପର୍ବ, ଦଳବଦଳ ରାଜନୀତି ଜୋରଦାର ରହିଛି । ଏହିକ୍ରମରେ ଝାରସୁଗୁଡା ଜିଲ୍ଲାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କିରିମିରା ବ୍ଲକର ଭାଗ୍ୟବତୀ ନାୟକ, ଅମିତ ଓରାମ, ଦୀପକ ଶର୍ମା ୱାର୍ଡ, ପୂର୍ବତନ କାଉନସିଲର ୱାର୍ଡ ନଂ 11 ଗୁଡ୍ଡୁ ବିଶ୍ଵକର୍ମା, ମନବୋଧ ସିଣ୍ଡ୍ରିଆ ସମେତ ଅନେକ ସମର୍ଥ ଦଳରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି । ସାଧାରଣ ଜନତାଙ୍କୁ ପିଇବା ପାଇଁ ପାଣି ଦେଇ ପାରୁନାହାନ୍ତି । ଜଳସେଚନର ସୁବିଧା ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ । ଯୁବକଙ୍କୁ ଚାକିରି ନାହିଁ । ଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି ସୋମବାର ଝାରସୁଗୁଡାରେ ଆୟୋଜିତ ମିଶ୍ରଣ ପର୍ବରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାମଧ୍ୟ ପଢନ୍ତୁ.. ବଲାଙ୍ଗୀରରେ ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗ ଦେଲେ ଜ୍ୟୋତି ପାଣିଗ୍ରାହୀ ଓ ଯଜ୍ଞେଶ୍ବର ବାବୁ - BJP JOINING PROGRAM IN BALANGIR


ସେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାଷଣ ଦେଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏକ ରିମୋଟ ସାଙ୍ଗରେ ଠିଆ ହେଉଛି । ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ଶାସକ ଦଳ ପ୍ରଶ୍ନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ତାହାର ଉତ୍ତର ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ ଏବଂ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା ଲୋକ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ହେଲେ ରାଜ୍ୟରେ ସରକାର କିଏ ଚଲାଉଛି, ତାହା ଶାସକ ଦଳର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି ବୋଲି ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଝାରସୁଗୁଡା ଭଳି ଶିଳ୍ପାଞ୍ଚଳରେ ଅନେକ କାରଖାନା ସମୂହ ଗଢ଼ି ଉଠିଛି । ଶିଳ୍ପ ଅନୁଷ୍ଠାନ ଥିଲେ ମଧ୍ୟ ନିରବଦ୍ରଷ୍ଟା ରାଜ୍ୟ ସରକାରଙ୍କ କାରଣରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ ଏବଂ ଯୁବପିଢି ବେରୋଜଗାର ଅଛନ୍ତି । ଶିଳ୍ପାନୁଷ୍ଠାନ ଏବଂ କଳକାରଖାନାର ପ୍ରଦୂଷଣ, ବର୍ଜ୍ୟବସ୍ତୁ ଓ ନିର୍ଗତ ପାଉଁଶ ଯୋଗୁଁ ଅଂଚଳରେ ଗଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଛି । ବିଜେପି ସରକାର ଆସିଲେ ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ମିଶ୍ରଣ ପର୍ବରେ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details