ନବରଙ୍ଗପୁର: ବିଜେଡିଫୋକସରେପଶ୍ଚିମ ଓଡ଼ିଶା । ଲଗାତର ଦ୍ୱିତୀୟ ଦିନରେ ପଶ୍ଚିମ ଓଡ଼ିଶାରେ ଭି କେ ପାଣ୍ଡିଆନ ନିର୍ବାଚନୀ ପ୍ରଚାର କରିଛନ୍ତି । ଆଜି (ଶୁକ୍ରବାର) ନିର୍ବାଚନୀ ପ୍ରଚାରରେ ନବରଙ୍ଗପୁର ଗସ୍ତ କରିଛନ୍ତି ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଜିଲ୍ଲାର ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣ ସମ୍ବୋଧନ କରିଛନ୍ତି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର ରହିଛି । ପ୍ରମୁଖ ଦଳଗୁଡିକର ହେଭିଓ୍ୱେଟ ନେତାମାନେ ପ୍ରାର୍ଥୀମାନଙ୍କ ସହ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ତେବେ ଏବେ ବିଜେଡି ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଆଜି (ଶୁକ୍ରବାର) ଭିକେ ପାଣ୍ଡିଆନ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି । ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ନିର୍ବାଚନୀ ସଭାରେ ଜନସାଧାରଣକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ହୃଦୟରେ ରହିଛନ୍ତି ଆଦିବାସୀ ଭାଇଭଉଣୀମାନେ । ଆଦିବାସୀମାନଙ୍କ ପରମ୍ପରା, ଖାଦ୍ୟ, ସଂସ୍କୃତିଙ୍କୁ ଭବିଷ୍ୟତ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ କମିଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଲୋକମାନଙ୍କ ପାଇଁ କରିଛନ୍ତି । ଆଦିବାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି ପାଣ୍ଡିଆନ । ବିଗତ ଦିନରେ ଉମରକୋଟବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କାଯାଇଥିବା କହିଛନ୍ତି ପାଣ୍ଡିଆନ ।