ଓଡିଶା

odisha

ETV Bharat / politics

CEOଙ୍କ ନିକଟରେ ଫେରାଦ ହେଲା ବିଜେପି, ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ - Odisha BJP Meet CEO - ODISHA BJP MEET CEO

Odisha BJP Meet CEO: ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

Odisha BJP Meet CEO
Odisha BJP Meet CEO

By ETV Bharat Odisha Team

Published : Apr 1, 2024, 8:45 PM IST

ଭୁବନେଶ୍ବର:ବିଜେଡି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଆଦର୍ଶ ଆଚରଣ ଵିଧି ଲାଗୁହେବା ପରେ ମଧ୍ୟ ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନକୁ ଅପଲୋଡ କରିଛି ବିଜେଡି । ଯାହାକୁ ଅପଲୋଡ କରିବା ଦ୍ବାରା ୩୦ଜିଲ୍ଲାର ଭୋଟରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହୁଛି । ଯାହାକୁ ରଦ୍ଦ କରିବା ପାଇଁ ଦାବି କରିଛି ବିଜେପି । ଦଳ ମୁଖ୍ୟତଃ 2ଟି ପ୍ରସଙ୍ଗକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ।

ଅନ୍ୟପଟେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ପାୱାର ବଳରେ ତାଙ୍କ ସ୍ବାମୀଙ୍କୁ ବରଗଡ଼ RMCରେ ସମ୍ପାଦକ ହିସାବରେ କାର୍ଯ୍ୟ ୯ବର୍ଷ ହେଲାଣି କାର୍ଯ୍ୟରେ ରଖିଛନ୍ତି, ଯାହା ବେଆଇନ । ଏହାସହ ପଦ୍ମପୁର ଓ ଅତାବିରାରେ RMCର ନିର୍ଦ୍ଦେଶକ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ । ଫଳରେ ସେଠାକାର ସମ୍ପାଦକ ରବର ଷ୍ଟାମ୍ପ ହିସାରେ କାର୍ଯ୍ୟ କରୁଛନ୍ତି । ତେଣୁ ଏହା ସରକାରଙ୍କ କ୍ରୟ ନୀତି ଓ ଚାଷୀମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଥିଲାଗି ତାଙ୍କୁ ସମ୍ବଲପୁରରୁ ବାହାରକୁ ବାହାର କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ଏହି ୪ଜଣିଆ ଟିମ ।

ଏହା ବି ପଢନ୍ତୁ-ସରକାରଙ୍କ ଏସଏଚଜି ମହିଳାଙ୍କୁ ବିଦେଶ ଭ୍ରମଣ ପ୍ରସଙ୍ଗ, ନିର୍ବାଚନ କମିଶନକୁ ଫେରାଦ ହେଲା ବିଜେପି

ଏନେଇ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାରରେ ରହିବା ହେତୁ ଅହଙ୍କାର ବଢ଼ିବା ସହ କ୍ଷମତା ଅପବ୍ୟବହାର କରିବାରେ ସୀମା ଟପିଛି । ବିଜେଡି ସରକାରୀ କଳକୁ ଅପବ୍ୟବହାର କରିବା, କ୍ଷମତାର ଦବଦବା ଦେଖାଇ ବିରୋଧୀଙ୍କୁ ଚାପଗ୍ରସ୍ତ କରିବା, ବିଜେଡିର ନେତା ଓ ମନ୍ତ୍ରୀମାନଙ୍କ ପ୍ରାଦୁର୍ଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟିତ୍ବ ହେଉଛି ନିର୍ବାଚନ କମିଶନର । ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟିତ୍ବ ହେଉଛି ରାଜ୍ୟ ସରକାରଙ୍କର ।"

ଅନ୍ୟପଟେ ଏସଏଚଜି ମହିଳାଙ୍କୁ ବିଦେଶ ବୁଲାଇବା ନେଇ ବିଜେଡି ସରକାର ବିରୋଧରେ ସିିଇଓଙ୍କ ନିକଟରେ ବିଜେପି ଫେରାଦ ହୋଇଥିଲା । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ଥିବା ବେଳେ କେମିତି ଏସଏଚଜିମାନଙ୍କୁ ସରକାରୀ ଟଙ୍କାରେ ଦୁବାଇକୁ ଏକ୍ସପୋଜର ଭିଜିଟରେ ପଠାଗଲା ବୋଲି ବିଜେପି ପ୍ରଶ୍ନ କରିଥିଲା । ଏହାକୁ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଥିଲା ଦଳ । ସ୍ଵୟଂ ସହାୟକ ମହିଳା ମାନଙ୍କୁ ନିର୍ବାଚନ ସମୟରେ ବିଜେଡି ପାଇଁ କାମ କରିବା ପାଇଁ ସରକାର ପ୍ରଲୋଭନ ଦେଖାଉଛନ୍ତି ବୋଲି ଅଭିଯୋଗ କରିଥିଲା ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details