ଓଡିଶା

odisha

ETV Bharat / politics

ତାଳଚେର ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର - Odisha Assembly Election 2024

BJP MLA Candidate Kalandi Samal Campaign: ତାଳଚେର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ବ୍ରଜନାଥପୁର ପଞ୍ଚାୟତରେ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ

BJP Campaign
BJP Campaign

By ETV Bharat Odisha Team

Published : Apr 30, 2024, 4:06 PM IST

BJP Campaign

ଅନୁଗୋଳ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପ୍ରଚାର ତାତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟ ଜୋରଦାର ରହିଛି । ପ୍ରଚାର ମୈଦାନରେ ନେତା ଓ କର୍ମୀ । ଆଜି ଅନୁଗୋଳ ଜିଲ୍ଲା ତାଳଚେରରେ ପ୍ରଚାର କରିଛନ୍ତି ବିଜେପିବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ । ବ୍ରଜନାଥପୁର ପଞ୍ଚାୟତର ଶିବ ମନ୍ଦିରରେ ନିଜ କର୍ମୀ ଓ ସମର୍ଥକଙ୍କ ସହ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କାଳନ୍ଦୀ ସାମଲ ।

ଅନୁଗୋଳ ଜିଲ୍ଲାର ତାଳଚେରରେ ବିଜେପି ପକ୍ଷରୁ ଚାଲିଛି ଜନ ସମ୍ପର୍କ ପଦଯାତ୍ରା । ତାଳଚେର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ତାଳଚେର ବ୍ଲକ ବ୍ରଜନାଥପୁର ପଞ୍ଚାୟତର ଲୁହୁଣ୍ଡି ଶିବ ମନ୍ଦିରରୁ ପୂଜାର୍ଚ୍ଚନା କରି ଆରମ୍ଭ କରିଛନ୍ତି ଏହି ପଦଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ, ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ନାରା ସହ ମୋଦି ଗ୍ୟାରେଣ୍ଟି ତଥ୍ୟ ନେଇ ଘର ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ବିଜେପି ନେତା ଓ କର୍ମୀ ।

ଏହାମଧ୍ୟ ପଢନ୍ତୁ.. ଅନୁଗୋଳରେ ବିଜେଡିର ଆଶୀର୍ବାଦ ସମାବେଶ, ଭୋଟ ମାଗିଲେ ସାଂସଦ ଓ ବିଧାୟିକା - ANGUL Assembly Constituency

ଏହି ଅବସରରେ ସେ କହିଛନ୍ତି, "ତାଳଚେରକୁ ବରବାଦ କରିବାକୁ ଦେବି ନାହିଁ । ତାଳଚେରକୁ ବଦନାମ କରିବାକୁ ଦେବି ନାହିଁ, ତାଳଚେରବାସୀଙ୍କର ସମସ୍ୟାକୁ ନେଇ ବିଧାନସଭାରେ ଲଢେ଼ଇ କରିବି ।" ସେ ଆଉ ମଧ୍ୟ କହିଛନ୍ତି ଯେ, ମୋଦି ସରକାରଙ୍କର ଯୋଜନା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ତାଳଚେରରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଡବଲ ଇଞ୍ଜିନ ସରକାର କରିବା ପାଇଁ ତାଳଚେରବାସୀ ବିଜେପିକୁ ଆଶୀର୍ବାଦ କରିବେ ।

ଏଥିସହ ଶାସକ ଦଳର ବିଧାୟକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ବିଗତ ଦିନରେ ୧୫ ବର୍ଷ କାଳ ବିଧାୟକ ରହିଥିବା ବେଳେ ଦିନେ ହେଲେ ବି ସ୍ଥାନୀୟ ସମସ୍ୟା ନେଇ ବିଧାନସଭାରେ ମୁହଁ ଖୋଲି ନାହାନ୍ତି । ଲୋକେ ତାର ଜବାବ ଦେବେ । ଲୋକେ ମନ ବଦଳାଇଲେଣି । ଏଥର ମୋଦି ଗ୍ୟାରେଣ୍ଟି ଓ ଧର୍ମେନ୍ଦ୍ରଙ୍କ ଦାୟିତ୍ଵକୁ ଲୋକେ ଆସ୍ଥା ପ୍ରକଟ କରିବେ ।"

ଏହି କାର୍ଯ୍ୟକ୍ରମରେ ବିଜେପି ଅନୁଗୋଳ ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବିସ୍ତାରକ ଭକ୍ତ ବତ୍ସଳ ବସ୍ତିଆ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରା, ନରେଶ ଚନ୍ଦ୍ର ଦାସ, ବରୁଣ ସାହୁ, ରଜେନ୍ଦ୍ର ସିଂହ, ଲୋକନାଥ ସାହୁ, ପ୍ରଶାନ୍ତ ନନ୍ଦ, କାଳନ୍ଦି ପ୍ରଧାନ, ସହଦେଵ ସାହୁ, ଅଜୟ ସାହୁ, ତାପସ ସାହୁ, ହେମନ୍ତ ଘଡେଇ, ପରମାନନ୍ଦ ସାହୁ, କାର୍ତ୍ତିକ ସାହୁ, ମହେଶ୍ୱର ବାରିକ, ସଂଜୀବ ପାଣି ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details