ଓଡିଶା

odisha

By ETV Bharat Odisha Team

Published : May 4, 2024, 12:19 PM IST

ETV Bharat / politics

ନାମାଙ୍କନ ପରେ ପ୍ରଚାର ଜୋରଦାର, ବିଶାଳ ରାଲିରେ ଶକ୍ତି ପ୍ରଦର୍ଶନ କଲେ ଦିଲ୍ଲୀପ ରାୟ - Rourkela BJP Campaign

Rourkela BJP Campaign: ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରଚାର କାର୍ଯ୍ୟ ଜୋରଦାର ରହିଛି । ନାମାଙ୍କନ ଭରିବା ପରେ ପ୍ରଚାରକୁ ଜୋରଦାର କରିଛନ୍ତି । ଅଧିକ ପଢନ୍ତୁ

Rourkela BJP Campaign
Rourkela BJP Campaign (Etv Bharat Odisha)

Rourkela BJP Campaign (Etv Bharat Odisha)

ରାଉରକେଲା:ରାଜ୍ୟରେ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ନାମାଙ୍କନ ଭରିବା ପରେ ଏବେ ପ୍ରଚାର କାର୍ଯ୍ୟକୁ ଆହୁରୀ ଜୋରଦାର କରିଛନ୍ତି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ । ଏହା ମଧ୍ୟରେ ରାଉରକେଲା ବିଜେପି ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ରଘୁନାଥପାଲ୍ଲୀ ବିଧାନସଭା ପ୍ରାର୍ଥୀ ଦୁର୍ଗା ତନ୍ତୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରାଉରକେଲା ବିଜେପିକୁ ଝଟକା, ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ନିହାର ରାୟ - Nihar Ray Files Nomination

ନାମାଙ୍କନ ପତ୍ର ଦାଖଲ ପରେ ଶୁକ୍ରବାର ଦିନ ରାଉରକେଲା ସହରର ଗୋଲଘର ଅଞ୍ଚଳରେ ଜୋରଦାର ପ୍ରଚାର କରିଛି ବିଜେପି । ହଜାର ହଜାର ସମର୍ଥକଙ୍କ ମେଳିରେ ପ୍ରଚାର ଆରମ୍ଭ କରିଛନ୍ତି ଦିଲ୍ଲୀପ ରାୟ ଓ ଦୁର୍ଗା ତନ୍ତୀ । ଏକ ବିଶାଳ ରାଲିରେ ପ୍ରଚାର କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ପ୍ରାର୍ଥୀ । ରଘୁନାଥପାଲ୍ଲୀ ଏବଂ ରାଉରକେଲା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇ କେନ୍ଦ୍ରର ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ରଘୁନାଥପାଲ୍ଲୀ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ କହିଛନ୍ତି, "ଭୋଟରମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ପ୍ରତି ପ୍ରବଳ ଅସନ୍ତୋଷ ଭାବ ରହିଛି । ସେମାନେ ଆମକୁ ଡାକି ସେମାନଙ୍କ ସମସ୍ୟାକୁ ନେଇ ଆମ ଆଗରେ କହୁଛନ୍ତି । ନିର୍ବାଚନରେ ଜିତିବା ପରେ ଆମେ ସେମାନଙ୍କ ସମସ୍ୟାର ସମାଧାନ କରିବୁ ।" ସେହିଭଳି ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ କହିଛନ୍ତି, "ଚଳିତ ନିର୍ବାଚନରେ ଆମର ସରକାର ଆସିଲେ ବସ୍ତି ସୁରକ୍ଷା ପାଇଁ କାମ କରିବୁ । କୌଣସି ବସ୍ତିକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ଜିଲ୍ଲାରେ ଏୟାରପୋର୍ଟ ଦରକାର, ଜିଲ୍ଲାରେ ବ୍ରିଜ ନିର୍ମାଣ ହେବ ।"

ଏହାମଧ୍ୟ ପଢନ୍ତୁ.. ରାଉରକେଲା ବିଜେପିକୁ ଝଟକା, ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ନିହାର ରାୟ - Nihar Ray Files Nomination

ଏଥର ରାଉରକେଲା ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖୀ ଲଢେଇ ଜୋରଦାର ହେବାକୁ ଯାଉଛି । ବିଜେପିରୁ ଟାଣୁଆ ନେତା ଦିଲ୍ଲୀପ ରାୟ ନିର୍ବାଚନ ଲଢୁଥିବା ବେଳେ ବିଜେଡିରୁ ସାରଦା ପ୍ରସାଦ ନାୟକ ଓ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ବିରେନ୍ଦ୍ର ନାଥ ପଟ୍ଟନାୟକ ମୈଦାନକୁ ଓହ୍ଲାଇଛନ୍ତି ।ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ମଧ୍ୟ ଜୋରଦାର ଚଳାଇଛନ୍ତି । ରାଉରକେଲାରେ ମେ ୨୦ ତାରିଖରେ ଭୋଟ ପଡିବାକୁ ଯାଉଛି । ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ ।

ଇଟିିଭି ଭାରତ, ରାଉରକେଲା

ABOUT THE AUTHOR

...view details