ଓଡିଶା

odisha

ETV Bharat / politics

ପ୍ରଧାନମନ୍ତ୍ରୀ ମୋଦି ଏବଂ ମନ୍ତ୍ରୀ ପଦ ପାଇଥିବା ଓଡିଆ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ - Naveen congratulates Modi - NAVEEN CONGRATULATES MODI

Naveen congratulates Modi: ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଇଂନିସ ଆରମ୍ଭ କରିଛନ୍ତି ମୋଦି । ଶୁଭେଚ୍ଛା ଜଣାଇଲେ ନବୀନ । ଅଧିକ ପଢନ୍ତୁ

Naveen congratulates Modi
Naveen congratulates Modi (ETV BHARAT ODISHA)

By ETV Bharat Odisha Team

Published : Jun 10, 2024, 12:50 PM IST

ଭୁବନେଶ୍ୱର: ଦେଶର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଇଂନିସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ବିଦେଶରୁ ମୋଦିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ତୀବ୍ର ରାଜନୈତିକ ମୁକାବିଲା ଓ ଦୀର୍ଘ 24 ବର୍ଷ ପରେ ଓଡିଶାରେ ସରକାର ପରିବର୍ତ୍ତନ ସାରା ଦେଶରେ ଚର୍ଚ୍ଚାରେ ଥିଲା । ନବୀନ କ୍ଷମତାରୁ ବିଦା ହୋଇଥିବା ବେଳେ ଓଡ଼ିଶାରେ ଏକାକୀ ସରକାର କରିବାକୁ ଯାଉଛି ବିଜେପି । ଗତକାଲି ଶପଥ ନେବା ପରେ ଆଜି ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ନବୀନ ପଟ୍ଟନାୟକ କହିଛନ୍ତି, ''କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା । ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା । ଆପଣଙ୍କ ନେତୃତ୍ବରେ ବିକାଶ କ୍ଷେତ୍ରରେ ଆମର ଦେଶ ପ୍ରଗତିର ଉଚ୍ଚତାକୁ ଛୁଇଁବ । "

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଓଡିଶାର 3 ଜଣଙ୍କୁ ମିଳିଛି ମନ୍ତ୍ରୀ ପଦ। ଜୁଏଲ ଓରମା, ଅଶ୍ବନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏହି ତିନି ସାଂସଦଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଟ୍ବିଟ କରି ଲେଖିଛନ୍ତି, ''କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଓଡିଶାର ତିନି ସାଂସଦ ଜୁଏଲ ଓରମା, ଅଶ୍ବନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା । ଓଡିଶା ଓ ଦେଶ ପାଇଁ ଆପଣଙ୍କ ବିଭିନ୍ନ ମନ୍ତ୍ରଣାଳୟ ସଫଳତାର ସହ କାମ କରିବାକୁ ଶୁଭେଚ୍ଛା । ''

ଏହା ମଧ୍ୟ ପଢନ୍ତୁ-ମୋଦି 3.0ରେ ବଢିଲା କ୍ୟାବିନେଟ୍ ଆକାର; 24 ମନ୍ତ୍ରୀମଣ୍ଡଳରେ 24 ରାଜ୍ୟକୁ ପ୍ରତିନିଧିତ୍ବ, ଏହି ରାଜ୍ୟ ପଡିଲା ବାଦ୍‌ - Modi Cabinet 2024

ନିର୍ବାଚନ ସମୟରେ ମୋଦି- ନବୀନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ । ନବୀନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପ୍ରସଙ୍ଗ କଥା ଉଠାଇ ନିର୍ବାଚନୀ ସଭା ମଞ୍ଚରେ ବର୍ଷିଥିଲେ ମୋଦି । ନବୀନ ମଧ୍ୟ ପ୍ରେସମିଟ କରି ଏହାର ଜବାବ ରଖିଥିଲେ । ସେ କାହାକୁ କେବେ କଟୁ କଥା କୁହନ୍ତୁ ନାହିଁ, କିନ୍ତୁ କେନ୍ଦ୍ରିୟ ନେତା ମାନେ ଓଡ଼ିଶା ଆସି ତାଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଉଛନ୍ତି ବୋଲି ନବୀନ କହିଥିଲେ । ଏବେ ଫଳାଫଳ ଆସିବା ପରେ ନିର୍ବାଚନୀ ମାହୋଲ ଥଣ୍ଡା ପଡିଛି । ଗଣତାନ୍ତ୍ରୀକ ଔପଚାରିକତା ଦୃଷ୍ଟିରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି ନବୀନ ।

ଗତକାଲି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୋଦିଙ୍କ ସମେତ 72 ଜଣ ମନ୍ତ୍ରୀ ଭାବେ ଶପଥ ନେଥିଲେ । ସେଥି ମଧ୍ୟରୁ 30 ଜଣଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ଅନ୍ୟମାନଙ୍କ ମଧ୍ୟରେ 5ଜଣ ସ୍ବରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଓ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି ।

ABOUT THE AUTHOR

...view details