ଓଡିଶା

odisha

ETV Bharat / politics

ହିନ୍ଦୋଳରୁ ଲଢିବେ ମହେଶ, ଅନେକ ଆଶାୟୀଙ୍କୁ ପଛରେ ପକାଇ ହାତେଇଲେ ଟିକଟ - Mahesh To Contest From Hindol - MAHESH TO CONTEST FROM HINDOL

Mahesh Sahoo To Contest From Hindol: ସମସ୍ତଙ୍କୁ ପଛରେ ପକାଇ ଟିକଟ ହାତେଇଛନ୍ତି ମହେଶ ସାହୁ । ବିଜେଡି ତାଙ୍କୁ ହିନ୍ଦୋଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ମହେଶ । ଅଧିକ ପଢନ୍ତୁ

Mahesh Sahoo
Mahesh Sahoo

By ETV Bharat Odisha Team

Published : Apr 22, 2024, 8:48 PM IST

Mahesh Sahoo

ଭୁବନେଶ୍ବର:ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବିଜେଡି ଆଜି ହିନ୍ଦୋଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହିନ୍ଦୋଳ ଆସନ ପାଇଁ ସ୍ଥାନୀୟ ବିଧାୟକ ସୀମାରାଣୀ ନାୟକଙ୍କ ସହ ଏକାଧିକ ଆଶାୟୀ ରେସରେ ଥିଲେ । ସମସ୍ତଙ୍କୁ ପଛରେ ପକାଇ ଟିକଟ ହାତେଇଛନ୍ତି ମହେଶ ସାହୁ । ଗତ ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟ ହୋଇଥିବା ସୀମାରାଣୀ ନାୟକଙ୍କ ଟିକଟ କାଟିଛି ଦଳ । ସଂସଦୀୟ କ୍ଷେତ୍ର ଟିକେଟ କାଟିବା ପରେ ଢେଙ୍କାନାଳ ସାଂସଦ ମହେଶ ସାହୁ ହିନ୍ଦୋଳ ଆସନ ପାଇଁ ଆଶାୟୀ ଥିଲେ । ଟିକଟ ମିଳିବା ପରେ ମହେଶ କହିଛନ୍ତି, "ଦଳର ମୁଁ ଜଣେ ଶୃଙ୍ଖଳିତ କର୍ମୀ । ମୋ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଯାହା ଦାୟିତ୍ୱ ଦେଇଛନ୍ତି ତାହା ମୁଁ ନିର୍ବାହ କରିଛି । 2009 ନିର୍ବାଚନ ହାରିବା ପରେ ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ନିଗମରେ କାର୍ଯ୍ୟ କଲି । ସରକାରଙ୍କୁ ଲାଭ ମଧ୍ୟ ଦେଇଛି । 2014ରେ ପାଲଲହଡା ବିଧାନସଭାରୁ ଦଳ ଟିକଟ ଦେଲା । ଜନସାଧାରଣଙ୍କ ଆଶୀର୍ବାଦରୁ ନିର୍ବାଚନ ଲଢ଼ି ଜିତିଲି । ସେ ସମୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା ।"


ସେ ଆହୁରି କହିଛନ୍ତି,"2019ରେ ଦଳ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲା । ବିଧାୟକମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ନିର୍ବାଚନ ଜିତିଥିଲି । ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ପାର୍ଲିଆମେଣ୍ଟରେ ଉଠାଇଲି । ଭଲ କରିଛି କି ଖରାପ ପ୍ରଦର୍ଶନ କରିଛି ତାହା ଜନସାଧାରଣ ଓ ମୋ ନେତା ଜାଣିଛନ୍ତି । ପୁନର୍ବାର ଦଳ ଏଥିର ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ଟିକଟ ଦେଇଛି । ସୁଖରେ ନହେଲେ ନାହିଁ ଦୁଃଖରେ ଉପସ୍ଥିତ ରହି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବି । ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କର ଯାହା ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ କିମ୍ବା ପହଞ୍ଚିନାହିଁ ଶେଷ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରିବି । ନୂଆ ପୁରୁଣା ସମସ୍ତଙ୍କୁ ନେଇ ଏହି କାର୍ଯ୍ୟ ଆଗକୁ ବଢ଼ାଇବି ।"

ଏହା ବି ପଢନ୍ତୁ...ଟିକଟ କଟିବା ପଛରେ ଜିଲ୍ଲାସ୍ତରୀୟ ନେତାଙ୍କ ଷଡ଼ଯନ୍ତ୍ର: ରଘୁନନ୍ଦନ ଦାସ - MLA Raghunandan Das

"ସୀମାରାଣୀର ସହଯୋଗ ମୋ ସହିତ ଅଛି । ଅତୀତରେ ମୁଁ ତାକୁ ସହଯୋଗ କରିଥିଲି । ସେ ମୋତେ ଏଥର ସହଯୋଗ କରିବ । ଦଳର ନେତା ଦାୟିତ୍ୱ ଦେବେ, ଏଥିରେ ଉଣା, ବେଶୀ କଥା କିଛି ନାହିଁ । ଜଣେ ସାଧାରଣ କର୍ମୀ ଭାବେ ଦଳର ନେତା ଯାହା ଦାୟିତ୍ୱ ଦେଲେ କରିପାରିବି ବୋଲି ବିଶ୍ୱାସ କରି ଟିକେଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସ୍ପର୍ଶ କରିଛି । ଲୋକେ ଭଲ ପାଇବା ଦେଇଛନ୍ତି । ତେଣୁ ଫଳାଫଳ ସକରାତ୍ମକ ହେବ" ବୋଲି କହିଛନ୍ତି ହିନ୍ଦୋଳ ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details