ଲକ୍ଷ୍ନୌ: 2024 ସାଧାରଣ ନିର୍ବାଚନ ପାଇଁ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା କନ୍ଦଳ ଜାରି ରହିଥିବା ବେଳେ ଆଜି ପ୍ରଥମ ସହଯୋଗୀ ଦଳ ଭାବେ ସମାଜବାଦୀ ପାର୍ଟି 16 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରୀରୁ ବୋହୂ ଡିମ୍ପଲ ଯାଦବଙ୍କୁ ଦଳ ଲଢେଇବାକୁ ଯାଉଛି । ଶ୍ବଶୁରଙ୍କ ଦେହାନ୍ତ ପରେ ଡିମ୍ପଲ ଉପନିର୍ବାଚନ ଜିତି ସେହିପରି ଅନ୍ୟ ପ୍ରମୁଖ ଆସନ ମଧ୍ୟରେ ରାଜଧାନୀ ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରରୁ ରବିଦାସ ମେହେରୋତ୍ରା ଓ ସମ୍ଭଲରୁ ଶଫିକୁର ରେହେମାନ ବର୍କଙ୍କୁ ଦଳ ନିର୍ବାଚନୀ ମୈଦାକୁ ଓହ୍ଲାଇଛି ।
ତେବେ ମୁଲାୟମଙ୍କ ଦେହାନ୍ତ ପରେ 2022 ଡିସେମ୍ବରରେ ହୋଇଥିବା ମୈନପୁରୀ ଲୋକସଭା ଉପନିର୍ବାଚନରେ ଲଢି ବିଜୟୀ ହୋଇଛନ୍ତି ଡିମ୍ପଲ । ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରଘୁରାଜ ସିଂ ସାକ୍ଷଙ୍କୁ ରେକର୍ଡ ସଂଖ୍ୟକ 2,88,461 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏବେ ଏହି ଆସନରୁ ପୁଣି ସେ ଚଳିତ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ଫିରୋଜାବାଦ ଆସନରୁ ଦଳ ଅକ୍ଷୟ ଯାଦବଙ୍କୁ ଟିକେଟ ଦେଇଛି । ବଣ୍ଡା ଆସନରୁ ଟିକେଟ ପାଇଛନ୍ତି ଶିବଶଙ୍କର ସିଂ ପଟେଲ । ସମ୍ଭଲରୁ 5 ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଦଳର 93 ବର୍ଷୀୟ ବରିଷ୍ଠ ନେତା ଶଫିକୁର ରେହେମାନ ବର୍କ ମଧ୍ୟ ନିଜ ପାରମ୍ପରିକ ଆସନରୁ ଲଢିବାକୁ ଯାଉଛନ୍ତି ।