ଓଡିଶା

odisha

ETV Bharat / politics

ଓଡିଶା ଆସିବେ ରାହୁଲ ଓ ଖଡ୍‌ଗେ, ବାଲେଶ୍ବର-ଭଦ୍ରକରେ କରିବେ ପ୍ରଚାର - RAHUL GANDHI TO VISIT ODISHA - RAHUL GANDHI TO VISIT ODISHA

Rahul and Kharge to campaign in Odisha: ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ମେ' ୨୬ ତାରିଖରୁ ୨୮ ତାରିଖ ଭିତରେ ଓଡ଼ିଶା ଆସି ବାଲେଶ୍ବର ଓ ଭଦ୍ରକରେ କରିବେ ପ୍ରଚାର । ସୂଚନା ଦେଲେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ଅଧିକ ପଢ଼ନ୍ତୁ

RAHUL GANDHI TO VISIT ODISHA
RAHUL GANDHI TO VISIT ODISHA (ETV Bharat Odisha)

By ETV Bharat Odisha Team

Published : May 19, 2024, 7:33 PM IST

RAHUL GANDHI TO VISIT ODISHA (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ସରିଛି ପ୍ରଚାର । ଏହାପରେ ଆସନ୍ତା ୨୫ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । କଂଗ୍ରେସ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଜାରି ରଖିଛି । ଏହି କ୍ରମରେ ପୁଣିଥରେ ରାହୁଲ ଗାନ୍ଧୀ, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଣି ପ୍ରଚାର ଜୋରଦାର କରିବାକୁ ପ୍ରସ୍ତୁତ ହେଉଛି ପ୍ରଦେଶ କଂଗ୍ରେସ ।

ଆସନ୍ତା ୨୬ରୁ ୨୮ ତାରିଖ ଭିତରେ ଓଡିଶା ଗସ୍ତରେ ଆସି ବାଲେଶ୍ବର ଏବଂ ଭଦ୍ରକରେ ପ୍ରଚାର ପାଇଁ ଆସିବେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ । ଏହାପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶାରେ ପ୍ରଚାର କରିବାର ଯୋଜନା ଥିବା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି, "ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ ଏବଂ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ମେ' ୨୬ ତାରିଖରୁ ୨୮ ତାରିଖ ଭିତରେ ଉଭୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ସାଧାରଣ ସଭାରେ ଉଦବୋଧନ ଦେବେ ଉଭୟ ରାହୁଲ ଏବଂ ଖଡ୍‌ଗେ । ୨ଟି ସଂସଦୀୟ କ୍ଷତ୍ରରେ ଉଭୟ ନେତା ୨ଟି ଲେଖାଏଁ ସଭା କରିବାର କାର୍ଯ୍ୟକ୍ରମ ରହିଛି ।" ସେହିଭଳି ତାରିଖ ସ୍ଥିର ହୋଇନଥିଲେ ବି ଆଗାମୀ ଦିନରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଡଃ ଅଜୟ କୁମାର ।

ଏହା ମଧ୍ୟ ପଢ଼ନ୍ତୁ...ଭିତିରି ବୁଝାମଣାରେ ବିଜେଡି-ବିଜେପି ନିର୍ବାଚନ ଲଢୁଛନ୍ତି: ସଚିନ ପାଇଲଟ - sachin pilot targets bjp

ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଜୟ କୁମାର ଉଭୟ ରାଜ୍ୟରେ ନବୀନ ଓ କେନ୍ଦ୍ରରେ ଥିବା ମୋଦି ସରକାର ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି, "ରାଜ୍ୟ ସରକାର ଏପର୍ଯ୍ୟନ୍ତ ଓଡିଶାରେ ଯେତିକି ସଂରକ୍ଷଣ କରିବା କଥା, ତାହା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ କରିଛନ୍ତି । ଯାହା ଶାସନକୁ ଆସିଲେ କଂଗ୍ରେସ କରିବ । ସେହିପରି ମୋଦିଙ୍କ ୪୦୦ ପାର ନାରା ଅର୍ଥାତ ୪୦୦ରୁ ଅଧିକା ମିଛ । ମୋଦି ପ୍ରତିଦିନ ୪୦୦ ମିଛ କହୁଛନ୍ତି । ୪୦୦ ପାର ନାରା ମିଛରେ ପରିଣତ ହେବାପରେ ସବୁଆଡ଼ୁ ଆଶା ହରାଇଛନ୍ତି । ତେଣୁ ସେ ବାରମ୍ବାର ଓଡିଶା ଆସୁଛନ୍ତି । ଯେତେ ଓଡିଶା ଆସିଲେ ବି ଓଡିଶାରେ ମୋଦିଙ୍କ ପ୍ରଭବ ପଡିବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details