ଓଡିଶା

odisha

ETV Bharat / politics

କଳାହାଣ୍ଡି ଲୋକସଭା ରଣାଙ୍ଗନରେ ଭେଟେରାନ ବନାମ ନବାଗତ ଲଢେଇ - Kalahandi Constituency - KALAHANDI CONSTITUENCY

Kalahandi Constituency: କଳାହାଣ୍ଡି ଲୋକସଭା ରଣାଙ୍ଗନରେ ଭେଟେରାନ ବନାନ ନବାଗତ ଫାଇଟ୍ । ପ୍ରଚାର ମୈଦାନରେ ରାଜନେତା । ଅଧିକ ପଢନ୍ତୁ

Kalahandi Constituency
Kalahandi Constituency

By ETV Bharat Odisha Team

Published : Apr 26, 2024, 2:15 PM IST

Kalahandi Constituency

ଭବାନୀପାଟଣା:କଳାହାଣ୍ଡି ଲୋକସଭା ରଣାଙ୍ଗନରେ ଭେଟେରାନ ବନାନ ନବାଗତ ଫାଇଟ୍ । ନାମାଙ୍କନ ଦାଖଲ ପରେ ସରଗରମ ହୋଇଛି ରାଜନୀତି ମୈଦାନ । ୩ ପ୍ରମୁଖ ରାଜନୈତିକ ଦଳମାନଙ୍କର ପ୍ରାର୍ଥୀ ଏବେ ଅଙ୍କ କଷିବାରେ ବ୍ୟସ୍ତ । ଘର ଘର ବୁଲି ପ୍ରାର୍ଥୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ । କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ବିଜେଡି ଲମ୍ୱୋଦର୍ ନିଆଲଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦ୍ରୌପଦୀ ମାଝୀ ଓ ବିଜେପି ମାଳବିକା ଦେବୀଙ୍କୁ ପ୍ରାର୍ଥୀ କରିଛି ।

ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପରେ ଜିଲ୍ଳା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ହେବା ସହ ଦୁଇ ଦୁଇ ଥର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଚଳିତ ନିର୍ବାଚନରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଜଣେ ଦକ୍ଷ ଓ ସୁସଂଗଠକ ଭାବରେ ରାଜନୀତି କରି ଆସୁଛନ୍ତି ଲମ୍ବୋଦର ।

ଏହାମଧ୍ୟ ପଢନ୍ତୁ..ପୁରୁଣାକୁ ସାମ୍ନା କରିବେ ନୂଆ ମୁହଁ, ନର୍ଲାରେ କାହାର ପଲା ହେବ ଭାରି ? - Narla Assembly Constituency

ସେହିପରି କଂଗ୍ରେସ ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ ୧୯୯୭ ମସିହାରେ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୨ ମସିହାରେ ସମିତି ସଭ୍ୟା ଓ ପରେ ସରପଞ୍ଚ ହେବା ସହ ୨୦୧୨ ମସିହାରେ ଠୁଆମୂଲ୍ ରାମପୁର ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳରେ ରହି ବିଭିନ୍ନ ପଦ ପଦବୀର ଜଣେ ସକ୍ରିୟ ନାରୀ ନେତ୍ରୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

ସେହିପରି ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ରାଜନୀତି ମୈଦାନ ନୂଆ ଚେହେରା ଅଟନ୍ତି । ମାଳବିକା କଳାହାଣ୍ଡି ରାଜପରିବାର ବୋହୂ । ତାଙ୍କ ଶ୍ୱଶୁର ବିକ୍ରମ କେଶରୀ ଦେଓ ଏବଂ ସ୍ଵାମୀ ଅର୍କ କେଶରୀ ଦେଓଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟ କଳାହାଣ୍ଡି ରାଜନୀତିରେ ସକ୍ରିୟ ଥିଲେ । ମାଳବିକା କଳାହାଣ୍ଡି ରାଜପରିବାରର ବୋହୂ ହେବା ପରେ ରାଜନୀତିକୁ ଅତି ନିକଟରୁ ଦେଖି ଆସୁଛନ୍ତି । ନିଜ ଶ୍ୱଶୁର ଓ ସ୍ଵାମୀଙ୍କ ରାଜନୀତି ଷ୍ଟାଇଲକୁ ନିକଟରୁ ଦେଖିଥିବା ମାଳବିକା ଏବେ ରାଜନୀତି ମୈଦାନରେ ବିଜେପି ସାଂସଦ ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି । ତେବେ ଏହି ଭେଟେରାନ ବନାମ ନବାଗତ ଲଢେଇରେ କିଏ ବାଜିମାତ କରୁଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details