ଓଡିଶା

odisha

ETV Bharat / politics

ବିଜେପିର ମାରାଥନ ପ୍ରଚାର, ଶାହଙ୍କ ପରେ ଓଡି଼ଶା ଆସୁଛନ୍ତି ଜେପି ନଡ୍ଡା - JP Nadda To Visit Odisha - JP NADDA TO VISIT ODISHA

JP Nadda To Visit Odisha: ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜାଣନ୍ତୁ କେଉଁଠି କେଉଁଠି ରହିଛି କାର୍ଯ୍ୟକ୍ରମ ।

JP Nadda To Visit Odisha
JP Nadda To Visit Odisha

By ETV Bharat Odisha Team

Published : Apr 26, 2024, 3:50 PM IST

JP Nadda To Visit Odisha

ଭୁବନେଶ୍ବର: ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୨୮ ତାରିଖ ଦିନ ନିର୍ବାଚନୀ ପ୍ରଚାର କରିବେ ନଡ୍ଡା । ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତରେ ଆସିବେ । ପ୍ରଥମେ ବ୍ରହ୍ମପୁର ଯିବେ ଓ ତାପରେ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ନଡ୍ଡା କରିବେ ବିଶାଳ ଜନସଭା । ତା'ପରେ ନବରଙ୍ଗପୁର କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ମତଦାନ ତାରିଖ ପାଖେଇ ଆସୁଥିବାରୁ ଜନମତ ସଂଗ୍ରହ କରିବାରେ ଲାଗିପଡିଛନ୍ତି ପ୍ରମୁଖ ଦଳ । ସମସ୍ତ ରାଜନୈତିକ ଦଳ ରଣକୌଶଳ ଆପଣାଉଛନ୍ତି । ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନରେ କମ୍ପୁଛି ପ୍ରଚାର ମଇଦାନ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ ନେତାଙ୍କୁ ଭରସା କରିଛନ୍ତି ଉଭୟ ବିଜେପି-କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୮ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହାପରେ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...ନବୀନଙ୍କ ଉପରେ ବର୍ଷିଲେ ଶାହ, ମତଦାତାଙ୍କୁ ଦେଲେ ମାଳ ମାଳ ପ୍ରତିଶ୍ରୁତି - AMIT SHAH ATTACKS BJD GOVT

ଏହା ବି ପଢନ୍ତୁ...ଓଡ଼ିଶାରେ କେମିତି ସରକାର ଗଢିବ ବିଜେପି, ବିଜୟମନ୍ତ୍ର ଫୁଙ୍କିଲେ ଶାହ - Lok Sabha Election 2024

ଏହା ବି ପଢନ୍ତୁ...ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପାରମ୍ପରିକ ନାଚଗୀତରେ କରାଗଲା ଭବ୍ୟ ସ୍ବାଗତ - AMIT SHAH IN BHUBANESWAR

ସୂଚନା ଅନୁସାରେ, ଗତକାଲି ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୁବର୍ଣ୍ଣପୁରରେ ବିଶାଳ ଜନସଭାରେ ଯୋଗ ଦେଇ ଶାହ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, "ଏଠାକାର ନବୀନ ସରକାର ନା ଯେ କେବଳ ଓଡ଼ିଶାକୁ ଲୁଟିଛନ୍ତି, ବରଂ ଅଫିସରରାଜ ସହିତ ଭ୍ରଷ୍ଟାଚାର ଚଲାଉଛନ୍ତି । ଏହାସହିତ ଓଡ଼ିଶା ଭାଷା ଓ ଗୌରବକୁ ମଧ୍ୟ ଦୂରେଇ ରଖିଛନ୍ତି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗତ 10 ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ହେଲେ ଏଠାରେ 20 ବର୍ଷରୁ ଅଧିକ ସମୟ ଧରି ସରକାର ଥିବାବେଳେ ଓଡ଼ିଶା ଆଜି ବି ପଛୁଆ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details