ଓଡିଶା

odisha

ETV Bharat / politics

9ରୁ 90 ନାରା ଦେଇଥିଲା, ମାତ୍ର ଭରସା ଜିତି ପାରିଲାନି କଂଗ୍ରେସ - odisha election results - ODISHA ELECTION RESULTS

lok sabha and assembly election results 2024: 14 ଆସନରେ ପହଞ୍ଚିଲା କଂଗ୍ରେସ । ବିଭିନ୍ନ ସ୍ଥାନରେ କଡା ଫାଇଟରେ ହାରିଲେ ଭେଟେରାନ ନେତା । ସ୍ବପ୍ନରେ ରହିଲା 9 ରୁ 90 ଆସନ ନାରା । ଅଧିକ ପଢନ୍ତୁ

9ରୁ 90 ନାରା ଦେଇଥିଲା, ମାତ୍ର ଭରସା ଜିତି ପାରିଲାନି କଂଗ୍ରେସ
9ରୁ 90 ନାରା ଦେଇଥିଲା, ମାତ୍ର ଭରସା ଜିତି ପାରିଲାନି କଂଗ୍ରେସ (ETV Bharat Odisha)

By ETV Bharat Odisha Team

Published : Jun 5, 2024, 1:35 PM IST

ଭୁବନେଶ୍ବର:ଗତକାଲି ପ୍ରକାଶ ପାଇଛି ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଜନାଦେଶ । କେନ୍ଦ୍ରରେ ମୋଦି ସରକାର ତୃତୀୟପାଳି ଆରମ୍ଭ କରିବାକୁ ଯାଉଥିବା ବେଳେ ରାଜ୍ୟରେ ମଧ୍ୟକ୍ଷମତା ପରିବର୍ତ୍ତନ ହୋଇଛି । ଦୀର୍ଘ 24 ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳକୁ ପଛରେ ପକାଇ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏକକ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି । ହେଲେ ଜାତୀୟ କଂଗ୍ରେସ ଯେଉଁ ପ୍ରକାର ନିର୍ବାଚନୀ ପ୍ରସ୍ତୁତି ବା ଆଶା ରଖିଥିଲା,ତାହା ଆଶାରେ ହିଁ ରହିଯାଇଛି । ଦଳ ପୂର୍ବାପେକ୍ଷା ଅଧିକ ଆସନ ଜିତିଛି । ମାତ୍ର 9 ରୁ 90 ଆସନ ନାରାଠାରୁ ବହୁପଛରେ ରହିଛି ଦଳ । ନିଜେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିର୍ବାଚନ ହାରିଛନ୍ତି ।

ଗତକାଲି ନିର୍ବାଚନ ଫଳାଫଲରେ ଦେଶର ଅନ୍ୟତମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କୁହାଯାଉଥିବା ନବୀନ ପଟ୍ଟନାୟକଙ୍କୁ ବଡ଼ ଝଟକା ଲାଗିଛି । ବିଜେପିକୁ ମିଳିଲା ବହୁମତ । କଂଗ୍ରେସର 9ରୁ 90ଆଶା ଆଶାରେ ହିଁ ରହିଗଲା । 2019 ନିର୍ବାଚନ ଅପେକ୍ଷା ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ସିଟ ସଂଖ୍ୟାରେ ବୃଦ୍ଧି ଘଟିଛି । ଦଳ କେବଳ ଗୋଟିଏ ସଂସଦୀୟ କ୍ଷେତ୍ର ସହ 14ଟି ବିଧାନସଭା ସିଟ୍‌ ରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । କୋରାପୁଟ ଲୋକସଭା ଆସନରେ ପ୍ରାୟ 1 ଲକ୍ଷ 47 ହଜାର 7ଶହ ଭୋଟ ବ୍ୟବଧାନରେ ସପ୍ତଗିରି ଉଲାକା ବିଜୟ ହୋଇଛନ୍ତି ।

ସେହିପରି ବିଧାନସଭାରେ କଂଗ୍ରେସ ଖାତାକୁ ଆସିଥିବା 14ଟି ସିଟ ମଧ୍ୟରୁ 10 ଜଣ ନବାଗତ ବିଧାୟକ ଜିତିଛନ୍ତି । 14ଟି ସିଟ ମଧ୍ୟରୁ ଅଭିଭକ୍ତ କୋରାପୁଟ ଜିଲ୍ଲାରେ 4ଟି ସିଟ ହାତେଇଛି କଂଗ୍ରେସ । ସେଥିମଧ୍ୟରୁ ଜଣେ ଦଳର ବରିଷ୍ଠ ନେତା ହୋଇଥିବା ବେଳେ ଅନ୍ୟ 3ଜଣ ହେଉଛନ୍ତି ନବାଗତ । କଂଗ୍ରେସର ଦୁର୍ଗ କୁହାଯାଉଥିବା ଦକ୍ଷିଣ ଓଡ଼ିଶାର କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ପ୍ରାୟ ସବୁ ସିଟରେ ଭଲ ଫାଇଟ୍‌ ଦେଇଛି ।


ଜୟପୁରରେ କଂଗ୍ରେସ ଭେଟେରାନ ତାରା ବାହିନୀପତି ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଇନ୍ଦ୍ରାଣୀ ନନ୍ଦଙ୍କ ଠାରୁ 13,111 ଖଣ୍ଡ ଭୋଟରେ ଜିତିଛନ୍ତି । ସେହିପରି ଗୁଣୁପୁରରୁ ଯୁବନେତା ସତ୍ୟଜିତ ଗମାଙ୍ଗ 29,885 ଖଣ୍ଡ ଭୋଟରେ ବିଜେଡିର ରଘୁନାଥ ଗମାଙ୍ଗଙ୍କ ଠାରୁ ଜିତିଛନ୍ତି । ଚିତ୍ରକୋଣ୍ଡାରୁ ମଙ୍ଗୁ ଖିଲା 9159 ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର ଡମ୍ବୁରୁ ଶୀଶାଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ସେହିପରି କଂଗ୍ରେସର ପାରମ୍ପରିକ ସିଟ ଲକ୍ଷ୍ମୀପୁରରେ ପବିତ୍ର ସାଉଁନ୍ତା 21,262 ଭୋଟରେ ବିଜେଡିର ପ୍ରଭୁ ଯାନୀଙ୍କଠାରୁ ବିଜୟୀ ହୋଇଛନ୍ତି, ପଟାଙ୍ଗୀ ବିଧାନସଭା ଆସନରେ ରାମଚନ୍ଦ୍ର କାଡ଼ାମ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ପ୍ରଫୁଲ ପାଙ୍ଗିଙ୍କ ଠାରୁ 1919 ଭୋଟରେ ନିର୍ବାଚିତ ହୋଇଛନ୍ତି । ରାୟଗଡାରେ କଡ଼ରକା ଆପଲାସ୍ୱାମୀ ବିଜେଡିର ଅନୁସୂୟା ମାଝୀଙ୍କୁ 29186 ଭୋଟରେ ପରାସ୍ତ କରି ଜୟଯୁକ୍ତ ହୋଇଛନ୍ତି । ରାୟଗଡା ଜିଲ୍ଲା ବିଷମ କଟକରେ ନୀଳମାଧବ ହିକକା 68,446 ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ହରାଇଛନ୍ତି । ଭବାନୀପାଟଣାରୁ କଂଗ୍ରେସ ଭେଟେରାନ ଭକ୍ତ ଦାଶଙ୍କ ପୁଅ ସାଗର ଚରଣ ଦାଶ ବିଜେପିର ପ୍ରଦୀପ୍ତ ନାୟକଙ୍କୁ 13741 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି ।

ମୋହନାରୁ ଦାସରଥୀ ଗମାଙ୍ଗ ପୁନର୍ବାର 4059 ଭୋଟରେ ଜିତି ନିର୍ବାଚିତ ହୋଇଛନ୍ତି,। ସାନଖେମୁଣ୍ଡିରେ ରମେଶ ଜେନା ବିଜେଡି ପ୍ରାର୍ଥୀଙ୍କୁ ପ୍ରାୟ 10,662 ଭୋଟ ରେ ପରାସ୍ତ କରି ନିର୍ବାଚନ ଜିତିଛନ୍ତି । ରାଜଗାଙ୍ଗପୁର ବିଧାନସଭାରେ ବିଧାୟକ ରାଜେନ ସି.ଏକ୍କା ଦ୍ୱିତୀୟ ଥର ପାଇଁ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କଟକ ବାରବାଟୀରେ ସୋଫିଆ ଫିର୍ଦ୍ଦୋସ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ 8,001 ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି, ବାସୁଦେବପୁରରେ ଅଶୋକ ଦାଶ ବିଜେଡିର ବିଷ୍ଣୁବ୍ରତ୍ତ ରାଉତରାୟଙ୍କଠାରୁ 631ଖଣ୍ଡ ଭୋଟରେ ଜିତିଲେ । ଜି ଉଦୟଗିରିରେ ପ୍ରଫୁଲ ପ୍ରଧାନ ବିଜେପିର ମାନଗୋବିନ୍ଦ ପ୍ରଧାନଙ୍କଠାରୁ 7,857 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।


ଏହା ମଧ୍ୟ ପଢନ୍ତୁ:- ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ - CM Naveen Resign

କଂଗ୍ରେସ ଅଧିକାଂଶ ସ୍ଥାନରେ କଡା ଟକ୍କର ଦେଇ ହାରିଛି । ପାରାଳାଖେମୁଣ୍ଡିରେ ବିଜୟ ପଟ୍ଟନାୟକ, ବଲାଙ୍ଗିରରେ ସମରେନ୍ଦ୍ର ମିଶ୍ର ,ଭଣ୍ଡାରିପୋଖରୀରେ ନିରଞ୍ଜନ ପଟ୍ଟନାୟକ, କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କବିରୋଧରୋ ସନ୍ତୋଷ ସିଂହ ସାଲୁଜାଙ୍କ ଭଳି ଟପ ଲିଡ଼ରମାନେ ବିଗ ଫାଇଟରେ ହାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details