ଭୁବନେଶ୍ବର:ବିଧାନସଭାରେ ଉଠିଲା ମହିଳା ସୁରକ୍ଷା ପ୍ରସଙ୍ଗ । ସରକାରଙ୍କୁ ଘେରିଲେ ବିରୋଧୀ । ରାଜ୍ୟରେ ମହିଳା ଓ ଶିଶୁ ମାନେ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ସରକାର ବିଫଳତା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏମିତି କହିଲେ ମନ୍ତ୍ରୀ:
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,"ମହିଳା ବିରୋଧୀ ହିଂସା ଏକ ସାମାଜିକ ବ୍ୟାଧି । ଏହାର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶୃତିବଦ୍ଧ । ଏନେଇ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଚଳିତ ବର୍ଷ ନଭେମ୍ବର 11ରେ କଟକ ବାଦାମବାଡ଼ି ଗଣଦୁଷ୍କର୍ମ ଘଟଣାରେ ସମସ୍ତ 6 ଅଭିଯୁକ୍ତ ଗିରଫ୍ ହୋଇଛନ୍ତି । ନଭେମ୍ବର 11ରେ ବାରଙ୍ଗ ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ୍ ହୋଇଛି । ନୟାପଲ୍ଲୀରେ ହୋଇଥିବା ଗତ ଅକ୍ଟୋବର 30ରେ ଘଟିଥିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । କୁଚିଣ୍ଡା ଦୁଷ୍କର୍ମର 3 ଅଭିଯୁକ୍ତ ଗିରଫ ହୋଇଥିବାବେଳେ ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଗତ ନଭେମ୍ବର 11ରେ ଘଟିଥିବା ଘଟଣାରେ ଅଭିଯୁକ୍ତ ଗିରଫ୍ ହୋଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । 70 ରୁ 90 ଦିନ ଭିତରେ ସଜା ପାଇବା ପ୍ରକ୍ରିୟାକୁ ଓହ୍ଲାଇ ସାରିଲୁଣି । ଯେତେ ବଡ ଲୋକ ହେଲେ ବି ଦୋଷୀ ବିରୋଧରେ ଦଣ୍ଡ ବିଧାନ କରିବାକୁ ସରକାର ବଦ୍ଧପରିକର । ଅପରାଧ କ୍ଷେତ୍ରରେ ଶୂନ ସହନଶୀଳତା ଆମ ସରକାର ଆପଣାଇଛି । ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟ ଟ୍ରକ କୋର୍ଟ ଆରମ୍ଭ କରିଛୁ । ଓଡିଶାକୁ ଏକ ନୂଆ ଦିଶା ଦେବୁ । "
'ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ':
ସେ ଆହୁରି ମଧ୍ୟ କହିଛନ୍ତି," ଅପରାଧ ଏକ ମାନସିକତା । ବିଗତ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡେଇ ଥିଲେ ତାହା ସମସ୍ତେ ଜାଣିଛନ୍ତି । NCRBରେ ଆମର ସ୍ଥିତି ଲଜ୍ଜାଜନକ ଥିଲା । ଆଜି ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ, ମହିଳା ଓ ଶିଶୁ ଚାଲାଣ କ୍ଷେତ୍ରରେ ଆମେ ପଦକ୍ଷେପ ନେଇଛୁ । ଦିନିକିଆ ସଚେତନତା କ୍ୟାମ୍ପ କରିଛୁ । ରେଲୱେରେ ଶିଶୁ କଲ୍ୟାଣ ଡେସ୍କ କରିଛୁ । କଠୋର ଅଭିମୁଖ୍ୟ ସରକାରଙ୍କର ରହିଲେ ଅପରାଧରେ ସୁଧାର ଆସିବ । ଡବଲ ଇଞ୍ଜିନ ସରକାରର ରିମୋର୍ଟ କଣ୍ଟ୍ରୋଲ ଆମ ପାଖରେ ଅଛି । ଜାତୀୟ ଫୋରେନସିକ କଲେଜ ଏଠି ଖୋଲିବ । ଅପରାଧ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ବିଜେଡ଼ିର ସରକାରକୁ କଡ଼ା ସମାଲୋଚନା:
ସେପଟେ ବିଜେଡ଼ି ବିଧାୟକ ଅରୁଣ ମୁଲତବୀ ଆଲୋଚନାରେ ଭାଗ ନେଇ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି," 100 ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ କିନ୍ତୁ 150 ଦିନ ବିତି ବାକୁ ବସିଲାଣି । ଶ୍ରୀମନ୍ଦିର 4 ଦ୍ଵାରା ଖୋଲିଦେଲେ, ମହିଳାମାନେ ଦଳାଚକଟାର ଶିକାର ହେଲେ । ଆଜି 4 ଦ୍ଵାର କ'ଣ ଖୋଲା ଅଛି କି । ରଥଯାତ୍ରା ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ ପ୍ରସଙ୍ଗରେ କୁଆଡେ ଗଲା ତଦନ୍ତ ରିପୋର୍ଟ । ଜୁନରୁ-ଅକ୍ଟୋବର ମଧ୍ୟରେ 1250 ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଚୋରି, ଲୁଟ ଏବଂ ଛିନତାଇରେ ଭୁବନେଶ୍ବର ଏକ ନମ୍ବର । ଏହା କେବଳ ହୋଇଛି ଦାୟିତ୍ଵହୀନ ମନ୍ତବ୍ୟ ପ୍ରତିଫଳନ । "
'ଗତ ପାଞ୍ଚ ମାସରେ 52ଟି ଦୁଷ୍କର୍ମ ଘଟଣା ':