ଓଡିଶା

odisha

ETV Bharat / politics

‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ - PM MODI TARGET KHARGE - PM MODI TARGET KHARGE

PM On M Kharge's J&K Relevance Comment: କାଶ୍ମୀର ପ୍ରାସଙ୍ଗିକତା ପ୍ରସଙ୍ଗରେ ଶାହଙ୍କ ପରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି । କହିଲେ ଏପରି ମନ୍ତବ୍ୟ ଟୁକଡେ ଗ୍ୟାଙ୍ଗର ଭାଷା । ଅଧିକ ପଢନ୍ତୁ

‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ
‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ

By ETV Bharat Odisha Team

Published : Apr 7, 2024, 8:31 PM IST

ନୂଆଦିଲ୍ଲୀ:ଗତକାଲି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଦେଇଥିବା କାଶ୍ମୀରରୁ ଧାରା-370 ଉଚ୍ଛେଦ ପ୍ରସଙ୍ଗର ପ୍ରାସଙ୍ଗିକତା ଟିପ୍ପଣୀରେ ଆଜି ପ୍ରଧାନମନ୍ତ୍ରୀ କଡା ଟାର୍ଗେଟ କରିଛନ୍ତି । ଏହି ଭାଷା କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାଶ୍ମୀର ଅଖଣ୍ଡତା ପ୍ରସଙ୍ଗ କ’ଣ ଦେଶ ଅନ୍ୟ ରାଜ୍ୟ ପାଇଁ ଅପ୍ରାସଙ୍ଗିକ ବୋଲି ସେ ଖଡଗେଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି । ରାଜସ୍ଥାନର ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଗତକାଲି ଖଡଗେ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ । ରାଜସ୍ଥାନରେ ଆସି କାଶ୍ମୀରୁ ଧାରା-370 ଉଚ୍ଛେଦ ପ୍ରସଙ୍ଗ ଉପରେ କହିବାର କ’ଣ ଆବଶ୍ୟକତା ରହିଛି । ଏହା ଏଠାକାର ସ୍ଥାନୀୟ ଲୋକଙ୍କ ପାଇଁ କ’ଣ ପ୍ରାସଙ୍ଗିକତା ରଖେ ବୋଲି ଖଡଗେ ବିଜେପିକୁ ପ୍ରଶ୍ନ କରିଥିଲେ ।

ଆଜି ବିହାରରେ ଏକ ନିର୍ବାଚନୀ ସଭାମଞ୍ଚରେ ଏହି ପ୍ରସଙ୍ଗରେ କଂଗ୍ରେସ ଓ ଏହାର ମୁଖ୍ୟ ଖଡଗେଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିି । କହିଛନ୍ତି, "କଂଗ୍ରେସ ଧ୍ୟାନର ସହ ଶୁଣିବା ଉଚିତ, ବିହାରର ଅନେକ ଯୁବକ ଦେଶ ଓ ମାତୃଭୂମି ପାଇଁ ବଳିଦାନ ଦେଇଛନ୍ତି । ଜମ୍ମୁ କାଶ୍ମୀରକୁ ବଞ୍ଚାଇବା ପାଇଁ ଦେଶର ଅନେକ ଯୁବକ ଶହୀଦ ହୋଇଛନ୍ତି । ରାଜସ୍ଥାନରେ ମଧ୍ୟ ଅନେକ ଯୁବକ ଜାମ୍ମୁ କାଶ୍ମୀରର ଅଖଣ୍ଡତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଏହା ସତ୍ତ୍ବେ ମଧ୍ୟ କଂଗ୍ରେସ ପଚାରୁଛି ଦେଶର ଅନ୍ୟ ଭାଗରେ କାଶ୍ମୀର ପ୍ରସଙ୍ଗର କ’ଣ ପ୍ରାସଙ୍ଗିକତା ରହିଛି । ଏହା ହେଉଛି ଟୁକଡେ-ଟୁକେ ଗ୍ୟାଙ୍ଗର ଭାଷା । ଆପଣ ଏପରି ଲୋକଙ୍କୁ କ୍ଷମା କରି ପାରିବେ କି ?"

ଏହା ମଧ୍ୟ ପଢନ୍ତୁ :- ମୁଖତାର ଅନସାରୀ ପରିବାର ସଦସ୍ୟଙ୍କୁ ଭେଟିଲେ ଅଖିଳେଶ - Akhilesh Visits Mukhtar Family

ଗତକାଲି ଖଡଗେଙ୍କ ଏହି ବୟାନ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କଡା ସମାଲୋଚନା କରିଥିଲେ । ଖଡଗେଙ୍କ ଭାଷଣର ଏକ କ୍ଲିପକୁ ‘ଏକ୍ସ’ରେ ସେୟାର କରି ଶାହ କହିଥିଲେ, କାଶ୍ମୀର ଦେଶର ଅବିଚ୍ଛେଦ୍ୟ ଅଂଶ । କାଶ୍ମୀର ଉପରେ ସମଗ୍ର ଦେଶବାସୀଙ୍କ ଅଧିକାର ରହିଛି । ଦେଶର ଅନ୍ୟ ଭାଗରେ ମଧ୍ୟ କାଶ୍ମୀରବାସୀଙ୍କ ଅଧିକାର ଅନୁରୂପ ଭାବେ ରହିଛି । କଂଗ୍ରେସ ମୁଖ୍ୟଙ୍କ ଏପରି ଟିପ୍ପଣୀ ଲଜ୍ଜାଜନକ । ଏହା ଦେଶରେ ଅଖଣ୍ଡତା ପ୍ରତି ପ୍ରଶ୍ନ ବୋଲି ଶାହ କହିଥିଲେ । ଆଜି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ନିର୍ବାଚନୀ ସଭାମଞ୍ଚରୁ କଂଗ୍ରେସକୁ ଟାର୍ଗେଟ କରିବାର କୌଣସି ଅବସର ଛାଡିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details