ଓଡିଶା

odisha

ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ, ହାଇକୋର୍ଟ ଯିବେ ପ୍ରଶାନ୍ତ - Prashant Jagdev bail plea Reject

By ETV Bharat Odisha Team

Published : May 31, 2024, 3:13 PM IST

Updated : May 31, 2024, 4:42 PM IST

Prashant Jagdev bail plea Reject: ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭଙ୍ଗା ମାମଲାର ଶୁଣାଣି ଶେଷ ହୋଇଛି । ଖୋର୍ଦ୍ଧା କୋର୍ଟ ମାମଲାରେ ପ୍ରଶାନ୍ତଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏହା ସହ ହାଇକୋର୍ଟରେ ଏନେଇ ପ୍ରଶାନ୍ତ ଆବେଦନ କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

Khordha Court Reserve verdict
Khordha Court Reserve verdict (ETV Bharat Odisha)

ଖୋର୍ଦ୍ଧା: ଇଭିଏମ ଭଙ୍ଗା ଘଟଣାର ଖୋର୍ଦ୍ଧା କୋର୍ଟରେ ଶେଷ ହୋଇଛି ଶୁଣାଣି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ନେଇ ଆସିଛି ରାୟ । କୋର୍ଟ ଦ୍ବାରା ପ୍ରଶାନ୍ତଙ୍କର ଜାମିନ ଆବେଦନ ଖାରଜ ହୋଇଛି । ତେବେ ଏହି ରାୟ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ପ୍ରଶାନ୍ତଙ୍କ ଓକିଲ ପ୍ରଭାତ ଦାଶ ।

Khordha Court Reserve verdict (ETV Bharat Odisha)

ପୂର୍ବରୁ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ତୃତୀୟ ମହଲା ଇଙ୍ଗିତର ଏକ ଷଡଯନ୍ତ୍ର । ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସଙ୍କ ମାଧ୍ୟମରେ ଏହା କାର୍ଯ୍ୟକାରୀ ହୋଇଛି । ଏହା ଏକ ଚକ୍ରାନ୍ତ ଆଜି ପ୍ରଶାନ୍ତ ଜଗଦେବଙ୍କ ପକ୍ଷରୁ ତାଙ୍କ ଜାମିନ ଆବେଦନ ଶୁଣାଣି ମାମଲାରେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ଦୁଇଙ୍କ ନିକଟରେ ବଳିଷ୍ଠ ଯୁକ୍ତି ରଖିବା ସହ କୋର୍ଟ ବାହାରେ ଗଣମାଧ୍ୟମକୁ ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ ...ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ବିରୋଧ, ଖୋର୍ଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି - Prashant Jagdev Arrest Case

ଗତ 25 ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ତାଙ୍କର ଜାମିନ ଆବେଦନ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଖୋର୍ଦ୍ଧା ବାରର 40ରୁ ଊର୍ଦ୍ଧ୍ବ ଆଇନଜୀବୀ ପ୍ରଶାନ୍ତଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ । କୋର୍ଟ ପ୍ରଶାନ୍ତଙ୍କ ଓକିଲଙ୍କ ସହ ସରକାରୀ ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ତେବେ କୋର୍ଟ ବାହାରେ ଆଇନଜୀବୀ ତଥା ବିଜେପିର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ପ୍ରଶାନ୍ତଙ୍କ ଗିରଫଦାରୀ ଘଟଣାକୁ ଚକ୍ରାନ୍ତ କହିବା ସହ ଏଥିପାଇଁ ମୁଖ୍ୟ ଚକ୍ରାନ୍ତ କାରି ରାଜ୍ୟର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଡ଼ିଏସ କୁଟେ ଏବଂ ଆଶିଷ ସିଂଙ୍କ ବିରୁଦ୍ଧରେ ଇସିଆଇ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଥିଲେ ।

ଏହା ମଧ୍ୟ ପଢନ୍ତୁ ...ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ - PRASHANT JAGDEV ARREST

କେବଳ ଏତିକି ନୁହେଁ ନିର୍ବାଚନ ଚାଲିଥିବା ବେଳେ ବିଜୁ ଜନତା ଦଳ ପରାଜୟ ଭୟରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟାଇବା ସହ ଏଭଳି ପୋଲିସ ଲଗାଇ ଦମନ ଲୀଳା ଚଳାଇଥିବା କହିଛନ୍ତି । ଏଵେ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ପଷ୍ଟୀକରଣରେ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହେଁ କହିଥିବା ବେଳେ ରାଜ୍ୟରେ ତଥାକଥିତ 5ଟିଙ୍କ ମଧ୍ୟରୁ ଅନ୍ୟ ଚାରି ତାମିଲ ଅଧିକାରୀ ଓ ପାଣ୍ଡିଆନଙ୍କ ସହଧର୍ମିଣୀ ଉତ୍ତରାଧିକାରୀ କି ନୁହେଁ ତାହା ସ୍ପଷ୍ଟ କରି ନଥିବା ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : May 31, 2024, 4:42 PM IST

ABOUT THE AUTHOR

...view details